ଭୁବନେଶ୍ୱର,୧୮/୧୦/୨୦୧୯(ଓଡ଼ିଶା ସମାଚାର)- ଗତ ମଙ୍ଗଳବାର ବିଧାୟକ ପ୍ରଦୀପ ମହାରଥୀଙ୍କ ଅଧ୍ୟକ୍ଷତାରେ ବିଧାନସଭା ଗ୍ରନ୍ଥାଗାର କମିଟିର ଚତୁର୍ଥ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠରେ ବସିଥିବା ଏହି ବୈଠକରେ ବିଧାନସଭା ଗ୍ରନ୍ଥାଗାର ଭବନ ନବୀକରଣ କାର୍ଯ୍ୟର ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ସମ୍ପର୍କରେ ଆଲୋଚନା ହୋଇଥିଲା । ପୁରୁଣା ଗ୍ରନ୍ଥାଗାରରେ ସ୍ଥାନାଭାବ ଦେଖାଦେଇଥିବାରୁ ଏହାର ସମ୍ପ୍ରସାରଣ କରାଯିବ । ପୂର୍ତ ବିଭାଗର ଏହି ସମ୍ପ୍ରସାରଣ କୋଠା ପାଇଁ ପ୍ରାରମ୍ଭିକ ଅଟଳଳ ଦାଖଲ କରିଛି । ଏହି ବୈଠକରେ କମିଟିର ସମସ୍ତ ସଦସ୍ୟ ଥିବା ବିଧାୟକ, ପୂର୍ତର୍ ବିଭାଗର କମିଶନର ତଥା ଶାସନ ସଚିବ ଡ.କ୍ରିଷନ କୁମାର, ବିଧାନସଭା ସଚିବ ଦାଶରଥି ଶତପଥୀ, ମୁଖ୍ୟ ଯନ୍ତ୍ରୀ(ରାସ୍ତା) ଏକେ ରାୟ ଓ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର