Saturday , October 23 2021
Home / ବିଶେଷ / କସ୍ତୁରବା ନାରୀ ମହଲର କୁମାର ଉତ୍ସବ

କସ୍ତୁରବା ନାରୀ ମହଲର କୁମାର ଉତ୍ସବ

ଭୁବନେଶ୍ୱର,୧୯/୧୦/୨୦୧୯(ଓଡ଼ିଶା ସମାଚାର)- ଗତ ୧୭ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ରବୀନ୍ଦ୍ର ମଣ୍ଡପ ଠାରେ କସ୍ତୁରବା ନାରୀ ମହଲର ବାର୍ଷିକ ଉତ୍ସବ ଓ କୁମାର ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ରଘୁନାଥ ମିଶ୍ର ସମ୍ମାନିତ ଅତିଥି ଭାବେ ଆକାଶବାଣୀର ଅବସରପ୍ରାପ୍ତ ଉପମହାନିର୍ଦ୍ଧେଶିକା ଶ୍ରୀମତୀ ସୁଧା ମିଶ୍ର ଯୋଗ ଦେଇ ନାରୀ ସର୍ବଶକ୍ତିମାନ, ଦୃଢ ମନୋବଳଧାରିଣୀ ଓ ସମାଜ ତଥା ପରିବାରକୁ ଦିଗ୍ଦର୍ଶନ ଦେଇଥାଏ । ନାରୀକୁ ବାଦ ଦେଲେ ସମାଜ ତିଷ୍ଠିପାରିବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ସଭାପତିତ୍ୱ କରିଥିଲେ କସ୍ତୁରବା ନାରୀ ମହଲର ସଭାନେତ୍ରୀ ଶ୍ରୀମତୀ ଶୈଳରାଣୀ ମିଶ୍ର । ବାର୍ଷିକ ବିବରଣୀ ପାଠ କରିଥିଲେ ସମ୍ପାଦିକା ଶ୍ରୀମତୀ ଆଶାଲତା ଦାଶ । ସଂଯୋଜନା କରିଥିଲେ ସ୍ୱର୍ଣ୍ଣ ମିଶ୍ର । ଅତିଥି ପରିଚୟ ପ୍ରଦାନ କରିଥିଲେ ସୁସ୍ମିତା ମହାନ୍ତି । ଅତିଥିମାନେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ନୃତ୍ୟ ସରନାରେ ଶିଳ୍ପୀମାନଙ୍କ ଅଙ୍ଗରାଗ, ଭାବ ଭଙ୍ଗିମା ପ୍ରତିପାଦିତ କରିଥିଲା ଯେ ନାରୀ ସର୍ବଶକ୍ତିମାନ । ଶିଳ୍ପୀମାନଙ୍କ ନିଖୁଣ ଅଭିନୟ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ପରେ ପରେ ଶିଳ୍ପୀମାନଙ୍କ ତୁଳସୀ ଚଉରା ବନ୍ଦନା ସାଙ୍ଗକୁ କୁମାର ପୁନେଇଁ ଜହ୍ନ ଗୋ ଫୁଲ ବଉଳବେଣୀ ପରିବେଷଣ ଗ୍ରାମ୍ୟ ପରିବେଷର ଭ୍ରମ ସୃଷ୍ଟି କରିଥିଲା । ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ । ଉତ୍ସବଟିକୁ କାର୍ଯ୍ୟ ନିର୍ବାହ କରିଥିଲେ ପ୍ରଜ୍ଞା ମହାନ୍ତି । ଓଡ଼ିଶା ସମାଚାର

About admin

Check Also

“ଯୁବଶକ୍ତି”  ପକ୍ଷରୁ ମାକ୍ସ ଓ ସାନିଟାଇଜର ବଣ୍ଟନ

ପରଜଙ୍ଗ, ୨୨/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି “ଯୁବଶକ୍ତି” ସ୍ବେଚ୍ଛାସେବୀ ସଙ୍ଗଠନ ଢେଙ୍କାନାଳ ପକ୍ଷରୁ ଜୟପରା କାଟେଣି ଗ୍ରାମ ପଞ୍ଚାୟତ ମୁଣ୍ଡା ସାହି …

Leave a Reply

Your email address will not be published. Required fields are marked *