ଭୁବନେଶ୍ୱର,୨୧/୧୦/୨୦୧୯(ଓଡ଼ିଶା ସମାଚାର)- ଯୁବ ପ୍ରତିଭା କ୍ଲବ ତରଫରୁ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ବିଜେବି ନଗରସ୍ଥିତ ନିଜସ୍ୱ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଭିନ୍ନକ୍ଷମ ଓ ସଶକ୍ତିକରଣ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଓଡ଼ିଶା ଖଦୀ ଓ ଗ୍ରାମଦ୍ୟୋଗ ବୋର୍ଡ଼ର ସଭାପତି ସଂଗ୍ରାମ କେଶରୀ ପାଇକରାୟ ଯୋଗ ଦେଇଥିଲେ । ଉକ୍ତ ରକ୍ତଦାନ କାର୍ଯ୍ୟକ୍ରମରେ ୪୭ଟି ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଏହା ସହିତ ମା’ଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ସବୁଜ ଓଡ଼ିଶା ଗଠନ ଲକ୍ଷ୍ୟରେ ଚାରା ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ସମରେଶ ବେଉରା, ସଭାପତି ସୁଜିତ ଜେନା, ସମ୍ପାଦକ ପି. ରାଜେଶ କୁମାର ରାୟ, ଧୃତି ସୁନ୍ଦର ବେହେରା ଏବଂ ଅନୁଷ୍ଠାନର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ଚାରା ବଂଟନ କରିବା ସହିତ ରକ୍ତଦାନ କାର୍ଯ୍ୟକ୍ରମକୁ ସୁଚାରୂ ରୂପେ ସମ୍ପାଦନ କରିଥିଲେ । ଓଡ଼ିଶା ସମାଚାର