Sunday , October 17 2021
Breaking News
Home / ବିଶେଷ / ଦଶିପୁର ପଂଚାୟତ ଉନ୍ନୟନ କାର୍ଯ୍ୟରେ ଅନୀୟମିତତା ଅଭିଯୋଗ

ଦଶିପୁର ପଂଚାୟତ ଉନ୍ନୟନ କାର୍ଯ୍ୟରେ ଅନୀୟମିତତା ଅଭିଯୋଗ

କେନ୍ଦ୍ରାପଡା, ୨୦/୧୦/୨୦୧୯(ଓଡ଼ିଶା ସମାଚାର)- ପଂଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅନୀୟମିତତା ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଖବରରୁ ପ୍ରକାଶ ଯେ ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ପଂଚାୟତବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଦଶିପୁର ପଂଚାୟତର ଡାକ୍ତରଖାନା ରାସ୍ତା ନିର୍ମାଣ ଫଳକ ନମରାଯାଇ ଅତିନିମ୍ନମାନର କରାଯାଇ ବିଲ କରାଯାଇଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଏତଦଭିନ୍ନ ସେହି ପଂଚାୟତର ବନ୍ଧସାହି ଗ୍ରାମର ଏକ ପରିତ୍ୟକ୍ତ ପୋଖରୀର ପୁରୁଣା ତୁଠରେ ବାଲିସିମେଂଟ ବୋଳି ବିଲ କରିନେଇଥିବା ମଧ୍ୟ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଏତଦଭିନ୍ନ ପଂଚାୟତର ନଳକୂପର ମେଜିଆ ଗୁଡିକ ମଧ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ଏସବୁ ସମ୍ପର୍କରେ ପଂଚାୟତବାସୀଙ୍କ ପକ୍ଷରୁ ବିବେକାନନ୍ଦ ଦାଶ, ପ୍ରମୋଦ ପଣ୍ଡା, ନିରୋଦ ମଳିକ, ରମେଶ ମଳିକ, ବିକ୍ରମ ମଳିକ, ଅକ୍ଷୟ ସାହୁ, ଶରତ ଦାସ, ସୁବାଷ ମଳିକ, ଚୈତନ୍ୟ ମଳିକ, କେଶବ ମଳିକ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଏଥିପୂର୍ବରୁ ପଂଚାୟତବାସୀ ଆଳି ବ୍ଲକର ବିଡିଓ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କୁ ସାକ୍ଷାତକରି ଅଭିଯୋଗ କରିଥିଲେ ବି ସେଠାରୁ କୈାଣସି ସୁଫଳ ନମିଳିବାରୁ ସେମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ସେହି ଅଭିଯୋଗ ଉପରେ ତୁରନ୍ତ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଡି.ଆର.ଡି.ଏ. ପିଡିଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

କଂସାରୀ ପାଟିଆ ରାସ୍ତାକଡ ଗଦା ଗଦା ଅଳିଆ 

ରାସ୍ତାରେ ଯିବାଆସିବା ରେ ଅତିଷ୍ଠହେଲେଣୀ ଲୋକ ପାରାଦୀପ ୧୭/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଷଣ୍ଢକୁଦ ବସ୍ତି ଠାରୁ ଅନତି ଦୂରରେ ରହିଛି …

Leave a Reply

Your email address will not be published. Required fields are marked *