Friday , October 22 2021
Breaking News
Home / ବିଶେଷ / ବୌଦ୍ଧରେ ରାଜ୍ୟ ଲୋକାୟୁକ୍ତ ଆଇନ ସଂକ୍ରାନ୍ତ ସଚେତନତା କର୍ମଶାଳା

ବୌଦ୍ଧରେ ରାଜ୍ୟ ଲୋକାୟୁକ୍ତ ଆଇନ ସଂକ୍ରାନ୍ତ ସଚେତନତା କର୍ମଶାଳା

ବୌଦ୍ଧ,୨୦/୧୦/୨୦୧୯(ଓଡ଼ିଶା ସମାଚାର)-ରାଜ୍ୟ ଆଇନ ସେବା ପ୍ରାଧିକରଣ ଓ ବୌଦ୍ଧ ଜିଲା ଆଇନ ସେବା ପ୍ରାଧିକରଣର ମିଳିତ ସହଯୋଗରେ ବୌଦ୍ଧ ଟାଉନହଲଠାରେ ରାଜ୍ୟ ଲୋକାୟୁକ୍ତ ଆଇନ ସଂପର୍କୀତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି । ବୌଦ୍ଧ ଜିଲା ଦୌରାଜଜ ତଥା ଆଇନ ସେବା ପ୍ରାଧିକରଣ ଅଧକ୍ଷ୍ୟ ଅରବିନ୍ଦ କୁମାର ଗୁରୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସଚେତନତା କର୍ମଶାଳାରେ ମୁଖ୍ୟଅତିଥି ଭାବେ ଲୋକାୟୁକ୍ତ ସଦସ୍ୟ ଅବସରପା୍ରପ୍ତ ଜଷ୍ଟିସ ବିଜୟ କୁମାର ନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସଦସ୍ୟ ଡଃ. ଦେବବ୍ରତ ସ୍ୱାଇଁ, ଲୋକାୟୁକ୍ତ ସଚିବ ମାନସ ରଞ୍ଜନ ତ୍ରିପାଠୀ, ଜିଲାପାଳ ଲଲାଟେନ୍ଦୁ ମିଶ୍ର, ଆରକ୍ଷୀ ଅଧିକ୍ଷକ ଭି. ରଘୁନାଥ ରାଓ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଜିଲା ଦୌରାଜଜ ଶ୍ରୀ ଗୁରୁ ଅତିଥି ପରିଚୟ ପ୍ରଦାନ କରିବା ସହ ଏହି ଲୋକାୟୁକ୍ତ ଆଇନ ଦ୍ୱାରା ଦୁର୍ନୀତି ଓ ଭ୍ରଷ୍ଟାଚାର ରୋକାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।

ମୁଖ୍ୟଅତିଥି ଅବସରପ୍ରାପ୍ତ ଜଷ୍ଟିସ ଶ୍ରୀ ନାଏକ ଲୋକାୟୁକ୍ତଙ୍କ କାର୍ଯ୍ୟକାରିତା ଉପରେ ସରକାରଙ୍କ କୌଣସି ପ୍ରଭାବ ନାହିଁ, ତେଣୁ ଭ୍ରଷ୍ଟାଚାର ଓ ଦୁର୍ନୀତିକୁ ପ୍ରତିରୋଧ କରିବା ପାଇଁ ସମସ୍ତେ ସଚେତନ ହେବା ଦରକାର ବୋଲି ମତ ବ୍ୟକ୍ତ କରିଥିଲେ । କାର୍ଯ୍ୟରତ ସରକାରୀ ଓ ବେସରକାରୀ କର୍ମଚାରୀଙ୍କ ସମେତ ନିର୍ବାଚିତ ପ୍ରତିନିଧି ଏପରିକି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଏହି ଆଇନର ପରିସରଭୁକ୍ତ ଅଟନ୍ତି । ସେମାନଙ୍କ ବିରୁଦ୍ଧରେ ଯଦି ପ୍ରମାଣଯୁକ୍ତ ଦୁର୍ନିତୀ ଅଭିଯୋଗ ରହିଥାଏ ତେବେ ସାଧାରଣ ଲୋକ ମଧ୍ୟ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ଦାଖଲ କରିପାରିବ । ଯେ କୌଣସି ଦୁର୍ନୀତିର ୭ ବର୍ଷ ମଧ୍ୟରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରାଯାଇ ପାରିବ । କୌଣସି ଦୁର୍ନୀତିର ତଦନ୍ତରେ ସରକାରୀ ସଂସ୍ଥା ଜାଣିଶୁଣି ସମୟ ଗଡାଉଥିଲେ ସେହି ମାମଲା ମଧ୍ୟ ଲୋକୟୁକ୍ତଙ୍କ ନିକଟରେ ଅଭିଯୋଗ ହେଲେ ତଦନ୍ତ କରାଯାଇ ପାରିବ । କିନ୍ତୁ ଅଭିଯୋଗକାରୀ ଯଦି ମିଥ୍ୟା ତଥ୍ୟ ଦେଇ ଅଭିଯୋଗ କରେ ତା ଉପରେ ମଧ୍ୟ ଏହି ଆଇନରେ କାର୍ଯ୍ୟାନୁଷ୍ଠାନ କରିବାର ନିୟମ ରହିଛି । ଏହି କର୍ମଶାଳାରେ ପ୍ରସିକ୍ୟୁସନ ମେମ୍ବର ଗଜେନ୍ଦ୍ର ମହାପାତ୍ର ଓ ତ୍ରିଲୋଚନ ପ୍ରଧାନ ଓ ବିଚାର ବିଭାଗୀୟ ଅଧିକାରୀଙ୍କ ସମେତ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *