Saturday , November 27 2021
Breaking News
Home / କୃଷି / କାମ କରୁନି କୀଟନାଶକ – ବ୍ୟାପୁଛି ରୋଗପୋକ

କାମ କରୁନି କୀଟନାଶକ – ବ୍ୟାପୁଛି ରୋଗପୋକ

ବିନିକା, ୨୦/୧୦/୨୦୧୯(ଓଡ଼ିଶା ସମାଚାର)- ଗତ କିଛି ଦିନ ହେଲା ବିନିକା ଅଂଚଳର ଧାନ ଫସଲରେ ବିଭିନ୍ନ ପ୍ରକାର ରୋଗ ପୋକର ପ୍ରାଦୁର୍ଭାବ ଦେଖାଦେଇଛି । ଏପରି ସ୍ଥିତିରେ ବର୍ତମାନ ଚକଡା, ନଳି ପୋକ, ସଢ଼ା, ପତ୍ର ଝାଉଁଳା, ପତ୍ର ପୋଡା ପ୍ରଭୃତି ରୋଗ ଧାନ ଫସଲକୁ ଆକ୍ରାନ୍ତ କରୁଛି । ଏହାର ନିରାକରଣ ପାଇଁ ଚାଷୀମାନେ ବିଭିନ୍ନ ପ୍ରକାର କୀଟନାଶକ ଔଷଧ କିଣି ଜମିରେ ସିଂଚନ କରୁଥିଲେ ମଧ୍ୟ ତାର ସୁଫଳ ପାଇପାରୁ ନାହାନ୍ତି । ଏଥିଯୋଗୁଁ ଅଂଚଳର ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି । ପ୍ରତ୍ୟେକ ଦିନ ଚାଷ ଜମିଗୁଡିକରେ ସ୍ପେୟର ମେସିନ୍ ସାହାଯ୍ୟରେ ଚାଷୀ ଔଷଧ ସିଂଚନ କରିବାରେ ବ୍ୟସ୍ତ ରହୁଛନ୍ତି । କିନ୍ତୁ ରୋଗ ପୋକର ପ୍ରାଦୁର୍ଭାବ ବୃଦ୍ଧି ଥମିବାର ନାଁ ନେଉନାହିଁ । ଏଥିଯୋଗୁଁ ଚାଷୀ ଖର୍ଚ୍ଚାନ୍ତ ହେଉଛନ୍ତି ଏବଂ ରୋଗ ପୋକ କିଭଳି ବିନାଶ ହେବ ତାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି । ଅଂଚଳର ସର୍ବାଧିକ ମୌଜାଗୁଡିକରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଚାଷୀ ଯଥେଷ୍ଟ ଖର୍ଚ୍ଚାନ୍ତ ହେବା ସହିତ ହଇରାଣ ହେଉଛନ୍ତି । ଅନ୍ୟପକ୍ଷରେ କେତେକ ଗ୍ରାମରେ ବିନା ଲାଇସେନ୍ସ ପ୍ରାପ୍ତ ଦୋକାନୀମାନେ ଧାର୍ଯ୍ୟମୂଲ୍ୟଠାରୁ ଅଧିକ ମୂଲ୍ୟରେ କୀଟନାଶକ ଔଷଧ ବିକ୍ରୟ କରୁଥିବାବେଳେ ନକଲି ଔଷଧ ବିକ୍ରୟ ହେଉଥିବାର ଦେଖାଯାଉଛି । ଫଳରେ ଉକ୍ତ ଔଷଧ କାମ କରୁ ନ ଥିବାରୁ ଚାଷୀମାନଙ୍କ ପାଇଁ ତାହା ମୁଣ୍ଡବ୍ୟଥାର କାରଣ ହେଉଛି । ଚାଷୀମାନେ ଯେଉଁ କୀଟନାଶକ ଔଷଧ କିଣି ସିଂଚନ କରୁଛନ୍ତି ତାହା କେତେକାଂଶରେ କାମ ଦେଉ ନ ଥିବାର ଅଭିଯୋଗ କରୁଛନ୍ତି । ଚାଷୀମାନଙ୍କର କହିବା ଅନୁସାରେ ଦୋକାନୀମାନେ ବେଶି ଲାଭାଂଶ ପାଇବା ଆଶା ରଖି ନିମ୍ନମାନର କୀଟନାଶକ ଔଷଧ ବିକ୍ରୟ କରୁଥିବାରୁ ତାହା କାମ କରୁନାହିଁ ବୋଲି ଚାଷୀ କହୁଛନ୍ତି । ତେଣୁ ଏଥିପ୍ରତି ପ୍ରଶାସନ ଓ କୃଷି ବିଭାଗ ଯଥା ଶୀଘ୍ର ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଦାବି ହୁଏ । ଓଡ଼ିଶା ସମାଚାର

About admin

Check Also

ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ପରିଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡୁ

କଟକ ସଦର, ୨୩/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):ଭାରତ ସରକାରଙ୍କ ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଵିଶେସ୍ୱର ଟୁଡୁ କଟକ …

Leave a Reply

Your email address will not be published. Required fields are marked *