ଗରଦପୁର,୧୯/୧୦/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ତିକନପୁର ନୋଡାଲ ଉ.ପ୍ରା. ବିଦ୍ୟାଳୟ ପରିସରରେ ସାଧନକେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୧୯ ସାଧନକେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ କରୁଣାକର ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ରମାନାଥ ମାହାଳି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ତିକନପୁର ହାଇସ୍କୁଲ ର ପ୍ରଧାନଶିକ୍ଷକ ମହେନ୍ଦ୍ର କୁମାର ମହାପାତ୍ର ଓ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଗତିକୃଷ୍ଣ ଦାସ ଯୋଗ ଦେଇଥିଲେ । ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୧୦୦ଜଣ ଛାତ୍ରଛାତ୍ରୀ ଯୋଗ ଦେଇ ବକ୍ତୃତା, ପ୍ରବନ୍ଧ, ସୃଜନଶୀଳ ଲିଖନ, ଗୀତ, ଚିତ୍ରାଙ୍କନ ଶ୍ରୁତଲିଖନ ଓ ନୃତ୍ୟ ପ୍ରଭୁତି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଚାରକ ଭାବେ ଶିକ୍ଷକ ଅମୀୟ ରଞ୍ଜନ ବାରିକ, ବିବେକାନନ୍ଦ ମିଶ୍ର, ଅବଧୁତ ଦାସ ଏବଂ ଶିକ୍ଷୟତ୍ରୀ ମିଲନ ଭୂୟାଁ, ରଞ୍ଜନା ଦାସ, ଅମିତା ସେନାପତି, ଲକ୍ଷ୍ମିପ୍ରିୟା ମହାପାତ୍ର ଏବଂ ଅଜଂଳୀ ମିଶ୍ର ପ୍ରମୁଖ ଯୋଗ ଦେଇ ପ୍ରତିଭା ଚୟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ପ୍ରଦିପ ରାଉତ, ପ୍ରଫୁଲ୍ଲ ସୁତାର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ପୁରଷ୍କାର ବିତରଣ କରାଯାଇ ଥିଲା । ଶେଷରେ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର