Sunday , May 29 2022
Home / ତାଜା ଖବର / କ୍ରସରରେ ପଶି ଆୟକର ଅଫିସର ଡ୍ରାମାର ଫର୍ଦ୍ଦାଫାସ – ୭ଜଣ ଗିରଫ, ୮ ଫେରାର

କ୍ରସରରେ ପଶି ଆୟକର ଅଫିସର ଡ୍ରାମାର ଫର୍ଦ୍ଦାଫାସ – ୭ଜଣ ଗିରଫ, ୮ ଫେରାର

ସୁନାବେଡ଼ା,୨୧/୧୦/୨୦୧୯(ଓଡ଼ିଶା ସମାଚାର)- ଗତ୧୫ ତାରିଖରେ ସେମିଳିଗୁଡା ନିକଟସ୍ଥ ପେଟକଣା ଅଂଚଳରେ ଥିବା ତାରାତାରିଣୀ କ୍ରସରରେ ନିଜକୁ ଆୟକର ବିଭାଗର ଅଫିସର କହି କିଛି ଦୁର୍ବୃତ କର୍ମଚାରୀଙ୍କୁ ପିଟିବା ସହ କ୍ରସରର କାଗଜପତ୍ର ଦେଖାଅ, ଇତ୍ୟାଦି ଧମକଚମକ ଦେଇ ନଗଦ ଦୁଇଲକ୍ଷ ଟଙ୍କା କ୍ରସର ମାଲିକ ତ୍ରିପତି ପାଢ଼ୀ ଏବଂ ତାଙ୍କ ଭାଇ ନୀଳାଂଚଳ ପାଢ଼ିଙ୍କ ଠାରୁ ନେଇଯିବା ସହ ସେଠାରେ ଥିବା ଲେବର ଠିକାଦାର ପ୍ରଭାତ ସାହୁଙ୍କ ଠାରୁ ୫୦ହଜାର ଟଙ୍କା ମଧ୍ୟ ନେଇଯାଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଯେତେବେଳେ ଆୟକର ଅଫିସର କହି ଦୁର୍ବୃତମାନେ କ୍ରସରରେ ପହଂଚିଥିଲେ ସେତେବେଳେ କ୍ରସରରୁ ବାହାରକୁ ଯାଉଥିବା ଦୁଇଟି ଗାଡିର ଡ୍ରାଇଭରଙ୍କୁ ଅଟକାଇ ଚାବି ଛଡ଼େଇ ନେବା ସହ ସେମାନେ ଆସିଥିବା ଗାଡିରେ ଡ୍ରାଇଭର ଦୁଇଜଣଙ୍କୁ ଅପହରଣ କରି ନେଇ କ୍ରସରକୁ ଯାଇ ସେଠାରେ ଥିବା ଅନ୍ୟ କର୍ମଚାରୀଙ୍କୁ ମାଡ଼ ମାରିବା ସହ ସମସ୍ତଙ୍କୁ ଗୋଟିଏ ଜାଗାରେ ବନ୍ଧକ ରଖି ଅଫିସରେ ବିଭିନ୍ନ ସ୍ଥାନରେ ଖାନତଲାସୀ କରି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଏହିସବୁ ଘଟଣା ନେଇ କ୍ରସରର ମାଲିକ ନିଳାଂଚଳ ପାଢ଼ୀ ସେମିଳିଗୁଡା ଥାନାରେ ଏକ ଏତଲା ଦାୟର କରିଥିଲେ । ଏତଲାକୁ ଭିତି କରି ଓ ଏସପି ମୁକେଶକୁମାର ଭାମୁଙ୍କ ନିର୍ଦେଶରେ ସେମିଳିଗୁଡା ପୁଲିସ ତନାଘନା ଆରମ୍ଭ କରି ଦେଇଥିଲା । ଏସଡିପିଓ ନିରଞ୍ଜନ ବେହେରା ଓ ସେମିଳିଗୁଡା ଆଇଆଇସି ଧୀରେନ ବେହେରାଙ୍କ ଜ୍ଞାନ କୌଶଳ ଆଗରେ ମାତ୍ର ତିନିଦିନ ମଧ୍ୟରେ ଦୁର୍ବୃତମାନେ ଧରାପଡିଯାଇଥିଲେ । ଦୁର୍ବୃତମାନେ ଆସିଥିବା ଗାଡିର ନମ୍ବର ଓ ସେମାନେ କ୍ରସରରୁ ଲୁଟି ନେଇଥିବା ୧୯ଟି ମୋବାଇଲ ଆଧାରରେ ସୁନାବେଡ଼ା ଏସପିଡିଓ ନିରଞ୍ଜନ ବେହେରା ଓ ଆଇଆଇସି ଧୀରେନ ବେହେରା ଟ୍ରାକ କରି ଭୁବନେଶ୍ୱରର ବିଭିନ୍ନ ଥାନା ଅଧିକାରୀଙ୍କ ସହାୟତାରେ ଠାବ କରିବା ପରେ ସେମିଳିଗୁଡା ଧରି ଆଣି ଚିହ୍ନଟ କରିବା ପରେ ଗିରଫ କରାଯାଇ ପଚରାଉଚୁରା କରାଯାଇ କୋର୍ଟଚାଲାଣ କରାଯାଇଥିିବା ଏସଡିପିଓ ନିରଞ୍ଜନ ବେହେରା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ବାଲିଅନ୍ତା ଥାନା ଅଂଚଳ ବେଣୁପୁରର ସିପ୍ର ସ୍ଥିତ ଜେନା ଓରଫ ଲିକୁ, କଟକ ସଦର ଥାନା ଅଂଚଳର ବାମ୍ଫକୁଳର ହେମନ୍ତ ଜେନା, କଟକ ସଦର ଥାନା ଅଂଚଳ ଫୁଲନଖରାର ସତ୍ୟବ୍ରତ ପଲାଇ ଓରଫ ବାପୁନ, କଟକ ସଦର ଥାନା ଅଂଚଳ ଖଣ୍ଡେଇତର ବିନୟ ମୁଲିଆ, ବାଲିଅନ୍ତା ଥାନା ଅଂଚଳର ବେଣୁପୁରର ଲୋକନାଥ ବେହେରା (ଯିଏ କି କ୍ୟାମେରାମ୍ୟାନ ଡ୍ରାମା କରୁଥିଲା), ବାଲିଅନ୍ତା ଥାନା ଅଂଚଳର ଅଣ୍ଡିଲୋର ଏସ.କେ. ଫରିଦ (ସ୍କର୍ପିଓ ଡ୍ରାଇଭର), କିଶୋର ନଗର ଥାନା ଅଂଚଳର ଅରିଲୋର ପ୍ରଫୁଲ୍ଲ କମାର ଖୁଂଟିଆ (ଇନୋଭା ଡ୍ରାଇଭର)କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବେଳେ ଅନ୍ୟ ସାତଜଣ ସମେତ ମୁଖ୍ୟ ମାଷ୍ଟର ମାଇଣ୍ଡ ଫେରାର ଥିବା ଏସଡିପିଓ ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ଫେରାର ସମସ୍ତ ଦୁର୍ବୃତମାନଙ୍କୁ ଶୀଘ୍ର ଧରାଯିବ ବୋଲି ଆଇଆଇସି ଧୀରେନ ବେହେରା   ପ୍ରକାଶ କରିଛନ୍ତି । ୧୦୦/୨୦୧୯ରେ କେସ  ରୁଜୁ କରି ପୁଲିସ୍  ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି । ଅତିକମ ଦିନ ବ୍ୟବଧାନରେ ସେମିଳିଗୁଡା ପୁଲିସ ଦୁର୍ବୃତମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବାରୁ ସାଧାରଣରେ ସେମିଳିଗୁଡା ପୁଲିସକୁ ପ୍ରଶଂସା କରାଯାଇଛି । ଦୁର୍ବୃତମାନେ ବ୍ୟବହାର କରିଥିବା ଦୁଇଟି ଗାଡି, ବ୍ୟବହୃତ କ୍ୟାମେରା, ଚୋରି କରି ନେଇଥିବା ଏଲଇଡିଟିଭି,୧୦ଟି ମୋବାଇଲ, ନଗଦ ୧୫ ହଜାର ସାତଶହ ଟଙ୍କା, ଏଟିଏମ କାର୍ଡ଼ ଓ ଅନ୍ୟାନ୍ୟ କାଗଜପତ୍ର ସେମିଳିଗୁଡା ପୁଲିସ ଜବତ କରିଥିବା ଏସଡିପିଓ ନିରଞ୍ଜନ ବେହେରା, ଆଇଆଇସି ଧୀରେନ ବେହେରା କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗୁଳିମାଡ କରି ଗୋରୁ ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ, ଗୋରୁ ବ୍ୟବସାୟୀଙ୍କ ମୃତ୍ୟୁ

ମୟୂରଭଞ୍ଜ ୨୫/୦୫/୨୦୨୨( ଓଡ଼ିଶା ସମାଚାର )- ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗ୍ରାମାଞ୍ଚଳ ଥାନା ହାଟବାଦଡାରେ ସକାଳ ପ୍ରାୟ ୭ଟାରେ …

Leave a Reply

Your email address will not be published. Required fields are marked *