Friday , December 2 2022
Home / ରାଜନୀତି / ପାରାଦ୍ୱୀପ ବିଜୁଜନତା ଦଳପକ୍ଷରୁ ଲୋକସମ୍ପର୍କ ପଦଯାତ୍ରା

ପାରାଦ୍ୱୀପ ବିଜୁଜନତା ଦଳପକ୍ଷରୁ ଲୋକସମ୍ପର୍କ ପଦଯାତ୍ରା

ପାରାଦ୍ୱୀପ ୧୯/୧୦/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ବିଜୁଜନତା ଦଳପକ୍ଷରୁ ଲୋକସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅବସରରେ ଆଜି ଅପରାହ୍ନରେ ପାରାଦ୍ୱୀପ ପୌରପାଳିକା ଅନ୍ତର୍ଗତ ବିଜୟଚାନ୍ଦୁପର ଠାରୁ ବାଲିଝରା ସନ୍ତୋଷୀନଗର ପର୍ଯ୍ୟନ୍ତ   ପଦଯାତ୍ରା ଆୟୋଜିତ ହୋଇଥିଲା । ଏହି ଲୋକସମ୍ପର୍କ ପଦଯାତ୍ରାରେ ବିଜେଡି ରାଜ୍ୟସମ୍ପାଦକ ତଥା ବିଶିଷ୍ଟ ଶ୍ରମିକ ନେତା ଶ୍ରୀଯୁକ୍ତ ସନ୍ତୋଷ କୁମାର ପଟ୍ଟନାୟକ, ପାରାଦ୍ୱୀପ ପୌରପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ବସନ୍ତ ବିଶ୍ୱାଳ, ନଗର ବିଜେଡି ସଭାପତି ଶ୍ରୀଯୁକ୍ତ ସୁମନ୍ତ ବିଶ୍ୱାଳ, ପାରିଷଦ ଶ୍ରୀ ମାନସ ବିଶ୍ୱାଳଙ୍କ ସମେତ ଶତାଧିକ ବିଜେଡି କର୍ମକର୍ତା ଓ କର୍ମୀ ଯୋଗଦେଇଥିଲେ । ଏହି ପଦଯାତ୍ରା ନବୀନ ପଟ୍ଟନାୟକଙ୍କ ମୋ ସରକାରର ସଫଳତାକୁ ଲୋକଙ୍କ ପାଖରେ ପହଁଚିବା ଏବଂ ବିଜେଡିର ସଭ୍ୟ ସଂଖ୍ୟା ବୃଦ୍ଧି ପାଇଁ  ଏହି ଲୋକସମ୍ପର୍କ ପଦଯାତ୍ରା ଆୟୋଜନ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.