ପାରାଦ୍ୱୀପ,୨୧/୧୦/୨୦୧୯(ଓଡ଼ିଶା ସମାଚାର)- ବିଶିଷ୍ଟ ଶ୍ରମିକ ନେତା ତଥା ବିଜୁ ଜନତା ଦଳର ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକ ଙ୍କର ନେତୃତ୍ୱାଧୀନ ପାରାଦ୍ୱୀପ ବନ୍ଦର କ୍ଷତିଗ୍ରସ୍ତ ଜମିହରା କୃଷକ ସଂଘ ପକ୍ଷରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା କୁଜଙ୍ଗ ଗାନ୍ଧୀ ଭାବେ ପରିଚିତ ସ୍ୱର୍ଗତ ନାରାୟଣ ବିରବର ସାମନ୍ତଙ୍କର ୧୧୯ ତମ ଜୟନ୍ତୀ ଉତ୍ସବ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ସମାପିତ ହୋଇଥିଲା । କୃଷକ ସଂଘ ପକ୍ଷରୁ ପ୍ରାତଃ ମୁହୂତ୍ତ୭ରେ ମନ୍ଦିରଦରେ ଦୀପଦାନ ଓ ପୂଜାର୍ଚ୍ଚନା କରାଯିବା ପରେ ପାରାଦ୍ୱୀପ ଗଡ ସ୍ଥିତ ଶ୍ରୀ ସମାନ୍ତଙ୍କର ବାସଭବନରେ “ ରାଜ ନଅର ” ରେ ସଂଘ ପକ୍ଷରୁ ଶ୍ରୀ ସାମନ୍ତ ଓ ତାଙ୍କର ପତ୍ନୀ ତଥା ପୂର୍ବତନ ବିଧାୟିକା ସ୍ୱର୍ଗତା ରତ୍ନମାଳି ଜେମାଙ୍କର ପ୍ରତିମୂର୍ତି ରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପରେ ପରେ ଉଦୟବଟ ଧାମରେ ଥିବା ଶ୍ରୀ ସାମନ୍ତଙ୍କର ପ୍ରତିମୂର୍ତି ରେ ମାଲ୍ୟାର୍ପଣ ଓ ଧୂପଦୀପ ପ୍ରଦାନ କରାଯାଇଥିଲେ । ପୂର୍ବାହ୍ନ ୧୦ ଟାରେ ଜିରୋ ପଏଂଟ ସ୍ଥିତ ସଂଘ କାର୍ଯ୍ୟାଳୟ ପରିସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ଏହି ସ୍ମୃତି ସଭାରେ ସଂଘର ସଭାପତି ଶ୍ରମିକ ନେତା ଶ୍ରୀ ଚିନ୍ମୟ ଦାସ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବୟୋଜ୍ୟେଷ୍ଠ କୃଷକ ସଂଗଠକ ଶ୍ରୀ ବୈଷ୍ଣବ ଚରଣ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘ ର ସାଧାରଣ ସମ୍ପାଦକ ଶ୍ରୀ ରଞନ କୁମାର ପଲାଇ, ଉପ ସଭାପତି ଶ୍ରୀ ଦିଲ୍ଲୀପ କୁମାର ବେହେରା, କୃଷକ ସଂଘର ଯୁଗ୍ମ ସମ୍ପାଦକ ଶ୍ରୀ ତ୍ରୈଲୋକନାଥ ସାମନ୍ତରାୟ, ତୈଳ ବିଶୋଧନାଗାର ଠିକା ଶ୍ରମିକ ସମବାୟ ସମିତିର ସଭାପତି ଶ୍ରୀ ଅଭିରାମ ସାମଲ, ବରିଷ୍ଠ କୃଷକ ଶ୍ରୀ ସୁକଦେବ ଦାସ, ସାମ୍ବାଦିକ ଶ୍ରୀ ପ୍ରଶାନ୍ତ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଏହି ସଭାରେ ନିମନ୍ତ୍ରିତ ଅତିଥି ଓ ବକ୍ତାମାନେ ଶ୍ରୀ ସାମନ୍ତଙ୍କର ଜୀବନ ଦର୍ଶନ, ସ୍ୱାଧୀନତା ଆନ୍ଦୋଳନ ରେ ତାଙ୍କର ଭୂମିକ ଏବଂ କୁଜଙ୍ଗ ପାରାଦ୍ୱୀପ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଶିଳ୍ପ ପ୍ରତିଷ୍ଠା ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି କହିଛନ୍ତି । ବିଶେଷ କରି ପାରାଦ୍ୱୀପ ବନ୍ଦର ପ୍ରତିଷ୍ଠା ରେ ତାଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ସଭାରେ ଶତାଧିକ କୃଷକ ଉପସ୍ଥିତ ଥିଲେ । ସମ୍ପାଦକ ଶ୍ରୀ ମିହିର କାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର