କେନ୍ଦ୍ରାପଡା,୨୧/୧୦/୨୦୧୯(ଓଡ଼ିଶା ସମାଚାର)- କଂସାର ପଂଚାୟତ ଅନ୍ତର୍ଗତ ରାମେଶ୍ୱର ଆଶ୍ରମ କଂସାରଠାରେ କୃଷକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପଂଚାୟତର ସରପଂଚ ପ୍ରଦୁ୍ୟମ୍ନ କୁମାର ଜେନା ସଭାପତିତ୍ୱ କରିଥିଲେ । କେନ୍ଦ୍ରାପଡା କୃଷି ଅଧିକାରୀ ସତ୍ୟବ୍ରତ ସାହୁ,ସହକାରୀ କୃଷି ଅଧରକାରିଣୀ ବିନୋଦିନୀ ଦେଇ,ଗ୍ରାମ କୃଷି କର୍ମଚାରୀ ଜାନକୀ ନାୟକ,କୃଷକ ସାଥି ପ୍ରଦୀପ ପରିଡା ଏବଂ ତ୍ରୈଲୋକ ରାଉତ ଯୋଗଦେଇଥିଲେ । ଶ୍ରୀ ସାହୁ କୀଟନାଶକର ନିରାପଦ ବ୍ୟବହାର,ସୁରକ୍ଷିର ଜୀବନରେ ଆଧାର ସମ୍ପର୍କରେ ଆଲୋଚନା କରିଥିଲେ । ଚାଷୀମାନଙ୍କ ମଧ୍ୟରେ ରମେଶ ଚନ୍ଦ୍ର ଜେନା,ସ୍ମୃତି ରଂଜନ ସ୍ୱାଇଁ,ରବିନ୍ଦ୍ର ବେହେରା,ଅରୁଣ ବିଶ୍ୱାଳ,ଦିଲ୍ଲୀପ ପାଢି, ନମିତା ରାଉତ,ବିଜୟ କେତନ ସ୍ୱାଇଁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର