Friday , January 28 2022
Breaking News
Home / ବିଶେଷ /   ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଜଗତସିଂହପୁର ୨୧/୧୦/୨୦୧୯(ଓଡ଼ିଶା ସମାଚାର)- ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଜନସାଧାରଣଙ୍କର ବିଭିନ୍ନ ଆପତି ଅଭିଯୋଗର ଶୁଣାଣୀ କରିଥିଲେ । ଏହି ଅଭିଯୋଗ ଶିବିରରେ ମୋଟ ୨୮୬ଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସଂପର୍କିତ-  ୨୪୩ ଟି ଯଥା-ଇନ୍ଦିରା ଆବାସ/ବିଜୁ ପକ୍କାଘର-୮୧ଟି,ଭତା ସଂମ୍ବନ୍ଧୀୟ-୨୮ଟି,ରେସନ କାର୍ଡ ସମସ୍ୟା ସଂପର୍କିତ-୧୦ଟି,ଆଇନ ସହାୟତା ସଂପର୍କିତ-୧୬ଟି,ଜମିଜମା ସଂପର୍କିତ-୨୭ଟି,ବ୍ୟାଙ୍କ ଋଣ ସଂପର୍କୀତ-୩ଟି,ଚାକିରୀ ସଂପର୍କୀତ-୬ଟି,ଜମି ଅଧିଗ୍ରହଣ ସଂପର୍କିତ-୬ଟି,ଜାତୀୟ ପରିବାର କଲ୍ୟାଣ ଯୋଜନା ସଂପର୍କିତ-୨ ଟି,ହୁଇଲ ଚେୟାର-୨ଟି,ତିନିଚକିଆ ସାଇକେଲ ପ୍ରଦାନ-୧ଟି,ଆଶାବାଡି-୧ଟି ଓ ଅନ୍ୟାନ୍ୟ- ୫୬ଟି,ଗାଁ ସମସ୍ୟା ସଂପର୍କିତ-୧୨ଟି,ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ପାଇବା ପାଇଁ -୧୯ଟି, ରେଡକ୍ରସ୍ ପାଣ୍ଠିରୁ ସହାୟତା ପାଇବାପାଇଁ-୧୨ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା । ୮ଟି ଅଭିଯୋଗ ଶୁଣାଣୀ କରାଯାଇ ସଂଗେ ସଂଗେ ଫଇସଲା କରାଯାଇଥିଲା । ରେଡକ୍ରସ ପାଣ୍ଠିରୁ ସୁଧୀର ଦାସ,ରଣାହାଟ ତରିକୁନ୍ଦ,ମମତା ବାରିକ,ବେଲପୋଖରୀ,ଖେରସ ଓ ସଂଯୁକ୍ତା ବେହେରା,ଗୋବିନ୍ଦା ପୋଖର, ନାଲିବରଙ୍କୁ ପ୍ରତ୍ୟେକ ୨ହଜାର ଟଙ୍କା ଲେଖାଏ ଚିକିତ୍ସା ନିମନ୍ତେ ଜିଲ୍ଲାପାଳ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରକାଶ ଆର୍,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚିଦାନନ୍ଦ ସାହୁ,ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ସରୋଜକାନ୍ତ ମହାନ୍ତି,ଉପ-ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ପ୍ରସାଦ ମହାନ୍ତି,ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ମଜଂରୀ ଦାସ,ନିର୍ବାହୀ ଯନ୍ତ୍ରୀ,ଆର୍.ଡବ୍ଲୁ.ଏସ୍.ଏସ୍,ଶ୍ରୀ ଚିତରଂଜନ ଜେନା,ନିର୍ବାହୀ ଯନ୍ତ୍ରୀ,ସେସୁ ଶ୍ରୀ ଜଗଦୀଶ ସାହୁ,ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଦିଲ୍ଲୀପ୍ କୁମାର ପାତ୍ର,ନିର୍ବାହୀ ଅଧିକାରୀ,ଜଗତସିଂହପୁର ପୈାର ପରିଷଦ ଶ୍ରୀ ବଳଦେବ ବେହେରା,ଜିଲ୍ଲ୍ା ମଙ୍ଗଳ ଅଧିକାରୀ ଶ୍ରୀ ସତ୍ୟପୀର ସାହୁ,ଜିଲ୍ଲା ପଂଚାୟତ ଅଧିକାରୀ ଶ୍ରୀ ପାଲେଶ୍ୱ କୁମ୍ଭାର,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ କାହ୍ନୁ ଚରଣ ରାଉତ,ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ବାବା ଆନନ୍ଦ ଦାସ,ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ମେଡିକାଲ) ଡା.ବସନ୍ତ କୁମାର ବାରିକ,ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ସପନ କୁମାର ଜେନା,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅବଦୁଲ୍ ଓାହବ୍ ଖାଁ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ,ସହକାରୀ ନିର୍ଦ୍ଧେଶକ,ଉଦ୍ୟାନ,ବ୍ଲକ ଶିକ୍ଷା ଅଧିକାରୀ,ସହକାରୀ ସମବାୟ ନିବନ୍ଧକ,ଆରକ୍ଷୀ ନିରୀକ୍ଷକ ଅବକାରୀ,ସହକାରୀ ଜିଲ୍ଲାପାଳ ଅକ୍ଷୟ କୁମାର ବଡୁ ଓ ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଲାଲା ଲଜପତ ରାୟଙ୍କ ଆଦର୍ଶରେ ଯୁବ ସମାଜ ଅନୁପ୍ରାଣିତ ହେଲେ ଭାରତ ବିଶ୍ୱରେ ଶେଷ୍ଠ୍ର ରାଷ୍ଟ୍ରରେ ପରିଣତ ହୋଇ ପାରିବ

ରଘୁନାଥପୁର,୨୮/୧/୨୦୨୨ (ଓଡ଼ିଶା ସମାଚାର)- ଲୋକସେବକ ମଣ୍ଡଳ ପ୍ରତିଷ୍ଠାତା ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କ ଆଦର୍ଶରେ …

Leave a Reply

Your email address will not be published. Required fields are marked *