Saturday , June 25 2022
Home / ବିଶେଷ / ଅଗ୍ନି ବିପନ୍ନ ପରିବାରଙ୍କୁ  ସହାୟତାର ହାତ ବଢାଇଲା ଇଫକୋ

ଅଗ୍ନି ବିପନ୍ନ ପରିବାରଙ୍କୁ  ସହାୟତାର ହାତ ବଢାଇଲା ଇଫକୋ

ପାରାଦ୍ୱୀପ ୧୯/୧୦/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଳକ ପେଟଛେଲା ଗ୍ରାମର ଏକ ଅଗ୍ନି ବିପନ୍ନ ପରିବାରକୁ ପାରାଦ୍ୱୀପ ଇଫକୋ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ଖବରରୁ ପ୍ରକାଶ ଗତ ବୁଧବାର ସକାଳେ ପେଟଛେଲା ଗ୍ର୍ରାମର ଜଣେ ଗରିବ ଦିନମଜୁରୀଆ  ସୁକୁମାର ଦେବନାଥ ସପରିବାର ବିଲକୁ ଚାଷ କାମ କରିବାକୁ ଯାଇଥିଲାବେଳେ ଘଡଘଡି ଓ ବିଜୁଳିରେ ତାଙ୍କର ଚାରିବଖରା  ଘର ଓ ସମସ୍ତ ଉପକରଣ ପୋଡି ନଷ୍ଟ ହୋଇଯାଇଥିଲା । ତେବେ ଇଫକୋ କର୍ତୃପକ୍ଷଙ୍କ ପାଖରେ ଏହି ଖବର ପହଂଚିିଲା ପରେ ବୁଧବାର ଦିନ ପ୍ରଶାସନିକ ଅଧିକାରୀ ପ୍ରସନ୍ନ କୁମାର ବେଉରା ଓ ଏଚଆର୍ ଅଧିକାରୀ ଜ୍ଞାନେନ୍ଦ୍ର ସୁନ୍ଦରାଏ ଶନିବାର ଦିନ ଘଟଣା ସ୍ଥଳରେ ପହଂଚି ବିପନ୍ନ ପରିବାରକୁ ଇଫକୋ ପକ୍ଷରୁ ଚାଉଳ, ଲୁଗାପଟା, ଶାଢୀ, କମଳ ଓ ଅନ୍ୟାନ୍ୟ ଜରୁରୀ ଘର କରଣା ସମାଗ୍ରୀ ସରପଂଚ ଗୌରୀ ମାଇତିଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା । ଏଠାରେ ପ୍ରକାଶ ଥାଉକି, ପାରାଦ୍ୱୀପ ଅଂଚଳରେ ବହୁ ଶିଳ୍ପ କାରଖାନା ଗଢି ଉଠିଥିଲା ବେଳେ ପରିବେଶ ସୁରକ୍ଷା, ଦୈବୀଦୁର୍ବିପାକ ଓ ସହାୟତା କ୍ଷେତ୍ରରେ ଇଫକୋ ସର୍ବାଗ୍ରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଓଡ଼ିଶା ସମାଚାର

About admin

Check Also

କିଶନନଗର ଥାନା ପରିସରରେ ଆତ୍ମାହୁତି ଘଟଣାରେ ରାଜ୍ୟ ମାନବିକ ଅଧିକାର କମିଶନଙ୍କ ନୋଟିସ

କଟକ , ୨୪ /୬/୨୦୨୨(ଓଡ଼ିଶା ସମାଚାର ): କଟକ ଜିଲା କିଶନନଗର ଥାନା ପରିସରରେ ଦେହରେ ନିଆଁ ଲଗାଇ ଆତ୍ମାହୁତି …

Leave a Reply

Your email address will not be published. Required fields are marked *