Monday , October 3 2022
Breaking News
Home / ବିଶେଷ / ଉତରକୂଳ ପଂଚାୟତରେ ଭତା ବଂଟନ ଉତ୍ସବ 

ଉତରକୂଳ ପଂଚାୟତରେ ଭତା ବଂଟନ ଉତ୍ସବ 

ତାରପୁର,୧୯/୧୦/୨୦୧୯(ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ୍ ଉତରକୂଳ ପଂଚାୟତରେ ଭତା ବଂଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପଂଚାୟତର ପୂର୍ବତନ ସରପଂଚ କୃର୍ଷ୍ଣଚନ୍ଦ୍ର ବେଉରାଙ୍କ ପରଲୋକରେ ଏକ ସ୍କୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ସରପଂଚ ଦିଲିପ କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ୭୦ ଜଣ ନୂତନ ହିତାଧିକାରୀଙ୍କୁ ୩ ମାସର ୧୫ ଶହ ଟଙ୍କା ଲେଖା ଭତା ବଂଟନ କରାଯାଇଥିଲା ।  ନିର୍ବାହୀ ଅଧିକାରୀ ରବିନ୍ଦ୍ର ସିଧୁ , ଜିଆରଏସ ଚିତରଂଜନ ମହାନ୍ତି, ନାଏବ ସରପଂଚ ଶକୁନ୍ତଳା ମାଦେଳି, ସମିତି ସଭ୍ୟା ରୁବି ରାଉତ, କୃଷକ ସାଥି ପ୍ରତାପ ଦାସ, ଅମିୟ ପରିଜା , ଧିରେଶ୍ୱର ସ୍ୱାଇଁ,ଦୂର୍ଗାପ୍ରସାଦ ଦାସ, ସଂଗ୍ରାମ ସାହାଣୀ, ଅଶୋକ ସାହୁ,ବଳରାମ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଉପସ୍ଥିତ ଥିବା ବହୁ ସଂଖ୍ୟକ ସାଧାରଣ ଜନତାଙ୍କୁ ସରପଂଚ ସରକାରଙ୍କ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ ।  ବିଭିନ୍ନ ସ୍ଥାନରେ ଚାରା ରୋପଣ ସହ ପ୍ଲାଷ୍ଟିକ ଓ ପଲିଥିନ ଆଦି ବର୍ଯ୍ୟ ବସ୍ତୁକୁ ବର୍ଜନ କରିବା ପାଇଁ ଆହ୍ୱାନ କରାଯାଇଥିଲା । ଏହାପରେ ପଂଚାୟତର ମାସିକ ବୈଠକ ଅନୁଷ୍ଠିତ ହୋଇ ଉତ୍ସବ ଶେଷ ହୋଇଥିଲା ।  ଓଡ଼ିଶା ସମାଚାର

Leave a Reply

Your email address will not be published.