Friday , September 29 2023
Breaking News
Home / ଶିକ୍ଷା / ଇଗ୍ନୋ ଅଧ୍ୟୟନ କେନ୍ଦ୍ର ସଂଯୋଜକ ସମୂହ ସମ୍ମିଳନୀ

ଇଗ୍ନୋ ଅଧ୍ୟୟନ କେନ୍ଦ୍ର ସଂଯୋଜକ ସମୂହ ସମ୍ମିଳନୀ

କୋରାପୁଟ,୨୦/୧୦/୨୦୧୯(ଓଡ଼ିଶା ସମାଚାର)-କୋରାପୁଟ ଇନ୍ଦିରାଗାନ୍ଧି ରାଷ୍ଟ୍ରୀୟମୁକ୍ତ ବିଶ୍ୱବିଦ୍ୟାଳୟର ଆଂଚଳିକ କେନ୍ଦ୍ରର ସଂଯୋଜକଙ୍କ ଦିନିକିଆ ସମ୍ମିଳନୀ ସ୍ଥାନୀୟ ଆଦିବାସୀ ସଂଗ୍ରହାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀକୁ ପୂର୍ବତନ ଜିଲାପାଳ ତଥା ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଗଦାଧର ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହ ଇଗ୍ନୋ ଶିକ୍ଷାକେନ୍ଦ୍ର ଗ୍ରାମାଂଚଳ ଛାତ୍ରାଛାତ୍ରୀଙ୍କୁ ଶିକ୍ଷାଦାନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ବର୍ତମାନ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ପ୍ରକାଶ କରିଥିଲେ । ଇଗ୍ନୋର ଆଂଚଳିକ ନିର୍ଦେଶକ ବି. ରାଜଗୋପାଳ ଅଧ୍ୟକ୍ଷତା କରି ସଂଯୋଜକଙ୍କ କାର୍ଯ୍ୟ ଶିକ୍ଷାଦାନର ଶୈଳୀ ସମ୍ପର୍କରେ ସୂଚନା ଦେଇଥିଲେ । ସହକାରୀ ନିର୍ଦେଶିକା ଡ.ଲତିକା ମିଶ୍ର ଇଗ୍ନୋର ପାଠ୍ୟକ୍ରମ ଅଧ୍ୟୟନ ଏବଂ କେନ୍ଦ୍ର ପରିଚାଳନା ଓ ସିବିସିଏସ ଢାଂଚାରେ ଶିକ୍ଷାଦାନର ବିକାଶରେ ସଂଯୋଜକଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ କୋଟ୍ସର ନିର୍ଦେଶକ ଡ. ପି.ସି. ମହାପାତ୍ର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସହକାରୀ ନିର୍ଦେଶକ ଡ. ବଂଶୀଧର ବାରିକ, ମାଧବ କୁମାର ବିଷୋୟୀ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *