Sunday , May 29 2022
Home / ବିଶେଷ / ମୁନିଗୁଡା ଅଂଚଳରେ ମାଓ ବ୍ୟାନର

ମୁନିଗୁଡା ଅଂଚଳରେ ମାଓ ବ୍ୟାନର

ମୁନିଗୁଡା,୧୮/୧୦/୨୦୧୯(ଓଡ଼ିଶା ସମାଚାର)-ମୁନିଗୁଡା ଥାନା ଅନ୍ତର୍ଗତ ରାମନାକୁପୁଲି ଛକ ତଥା ଭଞ୍ଜନଗର ଓ ଭୁବନେଶ୍ୱର ଯିବା ରାସ୍ତାକଡରେ ମାଓ ବ୍ୟାନର ଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଏଥିରେ ଫାଶିବାଦୀ ଦମନ ବିରୁଦ୍ଧରେ ୨୫ ଅକ୍ଟୋବକୁ ହେବାକୁ ଥିବା ଓଡିଶା ଏବଂ ପୂର୍ବ ଛତିଗଡ ବନ୍ଦକୁ ସଫଳ କର, ଫାଶିବାଦୀ ଦମନ କର, ମାଓବାଦୀ ବିପ୍ଲବୀଙ୍କୁ ମିଛ ଗୁଳିମୟରେ ହତ୍ୟା କରିବା ବନ୍ଦ କର, ତ୍ରିଲୋଚନପୁର ପଂଚାୟତ ଅଫିସରୁ ସିଆରପିଏଫଙ୍କ ହଟାଓ, ଲାଞ୍ଜିଗଡରେ ଜନତାଙ୍କୁ ରାତି ଅଧିଆ ଗିରଫ କରିବା ବନ୍ଦ କର, କାଶ୍ମୀର ଉପରେ ହେଉଥିବା ଜୁଲମ ବନ୍ଦ କର, ଫାଶିବାଦୀ ଦମନକୁ ହଟାଇବାକୁ ଜନଯୁଦ୍ଧକୁ ତିବ୍ରତର କର ବୋଲି ଓଙ୍ଗିଶା ରାଜ୍ୟ କମିଟି ସିପିଆଇ (ମାଓବାଦୀ) ନାମରେ ଉଲ୍ଲେଖ ରହିଛି । ବ୍ୟାନର, ପୋଷ୍ଟର ଲାଗିଥିବା ଖବର ପାଇ ମୁନିଗୁଡା ପୁଲିସ ଘଟଣା ସ୍ଥଳରେ ପହଂଚି ସମସ୍ତ ବ୍ୟାନର ଓ ପୋଷ୍ଟରକୁ ଜବତ କରିବା ସହ ତନାଘନା ଜାରି ରଖିଛି । ଅନ୍ୟପଟେ ଏଭଳି ମାଓ ବ୍ୟାନର, ପୋଷ୍ଟର ଉକ୍ତ ଅଂଚଳରେ କୋକୁଆ ଭୟ ସୃଷ୍ଟି କରିଥିବାବେଳେ ମାଓବାଦୀମାନେ ନିଜ ଉପସ୍ଥିତି ଜାହିର କରୁଥିବା ମୁନିଗୁଡା ପାଇଁ ଏକ କଡା ଚାଲେଞ୍ଜ ସୃଷ୍ଟି କରିଛି । ଓଡ଼ିଶା ସମାଚାର

About admin

Check Also

ପହଣା ତିକନପୁର ନଦୀ ବନ୍ଧ ବିପର୍ଯ୍ୟସ୍ତ

ଗରଦପୁର, ୨୮/୦୫/୨୦୨୨( ଓଡ଼ିଶା ସମାଚାର )-ପହଣା ଠାରୁ ତିକନପୁର ପର୍ଯ୍ୟନ୍ତ ସାଢ଼େ ୩ କିମି ବାମ ପାଶ୍ୱର୍ ଚିତ୍ରୋପôଳା ନଦୀ …

Leave a Reply

Your email address will not be published. Required fields are marked *