Sunday , October 2 2022
Breaking News
Home / ଶିକ୍ଷା / କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ

କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ପାଟକୁରା,୧୯/୧୦/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ର ବିଭିନ୍ନ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ହୁରାସାହି କ୍ଲଷ୍ଟରରେ ସିଆରସିସି ଗଙ୍ଗାଧର ଦଳାଇଙ୍କ ସଂଯୋଜନାରେ କ୍ଲଷ୍ଟର ଅଧିନସ୍ଥ ୧୦ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ତର୍କ, ପ୍ରବନ୍ଧ, ଚିତ୍ରାଙ୍କନ, କୁଇଜ୍‌, ସୃଜନଶୀଳ ଲିଖନ, ବକ୍ତୃତା, ସଂଗୀତ, ଶୃତଲିଖନ ସମେତ ମଧ୍ୟାହ୍ନଭୋଜନ ଉପରେ ଚିତ୍ରକଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ପ୍ରତିଯୋଗିତା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଭାଗରେ ଜ୍ୟୋସ୍ନାରାଣୀ ସ୍ୱାଇଁ, ଋତୁପର୍ଣ୍ଣା ମିଶ୍ର, ଶୁଭଶ୍ରୀ ତ୍ରିପାଠୀ, ପ୍ରିୟାଂଶୁ ପାତ୍ର, ମମତା ବେହେରା ଓ କନିଷ୍ଠ ବିଭାଗରେ ସୌଦାମିନି ଦାସ, ଜ୍ୟୋତିଶ୍ରୀ ଲେଙ୍କା, ପ୍ରଜ୍ଞାପରମିତା ଦାସ, ମୃତ୍ୟୁଞ୍ଜୟ ଖଟୁଆ ପ୍ରମୁଖ କୃତିତ୍ୱ ଅର୍ଜନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷୟିତ୍ରୀ ସୁଜାତା କାନୁନଗୋଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ବ୍ଲକ୍ ଅତିରିକ୍ତ ଶିକ୍ଷାଧିକାରୀଣୀ ବାସନ୍ତୀ ପୃଷ୍ଟି ଯୋଗଦେଇ କୃତୀ ପ୍ରତିଯୋଗିମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧୃବଚରଣ ମହାନ୍ତି, ଗୋଲକ ବିହାରୀ ଖୁଂଟିଆ ଅତିଥିଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଦେବପ୍ରସାଦ ରଥ, ଶିବପ୍ରସାଦ ଶତପଥୀ, ଦ୍ୱାରିକାନାଥ କର, ଗୋଲକ ବିହାରୀ ଷଡଙ୍ଗୀ, ହେନାରାଣୀ ସୂତାର, ରଜନୀକାନ୍ତ ରାୟ ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.