ତାରପୁର, ୧୮/୧୦/୨୦୧୯(ଓଡ଼ିଶା ସମାଚାର)-ନିଶ୍ଚିନ୍ତକୋଇଲି ବ୍ଲକ୍ ଉତରକୂଳ ପଂଚାୟତ ମୁଗୁରିଆ ଗ୍ରାମରେ ମା ଗଜଲକ୍ଷ୍ମୀ ପୂଜା ମହା ଆଡ଼ମ୍ବରରେ ପୂଜା ପାଉଛନ୍ତି । ଗତ ୧୩ ତାରିଖରୁ ୮ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ପୂଜାରେ ପ୍ରତିଦିନ ଆଲୋକ ସଜାରେ ଝଲସୁଥିବାବେଳେ ମା ଙ୍କ ପୂଜା ଉପଲକ୍ଷେ କଳସ ଶୋଭାଯାତ୍ରା, ସୂର୍ଯ୍ୟ ପୂଜା, ମହାସ୍ନାନ, ପ୍ରାଣ ପ୍ରତିଷ୍ଠା, ଷାଡ଼ଶ ଉପଚାରରେ ଯଥାବିଧି ପୁଜର କାର୍ଯ୍ୟ ଚାଲିଛି । ଯାଜ୍ଞିକ ପଣ୍ଡିତଙ୍କ ଦ୍ୱାରା ପୂଜାର୍ଚ୍ଚନା, ହୋମ କାର୍ଯ୍ୟ ବୈଦ୍ଧିକ ରିତିରେ ଚାଲୁଛି । ଗତ ଗୁରୁବାର ଥିଲା ମା ଙ୍କର ପବିତ୍ର ଦିବସ , ଏହି ଦିବସରେ ପୂଜାର୍ଚ୍ଚନା ସହିତ ମେଲୋଡ଼ି କାର୍ଯ୍ରକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାୟ ୪୦୦ ରୁ ୫୦୦ ମହିଳା ପୁରୁଷ ଓ ପିଲାମାନେ ଏଥିରେ ଯୋଗ ଦେଇଥିଲେ । ହୁଳହୁଳି ହରିବୋଲ ଓ ଶଂଖ ଧ୍ୱନୀରେ ପରିବେଶ ମୁଖରିତ ହେଉଥିଲା । ପୂଜାରେ କର୍ତା ଭାବେ କାର୍ଯ୍ୟ ତୁଲାଉଥିବାବେଳେ ସଭାପତି କେଦାରନାଥ ସ୍ୱାଇଁ, ସମ୍ପାଦକ ବୀର କିଶୋର ଦାସ, ପ୍ରତ୍ୟୁଶ କୁମାର ମହାନ୍ତି, ଗଗନ ବିହାରୀ ପୁହାଣ,ଶ୍ରୀକାନ୍ତ ମହାନ୍ତି, ଶ୍ରୀକାନ୍ତ ସ୍ୱାଇଁ, ଅକ୍ଷୟ ସ୍ୱାଇଁ, ଅଭୟ ସ୍ୱାଇଁ, କୁମା ଦାସ, କୁନୁ, ପପୁନା, ରାଜା, ମିଲୁ, ସିଲୁ, କାଲ , ବିକା, କୁଂଜ, ମିଟୁଆ, ପୁକୁଲି, ଟୁଲା ପ୍ରମୁଖ ପରିଚାଳନାରେ ସହଯୋଗ କରୁଥିବରବେଳେ ସମସ୍ତ ଗ୍ରାମବାସୀଙ୍କ ଆନ୍ତରିକତାରେ ୨୦ ତାରିଖରେ ବିସର୍ଜନ ଓ ଭଷାଣି ହେବ । ଓଡ଼ିଶା ସମାଚାର