ନାଉଗାଁ,୨୦/୧୦/୨୦୧୯(ଓଡ଼ିଶା ସମାଚାର)-ନାଉଗାଁ ବ୍ଲକ ଅନ୍ତର୍ଗତ ଗଜରାଜପୁର ପଂଚାୟତ କାର୍ଯ୍ୟାଳୟ ଠାରେ ସ୍ୱୟଂସହାୟକ ଗୋଷ୍ଠୀର ମହିଳାଙ୍କୁ ନେଇ ଏକ ମତ୍ସ୍ୟ ଚାଷ ସଂକ୍ରାନ୍ତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥିଭାବେ ନାଉଗାଁ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ସମ୍ମାନିତ ଅତିଥିଭାବେ ନାଉଗାଁ ବିଡିଓ ରଶ୍ମିରେଖା ମଲ୍ଲିକ, ସିଡିପିଓ ରାଶେଶ୍ୱରୀ ମହାନ୍ତି, ଗଜରାଜପୁର ସରପଞ୍ଚ ରଶ୍ମିତା ମହାନ୍ତି ପ୍ରମୁଖ ଯୋଗଦେଇ ଉପସ୍ଥିତ ମହିଳାଙ୍କୁ ସ୍ୱଳ୍ପ ଖର୍ଚ୍ଚରେ ମାଛ ଚାଷ ତାଲିମ ସହ କିପରି ଅଧିକ ରୋଜଗାର କ୍ଷମ ଓ ସ୍ୱାବଲମ୍ବୀ କରାଯାଇ ପାରିବ ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ । ଏଥିରେ ଜିଲା ମତ୍ସ୍ୟ ଚାଷ ଅଧିକାରୀ ସୁବ୍ରତ କୁମାର ଦାସ, ନାଉଗାଁ ଏଏଫଓ ରଞ୍ଜିତ କୁମାର ରାଉତ, ତିର୍ତୋଲ ଏଏଫଓ ଅତୁନ କୁମାର ସ୍ୱାଇଁ, ଦେବୀ ପ୍ରସାଦ କାନୁନଗୋ ପ୍ରମୁଖ ମତ୍ସ୍ୟ ଚାଷ ସମ୍ପର୍କିତ ତାଲିମ ପ୍ରଦାନ କରିଥିଲେ । ଉକ୍ତ ଶିବିରରେ ନାଉଗାଁ ବ୍ଲକର ୧୨ଟି ଓ ବାଲିକୁଦା ବ୍ଲକର ୩ଟି ସ୍ୱୟଂସହାୟକ ଗୋଷ୍ଠିର ୩୦ଜଣ ମହିଳା ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର