କେନ୍ଦ୍ରାପଡା,୨୦/୧୦/୨୦୧୯(ଓଡ଼ିଶା ସମାଚାର)-ଜଜାଙ୍ଗସ୍ଥିତ କୃଷି ବିଜ୍ଞାନକେନ୍ଦ୍ରରେ ବିଶ୍ୱ ଖାଦ୍ୟ ଦିବସ ପାଳିତ ହୋଇଯାଇଛି । କୃଷି ବିଜ୍ଞାନକେନ୍ଦ୍ରର ଗୃହ ବିଜ୍ଞାନୀ ଡଃ ନମିତା ମହାପାତ୍ର ଏହି ଉତ୍ସବରେ ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମରେ ୭୦ରୁ ଅଧିକ କୃଷକ ଓ କୃଷୀଜିବୀ ମହିଳା ଯୋଗଦେଇଥିଲେ । ସେମାନଙ୍କୁ ଏହି ଦିବସ ପାଳନର ଆଭିମୁଖ୍ୟ ସଂପର୍କରେ ସୂଚନା ଦିଆଯାଇଥିଲା । କୁ-ପୋଷଣ, ଅନାହାର ମୃତୁ୍ୟ ସଚେତନତା, ଖାଦ୍ୟ ନଷ୍ଟ ନ କରିବା ଓ କ୍ଷୁଧାମୁକ୍ତ ବିଶ୍ୱ ଗଠନ ପାଇଁ ସେମାନଙ୍କୁ ଅତିଥିମାନେ ଆହ୍ୱାନ ଦେଇଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ଉଦ୍ୟାନ ବିଜ୍ଞାନୀ ପ୍ରଭଞ୍ଜନ ମିଶ୍ର, କ୍ଷେତ୍ର ବିଜ୍ଞାନୀ ତାପସ ରଂଜନ ସାହୁ, ଫାର୍ମ ପରିଚାଳକ ରାଜେଶ କୁମାର ମହାପାତ୍ର, ଜିଲା ସହକାରୀ ମତ୍ସ୍ୟ ଅଧିକାରୀ ଉମେଶ ଚନ୍ଦ୍ର ମହାପାତ୍ର, ସହକାରୀ ଉଦ୍ୟାନକୃଷି ଅଧିକାରୀ ସୌମ୍ୟ ରଂଜନ ସେଠୀ, ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରଶାନ୍ତ କୁମାର ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମର ଶୀର୍ଷକ ଥିଲା ‘ଆୱାର ଆକ୍ସନ ଆୱାର ଫୁ୍ୟଚର’ । ପ୍ରଭଞ୍ଜନ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ତାପସ ରଂଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର