Tuesday , October 3 2023
Breaking News
Home / ରାଜନୀତି / ଆଲୋକ ସାହୁ ସାଂସଦଙ୍କ କେନ୍ଦ୍ରାପଡା ବ୍ଲକ ପ୍ରତିନିଧି ନିଯୁକ୍ତ

ଆଲୋକ ସାହୁ ସାଂସଦଙ୍କ କେନ୍ଦ୍ରାପଡା ବ୍ଲକ ପ୍ରତିନିଧି ନିଯୁକ୍ତ

କେନ୍ଦ୍ରାପଡା ୧୯/୧୦/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଲୋକସଭା ସାଂସଦ ଅନୁଭବ ମହାନ୍ତି କେନ୍ଦ୍ରାପଡା ବ୍ଲକ ନିମନ୍ତେ ପ୍ରତିନିଧି ନିଯୁକ୍ତ କରିଛନ୍ତି । କେନ୍ଦ୍ରାପଡା ବ୍ଲକ ବିଜେଡି ସଭାପତି ଆଲୋକ ସାହୁଙ୍କୁ ସାଂସଦ ଶ୍ରୀ ମହାନ୍ତି କେନ୍ଦ୍ରାପଡା ବ୍ଲକ ନିମନ୍ତେ ସାଂସଦଙ୍କ ପ୍ରତିନିଧି ଭାବେ ନିଯୁକ୍ତି ଦେଇଥିବାରୁ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି,  ଶ୍ରୀକାନ୍ତ ଦାସ,  ସିରାଜ ଖାଁ, ଲିୟାକତ ଅଲ୍ଲୀ ଖାନ, ମହମ୍ମଦ ନିଆଜ, ଭୂପେନ୍ଦ୍ର ପରିଡା, ବାସୁଦେବ ମଲ୍ଲିକ, ମୀନତୀ ପରିଡା, ବିଭୂ ପ୍ରସାଦ ଜେନା, ସରୋଜକାନ୍ତ ପଣ୍ଡା, ରାଜଲକ୍ଷ୍ମୀ ସ୍ୱାଇଁ, କାର୍ତିକ ଚନ୍ଦ୍ର ନାୟକ, ଦୈତାରୀ ଜେନା, ସୁଧିର ସ୍ୱାଇଁ, ସରୋଜ ମହାନ୍ତି,  ସୁଧିର ରଞ୍ଜନ ବେହେରା,  ପୂଣ୍ଣେନ୍ଦୁ ପ୍ରେମାନନ୍ଦ ଘଡାଇ, ଶରତ ସାମଲ, ହରିପଦ ବେହେରା,  ସୁଧିର ରଞ୍ଜନ ଦାସ, ଧିରେନ୍ଦ୍ର ନାଥ ସ୍ୱାଇଁ, ଅନାଦି ମଲ୍ଲିକ, ଅଭିମନୁ୍ୟ ମହାନ୍ତି, ପର୍ଶୂରାମ ପ୍ରଧାନ, ମୀନକେତନ ମହାନ୍ତି, ପ୍ରମୋଦ ପ୍ରଧାନ, ତ୍ରିଲୋଚନ ଦାସ, ଲୋପାମୁଦ୍ରା ବାରିକ, ନରୋତମ ମଲ୍ଲିକ, କଳାକାର ମଲ୍ଲିକ, ହେମନ୍ତ ବିଶ୍ୱାଳ, ସୁମିତ୍ରା ପାଢୀ, ମନୋରମା ମହାନ୍ତି, ସନ୍ତୋଷ ବେହେରା, ହେମନ୍ତ ମଲ୍ଲିକ, ମନୋଜ ଦାସ, ଅଯୋଦ୍ଧା ବିଶ୍ୱାଳ, ପ୍ରକାଶ ଦାସ, ନରହରି ଲେଙ୍କା, ପ୍ରକାଶ ଲେଙ୍କା, ପ୍ରଦୀପ ସାହୁ, ଅଙ୍କୁର ମଲ୍ଲିକ, ଉଦୟନାଥ ମଲ୍ଲିକ, ମାନିନୀ ମଲ୍ଲିକଙ୍କ ସମେତ କେନ୍ଦ୍ରାପଡା ବ୍ଲକର ବିଭିନ୍ନ ପଂଚାୟତର ଦଳର ଛାମୁଆ କର୍ମୀମାନେ ସାଂସଦ ଶ୍ରୀ ମହାନ୍ତିଙ୍କୁ କୃତଜ୍ଞତା ଜଣାଇବା ସହିତ ସାଂସଦଙ୍କ ପ୍ରତିନିଧି ଶ୍ରୀ ସାହୁଙ୍କୁ  ଶୁଭେଛା ଜଣାଇଛନ୍ତି । ସାଂସଦଙ୍କ ପ୍ରତିନିଧି ଶ୍ରୀ ସାହୁ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ସାଂସଦଙ୍କୁ ଅବଗତ କରାଇବା ସହ  ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସବୁକୁ ତୋରାନ୍ୱିତ କରାଇବାରେ ସାଂସଦଙ୍କୁ  ଆବଶ୍ୟକ  ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *