Wednesday , October 4 2023
Breaking News
Home / ବିଶେଷ / ପଂଚସଖା ରାସ ମାଣ୍ଡଳୀ ପକ୍ଷରୁ ଉଦୟ ବଟ ଧାମରେ ରାସ ଉତ୍ସବ ପାଳିତ

ପଂଚସଖା ରାସ ମାଣ୍ଡଳୀ ପକ୍ଷରୁ ଉଦୟ ବଟ ଧାମରେ ରାସ ଉତ୍ସବ ପାଳିତ

ପାରାଦ୍ୱୀପ,୨୧/୧୦/୨୦୧୯(ଓଡ଼ିଶା ସମାଚାର)- ପବିତ୍ର ପଦ୍ମବନ ନେମାଳ ସ୍ଥିତ ଶ୍ରୀବତ୍ସ ଶ୍ରୀ ଅବଧୂତ ବାସୁଦେବ ମହାନ୍ତି ପଂଚସଖା ରାସ ମଣ୍ଡଳୀ ପକ୍ଷରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ଅକ୍ଟୋବର ୨୦ ତାରିଖ ରବିବାର ଦିନ ପୂର୍ବାହ୍ନରେ ପାରାଦ୍ୱୀପ ସ୍ଥିତ ଉଦୟ ବଟ ଧାମରେ ରାସ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ପଂଚସଖା ଙ୍କର ମାନବ ସମାଜକୁ ମାନବିକ ମୂଲ୍ୟବୋଧର ପ୍ରଚାର ଓ ପ୍ରସାର କରି ସତ ଚେତନା ର ଜାଗ୍ରତ କରିବା ପାଇଁ ଏହି ରାସ ଉତ୍ସବ ଓଡିଶାର ପଂଚବଟରେ ଅନୁଷ୍ଠିତ ହୋଇଥାଏ । ଯଥା କଳ୍ପବଟ, ରତ୍ନବଟ, ଉଦୟବଟ, ଛାତିଆବଟ ଓ ବାଞ୍ଛାବଟରେ ନିୟମିତ ରାସ ଉତ୍ସବ ପାଳିର ହୋଇଥାଏ ବୋଲି ଅନୁଷ୍ଠାନ ବର କର୍ମକର୍ତା  କହିଛନ୍ତି । ଏହି ରାସ ଉତ୍ସବ ଶ୍ରୀ ରମେଶ ଚନ୍ଦ୍ର ମହାନ୍ତି, ମାଗୁଣି ଚରଣ ବେହେରା, ଭ୍ରମରବର ଦାସ, ପ୍ରଶାନ୍ତ କୁମାର ଲେଙ୍କା, ରଘୁନାଥ ମହାନ୍ତି, ଅଚ୍ୟୁତାନନ୍ଦ ସ୍ୱାଇଁ, ବଗୁଲି ବାବା ପ୍ରମୁଖ ପରିଚାଳନା କରିଥିଲେ । ଏହି ଉତ୍ସବରେ ଶତାଧିକ ପୁରୁଷ ଓ ମହିଳା ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *