Tuesday , November 30 2021
Breaking News
Home / ବିଶେଷ / ସାଲେପୁର ବ୍ଲକ୍ ରେ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ – ଯୋଗ୍ୟ ହିତାଧିକାରୀ ଆବାସ ପାଇବାରୁ ବଂଚିତ

ସାଲେପୁର ବ୍ଲକ୍ ରେ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ – ଯୋଗ୍ୟ ହିତାଧିକାରୀ ଆବାସ ପାଇବାରୁ ବଂଚିତ

ସାଲେପୁର, ୨୦/୧୦/୨୦୧୯(ଓଡ଼ିଶା ସମାଚାର / ଅଭୟ ଜେନା): ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ଗାଇଡ଼୍ ଲାଇନ୍ ପ୍ରସ୍ତୁତି କରିଥିବା ବେଳେ ଫନି କ୍ଷତିଗ୍ରସ୍ତ ସାଲେପୁର ବ୍ଲକ୍ ର ୨ଟି ପଂଚାୟତ ରାଇସୁଙ୍ଗୁଡ଼ା ଓ ମିର୍ଜାପୁରରେ ଯୋଗ୍ୟ ହିତାଧିକାରୀ ଚିହ୍ନଟରେ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି । ପ୍ରଶାସନିକ ସ୍ତରରେ ହିତାଧିକାରୀ ଚିହ୍ନଟ ପାଇଁ ଯେଉଁ ସ୍ୱଚ୍ଛତା ରହିବା କଥା ତାହା ଏଠାରେ କାର୍ଯ୍ୟକାରୀ ହୋଇପାରି ନାହିଁ ବୋଲି କୁହାଯାଇଛି । ତେବେ କେତେକ ସରକାରୀ କର୍ମଚାରୀଙ୍କ ଦୁର୍ନିତୀଖୋର ମନୋବୃତି ଓ ପ୍ରଶାସନିକ ଅମନଯୋଗିତା ଯୋଗୁ ଏହି ଯୋଜନାର ସଫଳ ରୂପାୟନ ହୋଇପାରି ନଥିବା ସାଧାରଣରେ ଗୁରୁତର ଅଭିଯୋଗ ହୋଇଛି । ଏହି ଦୁଇ ପଂଚାୟତରେ ବହୁ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରେ ଘର ସର୍ଭେ କରୁଥିବା ନିର୍ବାହୀ ଅଧିକାରୀଙ୍କୁ ହିତାଧିକାରୀ ଚୟନ  ବେଳେ ହାତଗୁଞ୍ଜା ଦେଇ ପାରିନଥିବାରୁ ସେମାନେ ଆବାସ ପାଇବା ଯୋଜନାରୁ ବଂଚିତ ହେଲେ ବୋଲି କହିଛନ୍ତି । ରାଇସୁଙ୍ଗୁଡ଼ା ପଂଚାୟତରେ ଗୃହ ସର୍ଭେ ଦାୟିତ୍ୱରେ ଥିବା ନିର୍ବାହୀ ଅଧିକାରୀ ଭାବେ ବ୍ଲକ୍ ପକ୍ଷରୁ କ୍ଷୀରୋଦ ଚନ୍ଦ୍ର ବାରିକ୍ ରହିଥିବା ବେଳେ ମିର୍ଜାପୁର ପଂଚାୟତ ଦାୟିତ୍ୱରେ ନିର୍ବାହୀ ଅଧିକାରୀ ଭାବେ ନିତ୍ୟାନନ୍ଦ ଦାସ ରହିଥିଲେ । ତେବେ ଯୋଗ୍ୟ ହିତାଧିକାରୀ ଚୟନ ପାଇଁ ହିତାଧିକାରୀ ମାନେ ପଂଚାୟତ କାର୍ଯ୍ୟାଳୟରେ ଦେଇଥିବା ଆବେଦନ ଫର୍ମକୁ ଚୟନ ବେଳେ ବିଚାରକୁ ନିଆଯାଇ ନଥିôବା ଅଭିଯୋଗ ହୋଇଛି । ଏହି ଆବାସ ଯୋଜନା ସୁବିଧାରୁ ରାଇସୁଙ୍ଗୁଡ଼ା ପଂଚାୟତର ପ୍ରଶାନ୍ତ କୁମାର ସାହୁ, ବିଜୟ କୁମାର ସାହୁ, ରମେଶ ଚନ୍ଦ୍ର ସାହୁ, ଧ୍ରୃବ ସେଠୀ, ସାରଙ୍ଗଧର ସେଠୀ, ରବିନ୍ଦ୍ର ସ୍ୱାଇଁ, ଈଶ୍ୱର ମହାନ୍ତି, ପ୍ରଭାତ ମହାନ୍ତି, ଅନ୍ନପୂର୍ଣ୍ଣା ସାହୁ ଓ ମିର୍ଜାପୁର ପଂଚାୟତରେ ସାରସ ପାତ୍ର, ରବିନ୍ଦ୍ର କୁମାର ସ୍ୱାଇଁ, ରତ୍ନାକର ଭୂୟାଁ, ପପୁନା ସମାଲ ସମେତ ଶତାଧିକ ହିତାଧିକାରୀ ଏହି ସୁବିଧାରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଛି । ଏପରିକି ଏହି ପଂଚାୟତ ଗୁଡ଼ିକରେ ଭିନ୍ନକ୍ଷମ ଓ ନିରାଶ୍ରୟା ମହିଳାମାନଙ୍କୁ ଏହି ପ୍ରଧାନମନ୍ତ୍ରୀ ଯୋଜନାରୁ ବାଦ ଦିଆଯାଇଥିବା ଅଭିଯୋଗ ହୋଇଛି । ସେହିପରି ସିଢ଼ୋ, ଭୀମଦାସପୁର, ପିକୋଳ, ଓଡ଼ାସିଂହ, ଛାଣିପୁର, କଟରପା, ରାମକୃଷ୍ଣପୁର ଆଦି ପଂଚାୟତରେ ବହୁ ଘର ପାଇବାରୁ ବଂଚିତ ହିତାଧିକାରୀମାନେ  ବିଡ଼ିଓଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉକି ଆବାସ ଯୋଜନାରୁ ବଂଚିତ ହିତାଧିକାରୀମାନେ ଫନି ବାତ୍ୟାରେ ସରକାରଙ୍କ ଠାରୁ ଘରଭଙ୍ଗା ସହାୟତା ପାଇଥିବା ବେଳେ କ’ଣ ପାଇଁ ଏମାନଙ୍କ ଘର ଜିଓ ଟ୍ୟାଗିଂ ନହେଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବରୁ ଇନ୍ଦିରା ଆବାସ ଯୋଜନାରେ ଗୃହ ପାଇଥିବା ଓ କୋଠାଘର ଥିବା ବ୍ୟକ୍ତିଙ୍କୁ ଘର ଦେବା ପାଇଁ ଫଟୋ ଉଠାଯାଉଥିବା ବେଳେ ଚାଳଘର ଓ ଫନିରେ କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତିଙ୍କୁ ଏଥିରେ ବଂଚିତ କରାଯାଉଛି । ଏ ସଂପର୍କରେ ସାଲେପୁର ମଣ୍ଡଳ ଉନ୍ନୟନ ଅଧିକାରୀ କିଶୋର ଚନ୍ଦ୍ର ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଏହି ଯୋଜନାରେ ଜଣେ ମଧ୍ୟ ଯୋଗ୍ୟ ହିତାଧିକାରୀ ବଂଚିତ ହେବେ ନାହିଁ । ତେବେ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଯୋଜନାରେ ଥାଏ ଯେଉଁ ଅଧିକାରୀ ଏଭଳି କାର୍ଯ୍ୟକରିଥିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଏହି ବିଷୟରେ ହିତାଧିକାରୀ ଚୟନ କରିଥିବା ନିର୍ବାହୀ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନଥିଲା । ଘଟଣାର ବିଦ୍ଧିବଦ୍ଧ ତଦନ୍ତ କରାଯାଇ ଯୋଗ୍ୟ ହିତାଧିକାରୀ ତୁରନ୍ତ ଚିହ୍ନଟ ପାଇଁ ପଂଚାୟତିରାଜ ସଚିବ ଓ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ ଜେନାଙ୍କ ବିୟୋଗରେ ସାହିତ୍ୟ ସଂସଦର ଶୋକସଭା

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ …

Leave a Reply

Your email address will not be published. Required fields are marked *