Sunday , October 1 2023
Home / ବିଶେଷ / ମାଓ ଦମନ ଓ ଉନୟନ କାର୍ଯ୍ୟ ତ୍ୱରାନ୍ୱିତ ନେଇ ପୁଲିସ୍ ର  ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

ମାଓ ଦମନ ଓ ଉନୟନ କାର୍ଯ୍ୟ ତ୍ୱରାନ୍ୱିତ ନେଇ ପୁଲିସ୍ ର  ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

କୋରାପୁଟ,୨୦/୧୦/୨୦୧୯(ଓଡ଼ିଶା ସମାଚାର)- କୋରାପୁଟ ପୁଲସି ରେଞ୍ଜ ଅଂଚଳରେ ମାଓ ଦମନ ସାଙ୍ଗକୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ କରିବା ନେଇ ପୁଲିସର ଏକ ଉଚ୍ଚସ୍ତରୀୟ ବୈଠକ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି ସଫିନ ଅହମ୍ମଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଏସଏଫ ଡିଆଇଜି ପି.କେ. ମିଶ୍ର, ସିଆରପିଏଫ ଡିଆଜି ଏସ.ପି. ପାଣ୍ଡେ, ବିଏସଏଫ ମାଲକାନଗିରି ଡିଆଇଜି ଏସ. ସାନ୍ଧୁଙ୍କ ସହ ୬ଟି ଜିଲାର ଆରକ୍ଷୀ ଅଧିକ୍ଷକ ଓ କାର୍ଯ୍ୟରତ ସମସ୍ତ ସୁରକ୍ଷା ବିଭାଗର ଅଧିକାରୀ ଓ କମାଣ୍ଡାଂଟଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସମସ୍ତ ମାଓପ୍ରବଣ ଅଂଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରିବା, ଗୁଇନ୍ଦା ବିଭାଗକୁ ସୁଦୃଢ଼ କରିବା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା, କଳାହାଣ୍ଡି ଓ ନୂଆପଡା ଜିଲାରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନାକୁ କାର୍ଯ୍ୟକାରୀ କରିବା, ଜନସାଧାରଣଙ୍କ ମଧ୍ୟରେ ଶାନ୍ତି ବଜାୟ ରଖିବା ଆଦି ଉପରେ ଆଲୋଚନା ହୋଇଥିଲା । ବିଶେଷ କରି ମାଓବାଦୀଙ୍କ ଗତିବିଧି ଉପରେ କେଉଁଭଳି ତୀକ୍ଷ୍ଣ ନଜର ରଖାଯିବ ଏବଂ ସେମାନଙ୍କ ବିରୁଦ୍ଧରେ ଦୃଢ଼ ମୁକାବିଲା କରାଯିବା ପାଇଁ ସମସ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ନେଇ ଆଲୋଚନା ହୋଇଥିଲା । କୋରାପୁଟ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ, ନୂଆପଡା ଏସପି ନୀତିନ ଅଗ୍ରୱାଲ, କଳାହାଣ୍ଡି ଏସପି ବି.ଗଙ୍ଗାଧର, ମାଲକାନଗିରି ଏସପି ଋଷିକେଶ ଖିଲାର, ରାୟଗଡା ଏସପି ଶ୍ରବଣ ବିବେକ ଏମ ଏବଂ ନବରଙ୍ଗପୁର ଏସପି ନୀତିନ କୁସଲକର ଡୁଗୁର, ବିଏସଏଫ କମାଣ୍ଡାଂଟ ସଶିନ ସିଂ, ବୈପାରିଗୁଡା କମାଣ୍ଡାଂଟ ଦୀପକ କୁମାର କଣ୍ଡପାଲ, ଲକ୍ଷ୍ମୀପୁର କମାଣ୍ଡାଂଟ ପି.କେ. ମାଣ୍ଡାଂଟ, କୋବ୍ରା ବାଟାଲିୟନର କମାଣ୍ଡାଂଟ ସନ୍ତୋଷ ବାହାଦୂର, ରାୟଗଡା କମାଣ୍ଡାଂଟ ଯୋଗେନ୍ଦ୍ର ଅଗ୍ରୱାଲା, ରାୟଗଡା ସିଆରପିଏଫ କମାଣ୍ଡାଂଟ ୱାଇ.କେ, ରାଜପୁତ, ଝିଲ୍ଲିଗୁଡା କମାଣ୍ଡାଂଟ ଏମ.କେ. ସିଂ, ନବରଙ୍ଗପୁର କମାଣ୍ଡାଂଟ ବିକ୍ରମ ଶର୍ମା, ଚିତ୍ରକୋଣ୍ଡା କମାଣ୍ଡାଂଟ ଆର. ଏସ ମିଞ୍ଜ, ଏମଭି-୭୯ କମାଣ୍ଡାଂଟ ନରେନ୍ଦ୍ର ସିଂ ଓ ମାଲକାନଗିରି କମାଣ୍ଡାଂଟ ତୀର୍ଥ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଡିଆଇଜି ଶ୍ରୀ ଅହମ୍ମଦ ବୈଠକ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କୋରାପୁଟ ପୁଲିସ ରେଞ୍ଜର ସମସ୍ତ ଅଂଚଳକୁ ମାଓ ମୁକ୍ତ କରାଯାଇ ଲୋକଙ୍କ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବା ଏବଂ ସମସ୍ତ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ ବିକାଶର ଧାରାରେ ସମସ୍ତଙ୍କୁ ଏକତ୍ରିତ କରାଯିବା ବୈଠକର ଆଭିମୁଖ୍ୟ ବୋଲି ପ୍ରକାଶ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *