Saturday , September 18 2021
Breaking News
Home / ସ୍ୱାସ୍ଥ୍ୟ / ଜିଲା ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ କ୍ଲିନିକ ଯାଂଚ

ଜିଲା ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ କ୍ଲିନିକ ଯାଂଚ

ନବରଙ୍ଗପୁର, ୧୯/୧୦/୨୦୧୯(ଓଡ଼ିଶା ସମାଚାର)- ନବରଙ୍ଗପୁର ଜିଲାପାଳ ଡ. ଅଜିତ କୁମାର ମିଶ୍ରଙ୍କ ନିର୍ଦେଶକ୍ରମେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ.ସନ୍ତୋଷ କୁମାର ସ୍ୱାଇଁ, ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ (ମେଡିକାଲ) ଡାକ୍ତର ବିଜୟ କୁମାର ସହରର ବିଭିନ୍ନ କ୍ଲିନିକଗୁଡିକ ଯାଂଚ କରିଥିଲେ । ସେଥି ମଧ୍ୟରୁ ସଞ୍ଜିବନୀ କ୍ଲିନିକର କୌଣସି ସରକାରୀ ପଞ୍ଜିକରଣ କାଗଜପତ୍ର ନଥିବା ଜାଣିବାକୁ ପାଇଥିଲେ । ଏହି କ୍ଲନିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ସେହିପରି ମଡେର୍ଣ୍ଣ ପାଥୋଲଜୀ, ଜେନେରାଲ କ୍ଳିନିକ ଓ ଲାୟନ୍ସ ଏମଜେଏମ (ମାଲଭିନ ଜନ୍ସ ମେମୋରିଆଲ) କ୍ଲିନିକର କାଗଜପତ୍ର ଠିକ ରହିଥିବା ଜଣାପଡିଛି । ପଞ୍ଜିକରଣଗୁଡିକ ନବୀକରଣ ପାଇଁ ଆବେଦନ ହୋଇଥିବା ଦର୍ଶାଯାଇଥିଲା । ତାହାର ପଦକ୍ଷେପ ନିଆଯିବ ବୋଲି ସିଡିଏମଓ କହିଥିଲେ । ଲାୟନ୍ସ କ୍ଲବ ପକ୍ଷରୁ ପ୍ରତିଷ୍ଠାତା ମାଲଭନି ଜନଙ୍କ୍ସ ସ୍ମୃତିରେ ଏହି କ୍ଲିନିକ ନବରଙ୍ଗପୁର ସହରର ପାଞ୍ଜିଆ ସାହିରେ ଖୋଲାଯାଇଛି । ସମସ୍ତ ପ୍ରକାର ରକ୍ତ ନମୁନା ଯାଂଚ ସମେତ ଥାଇରଡ ଆଦି ପରୀକ୍ଷା ଅନ୍ୟ କ୍ଲିନିକ ତୁଳନାରେ ସୁଲଭ ମୂଲ୍ୟରେ କରାଯାଉଛି । ନବରଙ୍ଗପୁର ଭଳି ଗରିବ ଓ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଲାୟନ୍ସ କ୍ଲବର ଏହି କ୍ଳିନିକ ଅନେକ ସହାୟକ ହୋଇପାରିଛି । ଯାଂଚ ସମୟରେ ଲାୟନ୍ସ କ୍ଲବର ସଭାପତି ଜଗନ୍ନାଥ ମହାପାତ୍ର, ସମ୍ପାଦକ ଭୂବନେଶ୍ୱର ସୁର, ଲାୟନ୍ସ ଡାକ୍ତର କେ.ଧନୁର୍ଜୟ ପଟ୍ଟନାୟକ, ଶ୍ରୀକାନ୍ତ ମହାନ୍ତି, ଡି. ଶ୍ରୀନିବାସ ଓ ଡିଏମପି ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କଟକ ଵଡ ଡାକ୍ତରଖାନାରେ ଆଉ ଜଣେ ଏକମୋ ଚିକିତ୍ସାଧୀନ ଙ୍କ ମୃତ୍ୟୁ

କଟକ ସଦର , ୧୭/୦୯/୨୦୨୧(ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): କଟକ ଵଡ ଡାକ୍ତରଖାନାରେ ୪ ଜଣ ଏକମୋ ଚିକିତ୍ସାଧିନ ରୋଗୀଙ୍କ …

Leave a Reply

Your email address will not be published. Required fields are marked *