Wednesday , October 20 2021
Breaking News
Home / ବିଶେଷ / ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୯୬ ଜଣ ପ୍ରମାଣପତ୍ର ପାଇବା ପାଇଁ ଯୋଗ୍ୟ ବିବେଚିତ

ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୯୬ ଜଣ ପ୍ରମାଣପତ୍ର ପାଇବା ପାଇଁ ଯୋଗ୍ୟ ବିବେଚିତ

ରଘୁନାଥପୁର,୧୯/୧୦/୨୦୧୯(ଓଡ଼ିଶା ସମାଚାର)- ରଘୁନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକ୍ ପକ୍ଷରୁ ଅନୁଷ୍ଠିତ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ମୋଟ୍ ୨୯୬ ଜଣ ଭିନ୍ନକ୍ଷମ ବ୍ୟକ୍ତି ପ୍ରମାଣପତ୍ର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପୂର୍ବାହ୍ନ ୧୦ ଟାରେ ଆରମ୍ଭ ହୋଇଥିବା ଏହି ଶିବିରରେ ୭୫୦ ଜଣ ନାମ ପଂଜିକରଣ କରିଥିଲେ ।  ବ୍ଲକ୍ ସାମାଜୀକ ସୁରକ୍ଷା ଅଧିକାରୀ  ସନ୍ତୋଷ କୁମାର ପଣ୍ଡାଙ୍କ ତତ୍ୱାବଧାନରେ କଟକ ଶ୍ରୀରାମ ଚନ୍ଦ୍ର ଭଂଜ ମେଡ଼ିକାଲ ଓ ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟର ଡ଼ାକ୍ତରମାନେ ଏଥିରେ ଯୋଗ ଦେଇଥିଲେ ।  ଅସ୍ଥିଶଲ୍ୟ, ମାନସିକ ବିକାର ଗ୍ରସ୍ତ, ଚକ୍ଷୁ, ଶବଣ ବାଧିତ , ଥାଲାସେମିଆ, ପେଡ଼ିଆଟ୍ରିକ ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।  ଏହି ଉପଲକ୍ଷେ ଏକ ସ୍ୱାସ୍ଥ୍ୟ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।  ବିଡ଼ିଓ ପଂଚାନନ ପଟାୟତଙ୍କ ଅଧ୍ୟକ୍ଷତାରେ ଜଗତସିଂହପୁର ସାଂସଦ ଡ଼ ରାଜଶ୍ରୀ ମଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ହିଁ ଅମୂଲ୍ୟ ସମ୍ପଦ ଓ ନିଜ ଅଂଚଳରେ ଅନୁଷ୍ଠିତ ହେଉଥିବା ଏହି ଶିବିର ମାନଙ୍କରେ ଉପସ୍ଥିତ ହୋଇ ଏହାର ଫାଇଦା ନେବା ଉଚିତ ବୋଲି ପ୍ରକାଶ କରିଥିଲେ ।  ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ, ଜିଲାପରିଷଦ ସଭ୍ୟା ଡ଼େଜାଲିନ ମହାପାତ୍ର,ବିଇଓ ରାଜଶ୍ରୀ ସାହୁ, ଡ଼ିପିସି ସପନ କୁମାର ଜେନା,ଡ଼ିଏସଏସଓ ଅବ୍ଦୁଲ ୱାହିଦ ଖାନ୍‌,ଏସଏସଏସଓ ପବିତ୍ର କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏବିଡ଼ିଓ ଅଶୋକ କୁମାର ମହାନ୍ତି ସଭା ପରିଚାଳନା କରିଥିବାବେଳେ  ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭୟ କୁମାର ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ ।  ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ , ଶିକ୍ଷା ବିଭାଗ, ତହସିଲ , ଆଇସିଡ଼ିଏସ, ଆରନବ୍ଲ୍ୟୁ ଏସଏସ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।  ବିଭିନ୍ନ ପଂଚାୟତର ସରପଂଚ ଓ ସଭ୍ୟମାନେ  ନିଜ ଅଂଚଳର ଭିନ୍ନକ୍ଷମ ମାନଙ୍କୁ ଶିବିରକୁ ଆଣିବା ପାଇଁ ସହାୟତା କରିଥିଲେ ।  ତାରପୁର ସମିତି ସଭ୍ୟ ସରୋଜ କୁମାର ଦାଶ, ବିଦ୍ୟାଧରପୁର ସରପଂଚ ସୂର୍ଯ୍ୟନାରାୟଣ ନାୟକପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୫୫୯ କରୋନା ସଂକ୍ରମିତ ଚିହ୍ନଟ – ୭୧ ଜଣ ଶିଶୁ ସଂକ୍ରମିତ – ୨ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୦/୧୦/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୫୫୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *