Friday , October 22 2021
Breaking News
Home / ବିଶେଷ / ବିବିସିର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ମହିଳା ତାଲିକାରେ ଓଡ଼ିଆ ଝିଅ

ବିବିସିର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ମହିଳା ତାଲିକାରେ ଓଡ଼ିଆ ଝିଅ

ଭୁବନେଶ୍ୱର,୧୯/୧୦/୨୦୧୯(ଓଡ଼ିଶା ସମାଚାର)-ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ସ୍ଥାନ ପାଇଲେ ସୁସ୍ମିତା ମହାନ୍ତି  । ଅନ୍ତର୍ଜାତୀୟ ଗଣମାଧ୍ୟମ ବିବିସି ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ତାଲିକାରେ ଭାରତୀୟ ମହିଳା ରହିଛନ୍ତ । ଯେଉଁଥିରେ ସୁସ୍ମିତାଙ୍କ ନାଁ ମଧ୍ୟ ରହିଛି  । ସ୍ୱେଶ ୱିମେନ୍ ନାମରେ ଜଣାଶୁଣା ସୁସ୍ମିତା ଦେଶରେ ପ୍ରଥମ ସ୍ୱେଶ ଷ୍ଟାର୍ଟଅପ୍ ଆରମ୍ଭ କରି ଚର୍ଚ୍ଚାକୁ ଆସିଥିଲେ  । ଇସ୍ରୋର ପୂର୍ବତନ ବୈଜ୍ଞାନିକ ନୀଳମଣି ମହାନ୍ତିଙ୍କ ଝିଅ ସୁସ୍ମିତା ଏହାପୂର୍ବରୁ ବିଭିନ୍ନ ଦେଶର ସରକାରୀ ଓ ବେସରକାରୀ ମହାକାଶ ସଂସ୍ଥା ସହ କାମ କରିଛନ୍ତି । ବୋଇଂ, ନାସା, ଇରୋପୀୟ ସ୍ପେଶ ଏଜେନ୍ସି, ଇସ୍ରୋ ଭଳି ବଡ ବଡ ମହାକାଶ ସଂସ୍ଥା ସହ କାମ କରିଥିବା ସୁସ୍ମିତା ୨୦୦୮ରେ ଦେଶରେ ପ୍ରଥମକରି ନିଜସ୍ୱ ସ୍ପେଶ ଷ୍ଟାର୍ଟଅପ୍ ଆର୍ଥ ଟୁ ଅରବିଟ୍ ଆରମ୍ଭ କରିଥିଲେ । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ୍, ଅହମ୍ମଦାବାଦରୁ ମାଷ୍ଟର ଡିଗ୍ରୀ ହାସଲ କରଥିବା ସୁସ୍ମିତା ଫ୍ରାନ୍ସ, ସ୍ୱିଡେନ ଭଳି ଦେଶରୁ ମଧ୍ୟ ଉଚ୍ଚଶିକ୍ଷା ଲାଭ କରିଛନ୍ତ । ଏବେ ସେ ନିଜର ମହାକାଶ ସଂସ୍ଥା ମାଧ୍ୟମରେ ଜଳବାୟୁ ପରିବର୍ତନ ପଛର କାରଣ ଓ ଏହାକୁ କିଭଳି ରୋକାଯାଇପାରିବ ତାହା ଉପରେ କାର୍ଯ୍ୟ କରୁଛନ୍ତି  । ସୁସ୍ମିତା ବିଶ୍ୱର ପ୍ରଥମ ମହିଳା ମହାକାଶ ଉଦ୍ୟୋଗପତୀ ଯିଏ ୩ଟି ମହାଦେଶରେ ନିଜର କମ୍ପାନି ଆରମ୍ଭ କରିଛନ୍ତି  ।  ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡାରେ ୬୨ତମ ପୋଲିସ ସହିଦ ଦିବସ ପାଳିତ

କେନ୍ଦ୍ରାପଡ଼ା, ୨୧/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଜଝାଙ୍ଗସ୍ଥିତ ଜିଲ୍ଲା ପୋଲିସ ରିଜର୍ଭ ପଡିଆରେ ଗୁରୁବାର  ୬୨ତମ ପୋଲିସ ସହିଦ  ଦିବସ ପାଳିତ ହୋଇଯାଇଛି …

Leave a Reply

Your email address will not be published. Required fields are marked *