Sunday , October 1 2023
Home / ବିଶେଷ / ବୁଦ୍ଧିଜୀବି ଙ୍କ ପକ୍ଷରୁ ବ୍ୟାଙ୍କ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା 

ବୁଦ୍ଧିଜୀବି ଙ୍କ ପକ୍ଷରୁ ବ୍ୟାଙ୍କ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା 

ତାରପୁର,୨୦/୧୦/୨୦୧୯(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ତାରପୁର ଠାରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ର ବରିଷ୍ଠ କର୍ମଚାରୀ  ଦର୍ଶନ ସ୍ୱାଇଁଙ୍କ ବଦଳି ଯୋଗୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସେ ଜଣେ ଭଦ୍ର , କର୍ମ ତତ୍ପର ଓ ଦାୟିତ୍ୱବାନ ବ୍ୟକ୍ତିଭାବେ ଅଂଚଳରେ ଯଥେଷ୍ଟ ପ୍ରତିଷ୍ଠା ଅର୍ଜନ କରିଛନ୍ତି । ଏସଏଚଜି ମହିଳା ମାନଙ୍କୁ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ସହ ଅଂଚଳରେ ଅନୁଷ୍ଠିତ ବିଭିନ୍ନ ସାମାଜିକ କାର୍ଯ୍ୟରେ ଯୋଗଦେଇ ସଂସ୍କାର ଅଭିମୁଖୀ କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଉଥିଲେ । ମା ନାରାୟଣୀଙ୍କ ପିଠରେ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ସ୍ୱାମୀ ଅରୁପାନନ୍ଦ ଡ଼ିଗ୍ରୀ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଅଜୟ କୁମାର ଦାଶ, ରେଢ଼ୁଆ କଲେଜର ଅଧ୍ୟକ୍ଷ ସରୋଜ କୁମାର ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ବିଳାସ ଚନ୍ଦ୍ର ସାହୁ ,  ହୋମିଓ ପ୍ୟାଥି ଡ଼ାକ୍ତର ଯୁଧିଷ୍ଠିର ବିଶ୍ୱାଳଙ୍କ ସହ ଶାଖା ପରିଚାଳକ ବିଜୟ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି  ଶ୍ରୀ ସ୍ୱାଇଁ ଙ୍କ କାର୍ଯ୍ୟଦକ୍ଷତାକୁ ପ୍ରସଂଶା କରିବା ସହ ତାଙ୍କ ଉତରୋତର ଉନ୍ନତି କାମନା କରିଥିଲେ । ଶ୍ରୀ ସ୍ୱାଇଁ ନିଜ ବକ୍ତବ୍ୟରେ ଏହା ତାଙ୍କ ର ସ୍ମରଣୀୟ ହୋଇ ରହିବ ବୋଲି ପ୍ରକାଶ କରିବା ସହ ସମସ୍ତଙ୍କ ଆଶିର୍ବାଦ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କ କର୍ମଚାରୀ ଦେବରାଜ ପ୍ରଧାନ, ପ୍ରିୟଙ୍କା ନନ୍ଦିନୀ ବେହେରା,  ନିର୍ମଳ ତିର୍କି, ଦିଲିପ ଜେନା,ରଶ୍ମି ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *