Thursday , October 21 2021
Breaking News
Home / ବିଶେଷ / ବ୍ର୍ରହ୍ମପୁର ସହରରେ ‘ଗ୍ରୀନ ଏକ୍ସନ ଓି୍ୱକ’ ପାଳିତ

ବ୍ର୍ରହ୍ମପୁର ସହରରେ ‘ଗ୍ରୀନ ଏକ୍ସନ ଓି୍ୱକ’ ପାଳିତ

‘ଗୋଷ୍ଠୀ ସହଭାଜନ’ର ପ୍ରୋତ୍ସାହନ ପାଇଁ ଏକ ଦିବସୀୟ କର୍ମଶାଳା

ବ୍ର୍ରହ୍ମପୁର, ୨୦/୧୦/୨୦୧୯(ଓଡ଼ିଶା ସମାଚାର)- ପରିବେଶକୁ ସନ୍ତୁଳିତ ରଖିବା ପାଇଁ ସାରା ବିଶ୍ୱ ଅକ୍ଟୋବର ମାସକୁ ‘ଗ୍ରୀନ ଏକ୍ସନ ଓି୍ୱକ’ ଭାବେ ପାଳନ କରି ଆସୁଅଛି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ସହରର ଗାନ୍ଧୀ ନଗର ସ୍ଥିତ ହୋଟୋଲ ମୋତିରେ ସ୍ଥାନୀୟ ସ୍ୱେଛାସେବୀ ସଂସ୍ଥା ୟୁଥ୍ ଫର ସୋସିଆଲ ଡେଭଲପମେଂଟ (ୱାଇ.ଏସ.ଡି) ତରଫରୁ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ପରିବେଶ ଉପରେ କୁପ୍ରଭାବ ପକାଉଥିବା ଦ୍ରବ୍ୟର ଉତ୍ପାଦନକୁ ହ୍ରାସ କରିବା ସହ ଦାୟୀତ୍ୱହୀନ ବ୍ୟବହାରରେ ରୋକ ଲଗାଇବା, ପରିବେଶର ସୁରକ୍ଷା ପାଇଁ ଦାୟୀତ୍ୱବାନ କ୍ରୟ ଓ ଉତ୍ପାଦନ କରିବା, ବର୍ଯ୍ୟବସ୍ତୁ କମାଇବା ସହ ପ୍ଲାଷ୍ଟିକ୍ ଆଦିର ବ୍ୟବହାର କମ କରିବା, ପ୍ରାକୃତିକ ସମ୍ପଦର ଉପଯୋଗକୁ ଯଥାସାଧ୍ୟ କମ କରିବା, ଆଗାମୀ ପିଢି ପାଇଁ ସଂଚୟ କରି ରଖିବା, ଜୈବିକ ଖାଦ୍ୟ ବ୍ୟବହାର ନିମନ୍ତେ ଗୁରୁତ୍ୱାରୋପ କରିବା ଏବଂ ସତତ ବିକାଶ ଲକ୍ଷ୍ୟ ଆଧାରରେ ପ୍ରତ୍ୟେକ ମନୁଷ୍ୟକୁ ଉନ୍ନତ ସ୍ୱାସ୍ଥ୍ୟ ତଥା ଜୀବନଧାରଣର ମାନରେ ଉନ୍ନତି ଆଣିବା ଲକ୍ଷ୍ୟ ନେଇ କର୍ମଶାଳାରେ ଆଲୋଚନା କରାଯାଇଥିଲା ।

ଏହି କର୍ମଶାଳାକୁ ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ୟୁଥ୍ ଫର ସୋସିଆଲ ଡେଭଲପମେଂଟ ସଂସ୍ଥାର ମୁଖ୍ୟ ଶ୍ରୀଯୁକ୍ତ ବିଭୁ ପ୍ରସାଦ ସାହୁ କାର୍ଯ୍ୟକ୍ରମର ଉଦ୍ଧେଶ୍ୟକୁ ବିସ୍ତୃତ ଭାବରେ ଉପସ୍ଥାପନା କରିବା ସହ ବ୍ରହ୍ମପୁର ସହର ପାଇଁ ଏହାର ଉପାଦେୟତା ଉପରେ ଆଲୋକପାତ କରିଥିଲେ ଏବଂ ପରେ ପରେ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟରତ ବ୍ରହ୍ମପୁର ସବୁଜବାହିନୀ ତଥା ଆଂଚଳିକ ବିକାଶ ପରିଷଦ,ରବିନ ହୁଡ ଆର୍ମୀ, ଟିମ କ୍ଲିନ ସିଟି, ମାରୁଆଡି ମହିଳା ସମିତି, ମହାତ୍ମା ହେଲ୍ପିଂ କ୍ଲବ ଏବଂ ବିଭିନ୍ନ ରେସିଡେନ୍ସ ୱେଲଫେୟାର ଏସୋସିଏସନ କର୍ମକର୍ତା ନିଜର କାର୍ଯ୍ୟକ୍ରମକୁ ଉପସ୍ଥାପନା କରିବା ସହ ‘ସେୟାରିଂ କମ୍ୟୁନିଟ୍’(ଗୋଷ୍ଠୀ ସହଭାଜନ)କୁ କିଭଳି ଭାବେ ପ୍ରୋତ୍ସାହିତ କରାଯଇପାରିବ, ସେନେଇ ଅତି ସୁନ୍ଦର ଭାବେ ସଂଯୋଗର ଉପସ୍ଥାପନା କରିଥିଲେ ।

       ଏହି କାର୍ଯ୍ୟକ୍ରମରେ ବିଭିନ୍ନ ନାଗରିକଗୋଷ୍ଠୀ ମାନଙ୍କ ସକ୍ରିୟ ଅଂଶ ଗ୍ରହଣ କରିବା ସହ ମତାମତ ପ୍ରକାଶ କରିଥିଲେ । ଏଥିସହ ଶଙ୍କର ନାରାୟଣ ବେଜ  ବକ୍ତା ଭାବେ ଯୋଗଦାନ ଦେଇ ପରିବେଶ ପ୍ରଦ୍ୟୁଷଣର କାରଣ ଓ ଏହାର ନିରାକାରଣ ଉପରେ ବିସ୍ତୃତ ଭାବେ ଆଲୋକପାତ କରିବା ସହ ‘ସେୟାରିଂ କମ୍ୟୁନିଟ୍’ ମାଧ୍ୟମରେ ଏହାକୁ କିପରି ଭାବେ ସନ୍ତୁଳିତ ସ୍ଥିତିକୁ ଅଣାଯାଇପାରିବ ସେ ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ।

        ମନୁଷ୍ୟ ମଧ୍ୟରେ (ସହଭାଜନ) ପ୍ରଥା ସଭ୍ୟତାର ଆରମ୍ଭରୁ ଚାଲି ଆସୁଅଛି । ମାନବଗୋଷ୍ଠୀ, ସାମାଜିକ ପ୍ରାଣୀ ହିସାବରେ ଦ୍ରବ୍ୟ ଓ ସେବା ବଣଟନ ପାଇଁ କଠିନ ପରିଶ୍ରମ କରିଥାନ୍ତି । ଅଦଳବଦଳ ବ୍ୟବସ୍ଥାଟି ଗୋଷ୍ଠୀ ସହଭାଜନ କରିବାର ସବୁଠାରୁ ପୁରୁଣା ପ୍ରଥା ଅଟେ । ଅନ୍ଲାଇନରେ କାହାଣୀ, ଫୋଟ ସେୟାର କରିବା ଠାରୁ ଆରମ୍ଭ କରି ବର୍ତମାନ ଲୋକମାନେ ଭୌତିକ ଜିନିଷ ଗୁଡିକୁ ସେୟାର/ଭାଗ କରିବାରେ ସକ୍ଷମ ହୋଇପାରୁଛନ୍ତି । ଯେପରିକି, ବାସଗୃହ, ଯାନବାହାନ, ଗୃହ ଉପକରଣ, ଆସବାବପତ୍ର ଆଦି ପରସ୍ପର ମଧ୍ୟରେ ସେୟାର/ଭାଗ କରିପାରୁଛନ୍ତି । ଆଗରୁ ଲୋକମାନେ ବଡ ବଡ ନାମିଦାମୀ କମ୍ପାନୀର ନୂଆ ଜିନିଷ କିଣିବା ପାଇଁ ଆଗ୍ରହ ପ୍ରକାଶ କରୁଥିଲେ କିନ୍ତୁ ବର୍ତମାନ, ପୂର୍ବରୁ ବ୍ୟବହାର ହୋଇଥିବା ଜିନିଷକୁ ପୁନଃବ୍ୟବହାର କରିବାକୁ ଧିରେ ଧିରେ ବିକଳ୍ପ ବ୍ୟବସ୍ଥା ଭାବେ ଆପଣାଉଛନ୍ତି । ଆବଶ୍ୟକ ବେଳେ ଗୋଟିଏ କାରକୁ “ଗାଡି ଭାଗିଦାରୀ” ବା ଭଡାରେ ନେଉଛନ୍ତି ଏବଂ ଅନାବଶ୍ୟକ ଜିନିଷ ଗୁଡିକୁ ଆବଶ୍ୟକ ଥିବା ବ୍ୟକ୍ତି ବିଶେଷ ସହ ସେୟାର/ଭାଗ କରୁଛନ୍ତି । ଏହି ସବୁ ଉଦାହରଣ ଗୁଡିକ ବର୍ତମାନ ଆମ ସମାଜର ମୁଖ୍ୟସ୍ରୋତରେ ଓ ନିତିଦିନିଆ ଜୀବନର ଅଂଶ ହୋଇଯାଇଛି ।ପରିଶେଷରେ ଅଲୋଚ୍ୟ ବିଷୟ ବସ୍ତୁ ଉପରେ ପ୍ରଶ୍ନ ଉତରର ମାହଲ ଏକରକମର ହୃଦୟସ୍ପର୍ଶୀ ରହିବା ସହିତ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ୱାଇ.ଏସ.ଡି ର ଚନ୍ଦନ କୁମାର ସାହୁ ଓ ଅଭିରାମ କଁହର ପରିଚାଳନା କରିଥିଲେ ଏବଂ ସୃତି କୁମାରୀ ସାହୁ, ଦିବ୍ୟ ଭଞ୍ଜନୀ ସାସମଲ ସହଯୋଗ କରିଥିଲେ ।   ଓଡ଼ିଶା ସମାଚାର

About admin

Check Also

କୋଭିଡ୍ କଟକଣା ପାଇଁ ଫିକା ପଡିଲା ପାରାଵିଲ୍ ଗଜଲକ୍ଷ୍ମୀ ପୂଜା, ପୁରୁଣା ମାଢିରେ ନୂଆ ମୂର୍ତ୍ତି

କଟକ ସଦର, ୨୦/୧୦/୨୧(ଓଡିଶା ସମାଚାର/ଵିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କୋଭିଡ କଟକଣା ଯୋଗୁଁ ଫିକା …

Leave a Reply

Your email address will not be published. Required fields are marked *