Friday , September 29 2023
Breaking News
Home / କ୍ରୀଡ଼ା / ଜିଲାପାଳଙ୍କୁ ଭେଟିଲେ ଜାପାନ ଯାଉଥିବା ରଗବୀ ଖେଳାଳି

ଜିଲାପାଳଙ୍କୁ ଭେଟିଲେ ଜାପାନ ଯାଉଥିବା ରଗବୀ ଖେଳାଳି

କେନ୍ଦ୍ରାପଡା, ୨୦/୧୦/୨୦୧୯(ଓଡ଼ିଶା ସମାଚାର)- ଜାପାନର ଟୋକିଓଠାରେ ଚଳିତ ମାସ ୨୩ ତାରିଖରେ ହେବାକୁ ଥିବା ରଗବୀ ପ୍ରତିଯୋଗିତାରେ ଭାଗ ନେବା ପାଇଁ କେନ୍ଦ୍ରାପଡା ଅରୁଆ କଦଳୀବଣ ହରିହରାନନ୍ଦ ବାଳାଶ୍ରମର ଛାତ୍ରୀ ମନୋନୀତ ହୋଇଛନ୍ତି । ସୋସାଇଟି ଜେନେରାଲ କିଟସ୍ ରଗବୀ ସ୍ପରିଟ ଫେଷ୍ଟିଭାଲ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାରେ ଭାଗନେବା ପାଇଁ ଛାତ୍ରୀ ମାଣ୍ଡୁଇ ସଏ ଚଳିତ ମାସ ୨୨ ତାରିଖରେ ଟୋକିଓ ଯାତ୍ରା କରିବେ  । ଏ ନେଇ ଛାତ୍ରୀ ଜଣକ ଶୁକ୍ରବାର ଜିଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଯାତ୍ରା ବିଷୟରେ ଆଲୋଚନା କରିଥିଲେ । ବାଳାଶ୍ରମର କ୍ରୀଡା ଶିକ୍ଷୟିତ୍ରୀ ଅମ୍ବିକା ମହାନ୍ତି, କୋଚ ଅନ୍ନପୂର୍ଣ୍ଣା ମଲ୍ଲିକ ଓ ମମତା ପାତ୍ର ଜିଲାପାଳଙ୍କୁ ଭେଟିଥିଲେ  । ଜିଲାପାଳ ଶ୍ରୀ ବର୍ମା ଆବଶ୍ୟକ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ପ୍ରତିଯୋଗିତାରେ ଛାତ୍ରୀଙ୍କ ସଫଳତା କାମନା କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *