ଗରଦପୁର,୨୦/୧୦/୨୦୧୯(ଓଡ଼ିଶା ସମାଚାର)-ରାଜ୍ୟସ୍ତରୀୟ ଗୋ-ନବରାତ୍ର ମହୋତ୍ସବ ନିମନ୍ତେ ଗରଦପୁର ବ୍ଲକ୍ର ପାଖଡ ପଂଚାୟତ ନିକଟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପଂଚାୟତ ସରପଂଚ ଗୌରାଙ୍ଗ ଚରଣ ପରିଡା ସଭାପତିତ୍ୱ କରିଥିବାବେଳେ ଅତିଥିଭାବେ ଶ୍ରୀକ୍ରିଷ୍ଣା ନନ୍ଦ ମହାରାଜ, କ୍ରାନ୍ତି ସ୍ୱରୂପାନନ୍ଦ ଗିରି, ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ଜେନା, ପତଞ୍ଜଳି ଯୋଗ ସମିତିର ଜିଲ୍ଲା ସଭାପତି ବିଭୂପ୍ରସାଦ ଦାସ, ବରଦା ପ୍ରସନ୍ନ ପତି ପ୍ରମୁଖ ଯୋଗଦେଇ ଉକ୍ତ ମହୋତ୍ସବକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବୈଠକରେ ପତଞ୍ଜଳି ଯୋଗ ସମିତିର ସଂଯୋଜକ ଦେବକୁମାର ପାଣି ସଂଯୋଜନା କରିଥିବାବେଳେ ରାଧାରମଣ ଷଡଙ୍ଗୀ, ପ୍ରଭାତ କୁମାର ମିଶ୍ର, ମନୋଜ ରଂଜନ ପଣ୍ଡା, ରବିନ୍ଦ୍ର ଦାସ, ସୀତାକାନ୍ତ ଜେନା, ଅରୁଣ ପଣ୍ଡା, ଘନଶ୍ୟାମ କାପ୍, ଆଲୋକ ପଣ୍ଡା, ପ୍ରଶାନ୍ତ ପଣ୍ଡା, ସୁନାକର ପରିଡା, ସୁନାକର ପରିଡା, ନୃସିଂହ ସାହୁ, ବଟକୃଷ୍ଣ ବାରିକ ପ୍ରମୁଖ ପରିଚାଳନା କରିଥିଲେ । ସୂଚନାଯୋଗ୍ୟ ଆସନ୍ତା ୨୮ ତାରିଖ ଠାରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ରାଜନଗର ମହିଁଷାସୁର ହେଲିପ୍ୟାଡ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଗୋ-ନବରାତ୍ର ମହୋତ୍ସବରେ ଜଗତ୍ ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମେତ ଅନେକ ପଣ୍ଡିତ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ସମାଚାର
