Sunday , September 26 2021
Breaking News
Home / ବିଶେଷ / ୩ ପୋଲିସ ବାବୁଙ୍କୁ ବାଧ୍ୟତାମୂଳକ ଅବସର , ୨ କର୍ମଚାରୀ ନିଲମ୍ବିତ

୩ ପୋଲିସ ବାବୁଙ୍କୁ ବାଧ୍ୟତାମୂଳକ ଅବସର , ୨ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର,୧୯/୧୦/୨୦୧୯(ଓଡ଼ିଶା ସମାଚାର)-ରାଜ୍ୟ ସରକାର ଏବେ କାର୍ଯ୍ୟରେ ଅବହେଳା ଓ କ୍ଷମତାର ଦୂରୁପଯୋଗ କରୁଥିବା ସରକାରୀ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସାବାଡ଼ କରିବାରେ ତତ୍ପର ହୋଇଉଠିଛନ୍ତି । ଏହିକ୍ରମରେ ତିନି ପୋଲିସ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ନେଇ ଡିଜିପି ବି.କେ ଶର୍ମା ସୂଚନା ଦେଇଛନ୍ତି   । କ୍ଷମତାର ଦୂରୂପଯୋଗ କରିବା ଅଭିଯୋଗରେ ତିନି ଜଣ ପୋଲିସ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ନେଇ ଡିଜିପି ଟୁଇଟ୍ କରି ସୂଚନା ଦେଇଛନ୍ତି  । ୩ ପୁଲିସ୍ ଅଫିସରମାନେ ହେଲେ ସବଇନ୍ସପେକ୍ଟର ବନମାଳୀ ନାୟକ, ସବଇନ୍ସପେକ୍ଟର କିଶୋର କୁମାର ବାଗ ଓ ସବଇନ୍ସପେକ୍ଟର ବୀରବର ଲେଙ୍କା । ଏହାବ୍ୟତୀତ ନୟାଗଡ ପୁଲିସର ୨ ଜଣଙ୍କୁ ନିଲମ୍ବିତ କରାଯାଇଛି । ଓଡ଼ିଶା ସର୍ଭିସ କୋର୍ଡର ରୁଲ୍- ୭୧ ଅନୁସାରେ ଏହି ବାବୁମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ପୁଲିସ ଡିଜି କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । ସବ୍ଇନ୍ସପେକ୍ଟର ବନମାଳୀ ପୁରୀ ଓ ଖୋର୍ଦ୍ଧାରେ କାର୍ଯ୍ୟରତ ଥିବା ବେଳେ ଲାଂଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ତେଣୁ ତାଙ୍କ ନାଁରେ ମାମଲା ଥିବାରୁ ସେ ପୁଲିସ୍ ବିଭାଗରେ କାର୍ଯ୍ୟ କରିବା ପାଇଁ ବିଶ୍ୱସନୀୟତା ହରାଇଛନ୍ତି । ତେଣୁ ତାଙ୍କୁ ବାଧ୍ୟତାମୂଳକ ଭାବେ ଚାକିରିରୁ ଅବସର ଦିଆଯାଇଛି । ଚାକିରି ଆହୁରି ୪ ବର୍ଷ ବାକି ଥିବା ସତ୍ୱେ ତାଙ୍କୁ ଅବସର ଦିଆଯାଇଥିବା ଡିଜିପି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସେହିପରି ନୟାଗଡ ପୁଲିସର ୨ ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ନୟାଗଡର ଏଏସ୍ଆଇ ଅପର୍ତି ସାହୁ ଦୁର୍ଘଟଣାଗ୍ରସ୍ତ ଏକ ଗାଡ଼ି ସଂପର୍କରେ ଭୁଲ୍ ତଥ୍ୟ ଦେବାରୁ ତାଙ୍କ ବିରୁଦ୍ଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେପଟେ ଲୋକ ସମ୍ପର୍କ ଠିକ୍ ନ ଥିବା ଆଧାରରେ ଦର୍ପନାରାୟଣପୁର ଫାଣ୍ଡି କନଷ୍ଟେବଳ ଅଚ୍ୟୁତ ପ୍ରଧାନ  ନିଲମ୍ବିତ ହୋଇଛନ୍ତି   । ଏହାପୂର୍ବରୁ ମଧ୍ୟ ଅନେକ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଚାକିରି କାଳ ସରିବା ପୂର୍ବରୁ ବାଧ୍ୟତାମୂଳକ ଅବସର ଦେଇ ରାଜ୍ୟ ସରକାରବିଦା କରିଛନ୍ତି  । ଅକ୍ଟୋବର ୨ ତାରିଖରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରି ଶାସନକୁ ଲୋକାଭିମୁଖୀ କରିବାକୁ ରାଜ୍ୟ ସରକାରଉଦ୍ୟମ କରୁଛନ୍ତି  । ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି ଅଧିକାରୀଙ୍କୁ ତାଗିଦ କରାଯାଉଛି  । ଓଡ଼ିଶା ସମାଚାର

About admin

Check Also

କୁଜଙ୍ଗ ଥାନାର ନୂତନ ଅଧିକାରୀଙ୍କୁ ନବନିର୍ମାଣ କୃଷକ ସଙ୍ଗଠନ କୁଜଙ୍ଗ ବ୍ଳକ ତରଫରୁ ସମ୍ବର୍ଦ୍ଧନା

ପାରାଦୀପ ୨୫/୦୯/୨୦୨୧(ଓଡ଼ିଶା ସମାଚାର)- ନବନିର୍ମାଣ କୃଷକ ସଙ୍ଗଠନ କୁଜଙ୍ଗ ବ୍ଳକ ତରଫରୁ କୁଜଙ୍ଗ ଥାନାର ନୂତନ ଭାରପ୍ରାପ୍ତ ଅଧିକାରୀଙ୍କୁ ଫୁଲତୋଡା …

Leave a Reply

Your email address will not be published. Required fields are marked *