ବୌଦ୍ଧ, ୨୦/୧୦/୨୦୧୯(ଓଡ଼ିଶା ସମାଚାର)- ବୌଦ୍ଧ ଜିଲାର ବୌଦ୍ଧଠାରେ ମାରୱାଡି ଯୁବ ମଂଚ ଏବଂ ମାପ ଓ ଓଜନ ବିଭାଗର ସହଯୋଗରେ ଉପଭୋକ୍ତା ସୁରକ୍ଷା ସଚେତନତା କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଅଛି । ଶିକ୍ଷାବିତ ଟଙ୍କଧର ସାହୁଙ୍କ ଅଧ୍ୟକ୍ଷତାରେ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟଅତିଥି ଭାବେ ରାଜ୍ୟ ଉପଭୋକ୍ତା ମହାସଂଘର ସଭାପତି ବଂଶୀଧର ଆଚାର୍ଯ୍ୟ, ସଂଯୋଜକ ଅରୁଣ କୁମାର ସ୍ୱାଇଁ, ମାପ ଓ ଓଜନ ବିଭାଗର ସହକାରୀ ନିୟନ୍ତ୍ରକ ବିଦ୍ୟାଧର ବିଶ୍ୱାଳ, ବରିଷ୍ଠ ନିରୀକ୍ଷକ ବିଷ୍ଣପଦ ରାଉଳ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଉପଭୋକ୍ତାମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଲେ ସେମାନେ ଠକାମୀର ଶିକାର ହେବେ ନାହିଁ, ଉପଭୋକ୍ତା ଆଇନ ସଂପର୍କରେ ସମସ୍ତେ ସଚେତନ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତିତ କଲେ ସମସ୍ତେ ଉପଯୁକ୍ତ ସେବା ପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ମାରୱାଡି ଯୁବମଂଚର କାର୍ଯ୍ୟକର୍ତା ବିକାଶ ଅଗ୍ରୱାଲା, ନଟବର ଅଗ୍ରୱଲା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଓଡ଼ିଶା ସମାଚାର