ଉତ୍ସାହ ଉଦ୍ଧିପନା ସହ ପାଳିତ
ପାରାଦ୍ୱୀପ,୨୦/୧୦/୨୦୧୯(ଓଡ଼ିଶା ସମାଚାର)-ଜୁହାର ପରିବାର ପାରାଦ୍ୱୀପ ଶାଖା ଆନୁକୁଲ୍ୟରେ ଦ୍ୱିତୀୟ ‘ନୂଆଁଖାଇ ଭେଟ୍ଘାଟ୍-୨୦୧୯’ ଉତ୍ସବ ମହାଆଡମ୍ବର ଓ ଉତ୍ସାହ ଉଦ୍ଧିପନା ସହ ପାରାଦ୍ୱୀପ ଆଇଓସିଏଲର ଉସôବ ସମ୍ମିଳନୀ କେନ୍ଦ୍ର ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଅଛି । ଏହି ଉତ୍ସବ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପଶ୍ଚିମ ଓଡିଶା ପ୍ରସିଦ୍ଧ ସମ୍ବଲପୁରୀ ନୂଆଁଖାଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ତେବେ ସମସ୍ତ କାର୍ଯ୍ୟକ୍ରମ ମଧ୍ୟରେ ପ୍ରସିଦ୍ଧ ରଙ୍ଗବତୀ ସଙ୍ଗିତର କଣ୍ଠଶିଳ୍ପି ମିତ୍ରଭାନୁ ଗୌନ୍ତିଆ,ଲୋକ କବି ରତ୍ନ ପଦ୍ମଶ୍ରୀ ଡ.ହଳଧର ନାଗ ଓ ଲୋକଗିତିକାର ଶାସ୍ୱତ ତ୍ରିପାଠି ମୁଖ୍ୟ ଆକର୍ଷଣ ଥିଲେ । ଏହି ଉତ୍ସବ ରେ କେନ୍ଦ୍ରାପଡା ଜିଲ୍ଲାପାଳ ସାମର୍ଥ ବର୍ମା ମୁଖ୍ୟଅତିଥିଭାବେ ଯୋଗ ଦେଇଥିଲାବେଳେ, ପାରାଦ୍ୱୀପ ତୈଳବିଶୋଧନାଗାର କାର୍ଯ୍ୟକାରି ନିର୍ଦ୍ଧେଶକ ଟିଭିଏସ୍ ଗୋପାଳକି୍ରଷ୍ଣା, ଇଫକୋ ପାରାଦ୍ୱୀପ ଶାଖା ମୁଖ୍ୟ କେ.େ.ଜ.ପଟେଲ, ପିପିଏଲ ମୁଖ୍ୟ ପରିଚାଳନା ଅଧିକାରୀ ରଞ୍ଜିତ ସିଂ ଚୁଗ୍ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । ସମସ୍ତ ଅତିଥିମାନେ ପ୍ରାଚୀନ ପଶ୍ଚିମ ଓଡିଶାର କଳା ସଂସ୍କୃିତିକୁ ଉଦ୍ଜିବୀତ କରି ରଖିବା ପାଇଁ ଜୁହାର ପରିବାର ଉଦ୍ଧ୍ୟମକୁ ଭୁୟସୀ ପ୍ରସଂଶା କରିଥିଲେ । ଏହି ପରିପ୍ରେକ୍ଷୀରେ ‘ପାରାଦ୍ୱୀପ ପରବ୍’ ନାମକ ଏକ ସ୍ମରଣୀକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ଜୁହାର ପରିବାର ସଭାପତି ଆର୍.ଏନ୍.ଆଚାର୍ଯ୍ୟ, ସାଧାରଣ ସମ୍ପାଦକ ହେମନ୍ତ ମେହେରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ଉପସଭାପତି ବିବେକାନନ୍ଦ ବାରିକ, ଯୁଗ୍ମ ସଂପାଦକ ପ୍ରେମାନନ୍ଦ କିଶାନ୍ ଓ ସମସ୍ତ ସଭ୍ୟଙ୍କ ସକ୍ରିୟ ସହଯୋଗରେ ସଫଳତାର ସହ ସମ୍ପନ୍ନ ହୋଇଥିଲା । ଏଠାରେ ସୂଚନା ଥାଉକି, ନୂଆଁଖାଇ ହେଉଛି ଏକ କୃଷିଭିତିିକ ଉସôବ ଏବଂ ଏହା ମୁଖ୍ୟତଃ ପଶ୍ଚିମ ଓଡିଶାରେ ପାଳିତ ହୋଇଥାଏ । ଏଥିରେ ଋତୁର ପ୍ରଥମ ଉପôାଦିତ ଶସ୍ୟକୁ ସ୍ୱାଗତ କରାଯାଇ ଉସôବ ପର୍ବ ଅନୁଷ୍ଠିତ ହୋଇଥାଏ । ଏହି ପଶ୍ଚିମ ଓଡିଆ ସଂସ୍କୃତି, ପରମ୍ପରା ଓ ସ୍ମୃତିକୁ ଉଦଜିବୀତ କରି ରଖିବା ଓ ନୂଆଁଖାଇ ପର୍ବ ଓ ଉସôବ ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ପାଳନ କରିବା ପାଇଁ ଗଠିତ ହୋଇଛି “ଜୁହାର ପରିବାର” । ଓଡ଼ିଶା ସମାଚାର