Tuesday , October 3 2023
Breaking News
Home / ବିଶେଷ / ପ୍ରହିଆପାରୀ ଗଜଲକ୍ଷ୍ମୀ ପୂଜାର ୧୦୦ ବର୍ଷ ପୂର୍ତି ପାଳନ 

ପ୍ରହିଆପାରୀ ଗଜଲକ୍ଷ୍ମୀ ପୂଜାର ୧୦୦ ବର୍ଷ ପୂର୍ତି ପାଳନ 

ତାରପୁର,୨୦/୧୦/୨୦୧୯(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ ପ୍ରହିଆପାରୀ ଗଜଲକ୍ଷ୍ମୀ ପୂଜାର ୧୦୦ ବର୍ଷ ପୂର୍ତି ପାଳନ ଅବସରରେ ପ୍ରତ୍ୟେକ ଦିନ ମା ଙ୍କ ନିକଟରେ ସ୍ୱତନ୍ତ୍ର ପୂଜା ନୀତି ଅନୁଷ୍ଠିତ ହେବା ସହ ବିଭିନ୍ନ ପ୍ରକାର ବ୍ୟଂଜନ ଲାଗି କରାଯାଇଥିଲା ।  ଏହି ଉପଲକ୍ଷେ ମଣ୍ଡପ ନିକଟରେ ଏକ ସପ୍ତାହ ଧରି ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଥିଲା । ଏଥିସହ ଅରୁଣ କୁମାର ସ୍ୱାଇଁ ଙ୍କ ତତ୍ୱାବଧାନରେ ସ୍ୱଛ ଭାରତ,ପରିବେଶ ସୁରକ୍ଷା ବାର୍ତା ପ୍ରଦାନ କରାଯାଇଥିଲା ।  ଡ଼ କୈଳାଶ ଚନ୍ଦ୍ର ଥାଟୋଇ, ମଂଜୁ ଥାଟୋଇ କାର୍ଯ୍ୟକ୍ରମରେ ସାମିଲ ହୋଇ ଆଧ୍ୟାତ୍ମିକ ଦିଗଦର୍ଶନ ଦେଇଥିଲେ । ସ୍ନିଗ୍ଧା ମହାପାତ୍ର, ଲକ୍ଷ୍ମୀପ୍ରିୟା ସ୍ୱାଇଁ,ସ୍ମିତାଶ୍ରୀ ସ୍ୱାଇଁ, ଶୁଭଶ୍ରୀ ସ୍ୱାଇଁ ଙ୍କ ଉଦ୍ୟମରେ ମହିଳା ମାନଙ୍କୁ ନେଇ ବିଭିନ୍ନ ପ୍ରକାର କଳା ଓ ସଂସ୍କୃତି ଉପରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ତ୍ରିନାଥ ସ୍ୱାଇଁ, ପ୍ରଭାତ କୁମାର ମହାପାତ୍ର,ଜଗନ୍ନାଥ ସ୍ୱାଇଁ, ଯୋଗେନ୍ଦ୍ରନାଥ ବସ୍ତିଆ ଏଥିରେ ସହଯୋଗ କରିବା ସହ ରବିବାର ସନ୍ଧ୍ୟାରେ ବାଜା ବାଣ ରୋଷଣିରେ ମା ଙ୍କ ମୂର୍ତିକୁ ବିଷର୍ଜନ ଦିଆଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *