Tuesday , October 4 2022
Home / ପର୍ଯ୍ୟଟନ ଓ ସଂସ୍କୃତି / ଦଶନ୍ତପୁରରେ ପରବର ପ୍ରସ୍ତୁତି ବୈଠକ

ଦଶନ୍ତପୁରରେ ପରବର ପ୍ରସ୍ତୁତି ବୈଠକ

ଦଶମନ୍ତପୁର, ୨୧/୧୦/୨୦୧୯(ଓଡ଼ିଶା ସମାଚାର)-ଦଶମନ୍ତପୁର ବ୍ଲକ ସଭାଗୃହରେ ବ୍ଲକ ଉପଦେଷ୍ଟା ନାରାୟଣ ବିଷୋୟୀଙ୍କ ଅଧ୍ୟକ୍ଷତାରେ ପରବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡିଓଙ୍କ ଅନୁପସ୍ଥିତିରେ ଭାରପ୍ରାପ୍ତ ଜିପିଇଓ ସଭାପତିତ୍ୱ କରିଥିଲେ । ତହସିଲଦାର ଅଜୟ ପ୍ରକାଶ ତିର୍କୀ, ଏଇ ଦାଶରଥି ମୂର୍ମୁ, ଜିଲା ପରିଷଦ ସଭ୍ୟା ମମତା କୁଳଦୀପ, ସିଡିପିଓ ନମିତା ପଣ୍ଡା, ତାପୟ ରାୟ, ବେଣୁଧର ପାତ୍ର, ଅତୁଲ ନାୟକ, ସମିତି ସଭ୍ୟ, ସରପଂଚ,ଜେଇ, ଜିଆରଏସଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ପ୍ରତି ପଂଚାୟତରୁ ପିଇଓ, ସରପଂଚ, ସମିତିସଭ୍ୟ ଜିଲାସ୍ତରୀୟ ମଶାଲ ଆଣିବା ପାଇଁ ଡୁଡୁମା ଯିବା ପାଇଁ ସ୍ଥିର କରାଯାଇଛି । ଆସନ୍ତା ୨୩ରୁ ୨୯ତାରିଖ ମଧ୍ୟରେ ପଂଚାୟତସ୍ତରୀୟ ଓ ନଭେମ୍ବର ୫ତାରିଖରେ ବ୍ଲକ ସ୍ତରରେ ପରବ କାର୍ଯ୍ୟକ୍ରମ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ବ୍ଲକସ୍ତରୀୟ ପରବ ନିମନ୍ତେ ପୁନର୍ବାର ବୈଠକ କରାଯିବା ନେଇ ଶ୍ରୀ ବିଷୋୟୀ ସୂଚନା ଦେଇଛନ୍ତି । ଏହାସହ ପଂଚାୟତସ୍ତରୀୟ ପରବକୁ ଆଡମ୍ବର ସହକାରେ ପାଳନ କରାଯାଇ ଶ୍ରେଷ୍ଠ ପଂଚାୟତକୁ ବ୍ଲକସ୍ତରରେ ପୁରସ୍କୃତ କରାଯିବ ବୋଲି ସେ କହିଛନ୍ତି । ଶେଷରେ ଭାରପ୍ରାପ୍ତ ଜିପିଇଓ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.