Friday , September 22 2023
Breaking News
Home / ବିଶେଷ / ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଂଚକତା – ପର ଜାଗାରେ ଘର ନିର୍ମାଣ ଚାଲିଛି !

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଂଚକତା – ପର ଜାଗାରେ ଘର ନିର୍ମାଣ ଚାଲିଛି !

ଭୁବନ,୧୮/୧୦/୨୦୧୯(ଓଡ଼ିଶା ସମାଚାର/ସୁଶାନ୍ତ କୁମାର ପୋଥାଳ)-ଗରିବ ଲୋକଙ୍କୁ ପକ୍କାଘର ଯୋଗାଇ ଦେବା ଉଦ୍ଧେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ) ପିଏମଏୱାଇ ଏକ ଯୁଗାନ୍ତକାରୀ ଯୋଜନା ପ୍ରଣୟନ କରିଥିବା ବେଳେ ଭୁବନ ବ୍ଲକରେ ଏହି ଯୋଜନାରେ ବ୍ୟାପକ ଦୁର୍ନୀତି, ପ୍ରିୟାପ୍ରୀତି, ଅନୀୟମିତତା ଓ ସ୍ୱେଚ୍ଛାଚାରିତା ହେଉଥିବା ଅଭିଯୋଗ ହେଉଛି । ଗୋଟିଏ କାର୍ଯ୍ୟାଦେଶରେ ଦୁଇଜଣଙ୍କୁ ଘର ମିଳୁଥିବା ବେଳେ ଗୋଟିଏ ପରିବାରର ଏକାଧିକ ସଦସ୍ୟ ଙ୍କୁ ମଧ୍ୟ ଘର ମିଳୁଥିବା ଅଭିଯୋଗ ହେଉଛି । ଆବାସ ଯୋଜନା ର ହିତାଧିକାରୀ ମାନେ ଗୋଟିଏ ଜାଗା ଦେଖାଇ ଅନ୍ୟ ଜାଗାରେ ଘର ନିର୍ମାଣ କରି ସରପଂଚ,ପଂଚାୟତ ନିର୍ବାହୀ ଅଧିକାରୀ ଓ ନୋଡାଲ ଅଫିସର ଙ୍କୁ ହାତକରି ସରକାରୀ ଅର୍ଥ ଲୁଟି ନେଉଛନ୍ତି । ମିଳିଥିବା ଖବର ଅନୁଯାୟୀ ଗଡନୃସିଂହପ୍ରସାଦ ଗାଁ ର କହରା ମଲିକ ଙ୍କ ପନôୀ ମାଳତୀ ମଲିକ ଓ ଚଣ୍ଡ ମଲିକ ଙ୍କ ପନôୀ ପଦ୍ମାବତୀ ମଲିକ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଭାବେ ଚୟନ କରାଯାଇ ବ୍ଲକ ତରଫରୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ତେବେ ଉକ୍ତ ଦୁଇଜଣ ହିତାଧିକାରୀ ସେମାନଙ୍କ ନିଜସ୍ୱ ଜାଗାରେ ଘର ନକରି ଗଡନୃସିଂହ ପ୍ରସାଦ ମୌଜା ର ଖାତା ନଂ-୭୭ ପ୍ଲଟ ନଂ ୬୦୨ ଏ୦.୨୮୦ ଡେସିମିଲ ଓ ପ୍ଲଟ ନଂ-୫୦୩ ଏ୦.୨୧୦ ଡେସିମିଲ ( କିସମ – ଘରବାରି )ରେ ବେଆଇନ ଭାବେ ଗୃହ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି । ଉକ୍ତ ଜାଗାର ପ୍ରକୃତ ମାଲିକ ହେଉଛନ୍ତି ଗଣେଶ୍ୱର ଜେନା ଙ୍କ ପୁଅ ଚକ୍ରଧର ଜେନା,ସାରଙ୍ଗଧର ଜେନା ଓ ବିମ୍ବାଧର ଜେନା । ପଟ୍ଟାରେ ଉପରୋକ୍ତ ବ୍ୟକ୍ତି ଙ୍କ ନାମ ରହିଥିବା ବେଳେ ସେମାନଙ୍କ ଜାଗାରେ ମାଳତୀ ମଲିକ ଓ ପଦ୍ମାବତୀ ମଲିକ କିଭଳି ଭାବେ ଘର ନିର୍ମାଣ କରୁଛନ୍ତି ? ସରପଂଚ,ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ନୋଡାଲ ଅପିସର ଙ୍କ ଅଜ୍ଞାତରେ ଏହା ଆଦୌ ସମ୍ଭବ ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଦୃଷ୍ଟିଦେବାକୁ ଦାବି ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *