କେନ୍ଦ୍ରାପଡା, ୨୦/୧୦/୨୦୧୯(ଓଡ଼ିଶା ସମାଚାର)- ପ୍ରଦୁ୍ୟଷଣ ମୁକ୍ତ,ପ୍ଲାଷ୍ଟିକ ମୁକ୍ତ ସହିତ ଟ୍ରାଫିକ ନିୟନ୍ତ୍ରଣ ନିମନ୍ତେ ସଚେତନତା ସୃଷ୍ଟି କରିବା ଉଦେଶ୍ୟରେ ଏକ ଆନ୍ତଃ ରାଜ୍ୟ ସାଇକେଲ ଯାତ୍ରା ଆଜି ସକାଳେ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ଠାରୁ ଆରମ୍ଭ ହୋଇଥିବା ଜଣା ପଡିଛି । ଖବରରୁ ପ୍ରକାଶ ଯେ ଟାଉନ ଥାନା ଅନ୍ତର୍ଗତ ଜଇପୁରା ଗ୍ରାମର ୬୩ ବର୍ଷ ବୟସ ସୟଦ ଫଇତାନ ଅଲ୍ଲୀ ସାଇକେଲ ରେ ଯାତ୍ରା ଆରମ୍ଭ କରିଛନ୍ତି । ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୟଦ ଫଇତାନ ଅଲ୍ଲୀଙ୍କୁ ପୁଷ୍ପଗୁଛ ପ୍ରଦାନକରି ତାଙ୍କର ସାଇକେଲ ଯାତ୍ରାର ଶୁଭ ମନାସୀଥିଲେ । ସୟଦ ଅଲ୍ଲୀ ଏହି ସାଇକେଲ ଯାତ୍ରାରେ ବାହାରି ଦିଲ୍ଲୀ, ଜମ୍ମୁ, ଅମୃତସର, ଜଇପୁର, ଅହମଦାବାଦ, ଭୋପାଳ, ଜବଲପୁର ଭଳି ୧୩ଟି ରାଜ୍ୟର ସହର ମଧ୍ୟଦେଇ ସାଇକେଲ ଯାତ୍ରା କରି ଦୀର୍ଘ ୭ହଜାର କିଲୋମିଟର ରାସ୍ତା ଅତିକ୍ରମ କରିବେ ଏବଂ ସେହିସବୁ ସ୍ଥାନରେ ପ୍ରଦୁ୍ୟଷଣ ମୁକ୍ତ,ପ୍ଲାଷ୍ଟିକ ମୁକ୍ତ ଓ ଟ୍ରାଫିକ ନିୟନ୍ତ୍ରଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବେ ବୋଲି ସୂଚନା ଦେଇଛନ୍ତି । ସେ ଏହି ସମୟ ମଧ୍ୟରେ ୮୦ଦିନ ସାଇକେଲରେ ଯାତ୍ରା କରିବେ ବୋଲି କହିଛନ୍ତି । ଏହି ସାଇକେଲ ଯାତ୍ରାର ଶୁଭାରମ୍ଭ ସମୟରେ କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଆଂଚଳିକ ପରିବହନ ଅଧିକାରୀ ନିଖିଳ କୁମାର ପଟ୍ଟନାୟକ, କ୍ରୀଡା ସଂସଦର ସମ୍ପାଦକ ସୟଦ ଅକମଲ ଅଲ୍ଲୀ, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ ଓ କ୍ରୀଡାବୀତମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର