Saturday , June 25 2022
Home / ଶିକ୍ଷା / ପ୍ରଜ୍ଞାରେଣୁ ଚଉରାରେ ମୃତିକା ସ୍ଥାପନ

ପ୍ରଜ୍ଞାରେଣୁ ଚଉରାରେ ମୃତିକା ସ୍ଥାପନ

ଡୁଙ୍ଗୁରିପାଲି,୨୦/୧୦/୨୦୧୯(ଓଡ଼ିଶା ସମାଚାର)-ଡୁଙ୍ଗୁରିପାଲି ମହାବିଦ୍ୟାଳୟ ପରିସରସ୍ଥ ପ୍ରଜ୍ଞାରେଣୁ ଚଉରାରେ ଦେଶର ପୁଣ୍ୟ ଭୂମିଗୁଡିକରୁ ମାଟି ଆଣି ଏଠାରେ ସ୍ଥାପନ କରାଯାଇଛି । ନାଳନ୍ଦା ବିଶ୍ୱବିଦ୍ୟାଳୟ, ମାଉଂଟ ଆବୁ ପ୍ରଜ୍ଞାପତି ବ୍ରହ୍ମାକୁମାର ବିଶ୍ୱବିଦ୍ୟାଳୟ, ଶାନ୍ତି ନିକେତନ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ସାରନାଥ, ସତ୍ୟବାଦୀ ବନ ବିଦ୍ୟାଳୟ, ପଣ୍ଡିଚେରିର ଅରବିନ୍ଦ ଆଶ୍ରମ, ନେତାଜି ସୁବାଷଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ, ଗଙ୍ଗାଧର ମେହେର ଜନ୍ମସ୍ଥାନ, ଖଲିଆପାଲି ଭିମ ଭୋଇ ଆଶ୍ରମ, ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ ସ୍ୱରାଜ ଆଶ୍ରମ, କନ୍ୟାକୁମାରୀ ପ୍ରଭୃତି ସ୍ଥାନର ମାଟି ଏହି ପ୍ରାଜ୍ଞରେଣୁ ଚଉରାରେ ସ୍ଥାପନ କରାଯାଇଛି । ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେଶ ପଧାନଙ୍କ ଦ୍ୱାରା ପୂଣ୍ୟ ଦେବ ଭୂମୀ ଋଷୀକେଶଠାରୁ ଆଣାଯାଇଥିବା ମୃତିକା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସାମନ୍ତଚନ୍ଦ୍ର ସାହୁ ଓ ଅଧ୍ୟାପକ କିଶୋର ମେହେରଙ୍କ ତତ୍ୱାବଧାନରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ନାଏକ, ଶିକ୍ଷକ ଅମୂଲ୍ୟ ବେହେରା, ବୟୋଜ୍ୟେଷ୍ଠ କବି ଭିକାରୀ ପଧାନ ସ୍ଥାପନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସହରର ପୁରାତନ ବାଳିକା ବିଦ୍ୟାଳୟକୁ ଜମି ପଟା ମିଳିନଥିବା ଅଭିଯୋଗ

କେନ୍ଦ୍ରାପଡ଼ା, ୧୩/୦୬/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡ ନିକଟରେ ବ୍ରିଟିଶ ଅମଳରେ ନିର୍ମିତ ହୋଇଥିବା ଫ୍ରେଜର …

Leave a Reply

Your email address will not be published. Required fields are marked *