Friday , September 22 2023
Breaking News
Home / ଶିକ୍ଷା / କୁସମ୍ବୀ ନୋଡ଼ାଲ ଉ.ପ୍ରା. ବିଦ୍ୟାଳୟରେ ଚକ୍ଷୁ ଚିକିତ୍ସା ଶିବିର – ଚକ୍ଷୁ ମଣିଷର ଅମୂଲ୍ୟ ଅଙ୍ଗ

କୁସମ୍ବୀ ନୋଡ଼ାଲ ଉ.ପ୍ରା. ବିଦ୍ୟାଳୟରେ ଚକ୍ଷୁ ଚିକିତ୍ସା ଶିବିର – ଚକ୍ଷୁ ମଣିଷର ଅମୂଲ୍ୟ ଅଙ୍ଗ

ସାଲେପୁର, ୨୦/୧୦/୨୦୧୯(ଓଡ଼ିଶା ସମାଚାର / ଅଭୟ ଜେନା): ସାଲେପୁର ଶିକ୍ଷାଜିଲ୍ଳା ଅଧିନ ରାଇସୁଙ୍ଗୁଡ଼ା ସ୍ଥିତ କୁସମ୍ବୀ ନୋଡ଼ାଲ ଉପ୍ରା ବିଦ୍ୟାଳୟରେ ରାଜ୍ୟ ସରକାରଙ୍କର ସୁନେତ୍ର ଯୋଜନାରେ ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଇସୁଙ୍ଗୁଡ଼ା, ସିଢ଼ୋ, ପିକୋଳ, କୁସୁପୁର କ୍ଲଷ୍ଟର ଅଧିନରେ ଥିବା ପ୍ରଥମରୁ ଦଶମ ଶ୍ରେଣୀ ପଢ଼ୁଥିବା ୧୮୪ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇ ସେମାନଙ୍କ ମଧ୍ୟରୁ ୮୦ଜଣ ଛାତ୍ରଛାତ୍ରୀଙ୍କୁ ଚଷମା ଦେବା ପାଇଁ ସ୍ଥିର କରାଯାଇଥିବା ବେଳେ ୪ଜଣ ଛାତ୍ରଙ୍କ ଆଖିକୁ ଅସ୍ତ୍ରୋପଚାର କରାଯିବ ବୋଲି ଜଣାପଡ଼ିଛି । ଡ଼ାକ୍ତର ସୁରେନ୍ଦ୍ର କୁମାର ପଢ଼ିହାରୀ , ଗୈାରାଙ୍ଗ ସାହୁ , କାହ୍ନୁଚରଣ ମଲ୍ଲିକ୍, ପ୍ରବିଣା ସାମଲ, ଆର ବି ଏସ୍ କେ ସୁମନ୍ତିକା ପ୍ରିୟଦର୍ଶିନୀ ବଳ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । କାର୍ଯ୍ୟକ୍ରମକୁ ଏବିଇଓ ଜଗବନ୍ଧୁ ଶତପଥୀ ସଂଯୋଜନା କରିଥିବା ବେଳେ ସିଆର ସିସି ରଂଜନ ମୋହନ ବେହେରା, ପ୍ରଭାତ କୁମାର ବେହେରା, ରମାକାନ୍ତ ପରିଡ଼ା, ରଂଜିତ କୁମାର ସ୍ୱାଇଁ, ବି ଆର ପି ଶାରଦା ଦେବୀ, ଦିପ୍ତୀମୟୀ ରାଉତରାୟ, ଦିଲ୍ଲିପ କୁମାର ମଲ୍ଲିକ୍ ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *