Sunday , October 17 2021
Breaking News
Home / ବିଶେଷ / ଧର୍ମଚକ୍ର ପରିବର୍ତନ ଦିବସ ଅବସରରେ ଆଲୋଚନାଚକ୍ର “ପ୍ରବୁଦ୍ଧ ଭାରତ’

ଧର୍ମଚକ୍ର ପରିବର୍ତନ ଦିବସ ଅବସରରେ ଆଲୋଚନାଚକ୍ର “ପ୍ରବୁଦ୍ଧ ଭାରତ’

ଭୁବନେଶ୍ୱର,୧୮/୧୦/୨୦୧୯(ଓଡ଼ିଶା ସମାଚାର)-ଅକ୍ଟୋବର ୧୪ ତାରିଖ ସନ୍ଧ୍ୟାରେ କଳିଙ୍ଗ ବୁଦ୍ଧବିହାର ସଭାକକ୍ଷରେ ଧର୍ମଚକ୍ର ପରିବର୍ତନ ଦିବସ ଅବସରରେ ଆଲୋଚନାଚକ୍ର “ପ୍ରବୁଦ୍ଧ ଭାରତ’ ବିଷୟବସ୍ତୁ “ସବୁ ସମସ୍ୟାର ସମାଧାନ ଗୌତମ ବୁଦ୍ଧ’ ଅନୁଷ୍ଠିତ ହୋଇଯାଇଅଛି । ୧୯୫୬ ମସିହା ଅକ୍ଟୋବର ୧୪ ତାରିଖ ଦଶହରା ଦିନ ବାବାସାହେବ ଆମ୍ବେଦକର ବହୁ ପ୍ରତୀକ୍ଷା ଓ ନିରୀକ୍ଷା ପରେ ନାଗପୁରଠାରେ ୫ ଲକ୍ଷ ଅନୁଗାମୀଙ୍କ ସହ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ଓ ଭାରତୀୟ ବୌଦ୍ଧ ମହାସଭା ପ୍ରତିଷ୍ଠା କରିଥିଲେ । ସମ୍ରାଟ ଅଶୋକ କଳିଙ୍ଗ ଯୁଦ୍ଧ ପରେ ଯେଉଁଦିନ ବୌଦ୍ଧଭିକ୍ଷୁ ଉପଗୁପ୍ତଙ୍କଠାରୁ ବୌଦ୍ଧଧର୍ମ ଗ୍ରହଣ କରି ଚଣ୍ଡାଶୋକରୁ ଧର୍ମାଶୋକ ହୋଇଥିଲେ, ସେହିଦିନଟି ଘଟଣାକ୍ରମେ ଦଶହରା ପର୍ବରେ ପରିଣତ ହୋଇଛି । ଡଃ ଆମ୍ବେଦକର ଦୀକ୍ଷା ଗ୍ରହଣ କରିବା ସ୍ଥାନଟି ଦୀକ୍ଷାଭୂମି ରୂପେ ଏକ ବୌଦ୍ଧକୀର୍ତିରେ ପରିଣତ ହୋଇଛି ଏବଂ ପ୍ରତିବର୍ଷ ଏହି ଦିବସରେ ପୃଥିବୀର ଲକ୍ଷ ଲକ୍ଷ ବୁଦ୍ଧପ୍ରେମୀମାନେ ସେଠାରେ ସମାବେଶ ହୁଅନ୍ତି । ଭଗବାନ ବୁଦ୍ଧ ତାଙ୍କର ପ୍ରଥମ ପାଜଣ ଅନୁଗାମୀଙ୍କୁ ଦୀକ୍ଷା ଦେଇଥିବା ଦିନଟି ମଧ୍ୟ ଧର୍ମଚକ୍ର ପରିବର୍ତନ ଦିବସ ଭାବେ ପାଳନ କରାଯାଏ । ସାରା ପୃଥିବୀକୁ ଭାରତ ବୁଦ୍ଧଙ୍କୁ ଦେଇଥିଲେ ମଧ୍ୟ ନିଜ ଦେଶରେ ତାହା ଲୋପ ପାଇବାକୁ ବସିଥିଲା । ଧର୍ମାତ୍ମା ଅନାଗରିକ ଧର୍ମପାଳ ଶ୍ରୀଲଙ୍କାରେ ବୌଦ୍ଧ ଧର୍ମକୁ ଖ୍ରୀଷ୍ଟମାନଙ୍କ ପ୍ରଭାବରୁ ରକ୍ଷା କରିବା ସହିତ ଭାରତ ଆସି ବୌଦ୍ଧ କୀର୍ତିରାଜି ଓ ବୌଦ୍ଧଧର୍ମକୁ ରକ୍ଷା କରିଥିଲେ । ସେ ଭାରତରେ ମହାବୋଧି ସୋସାଇଟି ଅଫ୍ ଇଣ୍ଡିଆ ପ୍ରତିଷ୍ଠା କରି ଭାରତର ବୌଦ୍ଧକୀର୍ତିଗୁଡ଼ିକର ଉଦ୍ଧାର ଓ ସଂରକ୍ଷଣ ସହିତ ବହୁ ସ୍ଥାନରେ ବୁଦ୍ଧବିହାରମାନ ପ୍ରତିଷ୍ଠା କରିଥିଲେ । ବୋଧିସତ୍ୱ ବାବାସାହେବ ଆମ୍ବେଦକର ଭାରତରେ ବୌଦ୍ଧଧର୍ମର ପୁନଃଜାଗରଣ ଆଣି ପୁନଃ ପ୍ରତିଷ୍ଠା କରାଇଥିଲେ ଓ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ଲକ୍ଷ ଲକ୍ଷ ଅବହେଳିତ ଓ ସଚେତନ ବୁଦ୍ଧିଜୀବୀ ନାଗରିକ ବୌଦ୍ଧଧର୍ମ ଗ୍ରହଣ କରିଥିଲେ । ବହୁ ଆଗରୁ ସେ ଘୋଷଣା କରିଥିଲେ ଯେ ହିନ୍ଦୁ ଧର୍ମରେ ଜନ୍ମ ହେଲେ ମଧ୍ୟ ସେ ହିନ୍ଦୁ ଧର୍ମରେ ମରିବେ ନାହିଁ । ବହୁ ଧର୍ମାବଲମ୍ବୀ ତାଙ୍କୁ ନିଜ ଧର୍ମ ଗ୍ରହଣ କରିବା ନିମି ମନାଇବା ଓ ପ୍ରଲୋଭନ ଦେଖାଇବାକୁ ଚେଷ୍ଟା କରିଥିଲେ । ସେ କିନ୍ତୁ ଭାରତରେ ଆବିର୍ଭାବ ଓ ହିନ୍ଦୁ ଧର୍ମର ଅବତାର ଭଗବାନ ବୁଦ୍ଧଙ୍କ ଧର୍ମ ଗ୍ରହଣ କରିଥିଲେ । ଭାରତର କୋଟି କୋଟି ଗରିବ ମଜଦୁରମାନଙ୍କ ଉନ୍ନତି, ନିର୍ଯ୍ୟାତିତ ଅସ୍ପୃଶ୍ୟ ଜାତିମାନଙ୍କ ସୁରକ୍ଷା ଓ ମହିଳାମାନଙ୍କର ଅଧିକାର ପାଇଁ ସେ ଜୀବନସାରା ସଂଗ୍ରାମ କରିଥିଲେ । ଭାରତ ସରକାରଙ୍କ ଶାସନରେ ସେ ଭାଗ ନେଇ ଏସବୁ କାର୍ଯ୍ୟ କରିବା ପାଇଁ ଦୃଢ଼ ପ୍ରୟାସ କରିଥିଲେ । କିନ୍ତୁ ସେ ସବୁରେ ସେ ଆଂଶିକ ସଫଳତା ପାଇଥିଲେ । ଶେଷରେ ତାଙ୍କର ହୃଦ୍ବୋଧ ହୋଇଥିଲା ଯେ, ଭଗବାନ ବୁଦ୍ଧଙ୍କ ନୀତି ହିଁ ଏସବୁ ସମସ୍ୟାର ସମାଧାନର ଏକମାତ୍ର ପନ୍ଥା । ଜାତିର ଜନକ ମହାତ୍ମା ଗାନ୍ଧୀ ହିନ୍ଦୁ ଧର୍ମରେ ଅଟଳ ବିଶ୍ୱାସ ରଖିଥିଲେ ମଧ୍ୟ ଭଗବାନ ବୁଦ୍ଧଙ୍କ ନୀତି ଆଦର୍ଶରେ ଅହିଂସା ସଂଗ୍ରାମ କରି ଭାରତକୁ ସ୍ୱାଧୀନ କରିଥିଲେ । ଏହି ଅହିଂସା ଧର୍ମକୁ ସାରା ପୃଥିବୀ ଗ୍ରହଣ କରି ଗାନ୍ଧୀଙ୍କୁ ସମ୍ମାନ ଦେବା ସହିତ ସ୍ୱତଃପ୍ରବୃ ଭାବେ ଭଗବାନ ବୁଦ୍ଧଙ୍କ ନୀତି ଆଦର୍ଶକୁ ଗ୍ରହଣ କରି ନେଇଛି । ଆଜିର ଏହି ପରମାଣୁ ଯୁଗରେ ବୁଦ୍ଧଙ୍କ ଅହିଂସା, ପ୍ରେମ ଓ ଦୟା ବାଣୀ ହିଁ କେବଳ ପୃଥିବୀକୁ ହିଂସା ଓ ଧ୍ୱଂସମୁଖରୁ ରକ୍ଷା କରିପାରିବା ମତରେ ସମସ୍ତ ବକ୍ତାମାନେ ଏକମତ ହେବା ସହିତ ତି୍ରଶରଣ ଓ ପଶୀଳକୁ ଆପଣେଇନେଲେ ସମାଜର ସମସ୍ତ ସମସ୍ୟାର ସମାଧାନ ହୋଇପାରିବ ମତବ୍ୟକ୍ତ କରିଥିଲେ ।
ଏହି ଆଲୋଚନାଚକ୍ରରେ ମହାବୋଧି ସୋସାଇଟି ଅଫ୍ ଇଣ୍ଡିଆର ସଭାପତି, ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ପ୍ରସାଦ ମହାନ୍ତି ସଭାପତିତ୍ୱ କରିଥିଲେ । ଅବସରପ୍ରାପ୍ତ ରାଷ୍ଟ୍ରଦୂତ ଶ୍ରୀଯୁକ୍ତ ଅବସର ବେଉରିଆ ମୁଖ୍ୟ ଅତିଥି ଭାବରେ ଓ ପ୍ରଫେସର ଡଃ ବସନ୍ତ କୁମାର ମଲ୍ଲିକ, ଉକ୍ରଳ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ମହାବୋଧି ସୋସାଇଟି ଅଫ୍ ଇଣ୍ଡିଆର ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଭାରତୀୟ ବୌଦ୍ଧ ମହାସଭାର ସଭାପତି ଶ୍ରୀଯୁକ୍ତ ହରିଶ ମହାପାତ୍ର, ସ୍ୱାଧୀନତା ସଂଗ୍ରାମୀ ସମାଜସେବୀ ଶ୍ରୀଯୁକ୍ତ ପଦ୍ମଚରଣ ନାୟକ, ଭୁବନେଶ୍ୱର ଦୃଷ୍ଟିହୀନ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ ବିପିନ ବିହାରୀ ତି୍ରପାଠୀ, ସ୍ତମ୍ଭକାର ଶ୍ରୀଯୁକ୍ତ ତୁଷାରକାନ୍ତ ଶତପଥୀ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ପ୍ରଭାକର ମଲ୍ଲିକ ଓ ବ୍ୟାଙ୍କ ସେବାର ଅଧିକାରୀ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ନାୟକ, ଅବସରପ୍ରାପ୍ତ ଶିକ୍ଷାଧିକାରୀ ଡଃ ସୁପି୍ରୟା ମଲ୍ଲିକ ପ୍ରମୁଖ ବିଶିଷ୍ଟ ବକ୍ତାଭାବେ ଯୋଗ ଦେଇଥିଲେ । ଶେଷରେ ସଭା ପରିଚାଳନା କରିଥିବା ଶ୍ରୀଯୁକ୍ତ ଲକ୍ଷ୍ମଣ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଉତରପ୍ରଦେଶରେ “ହୁନର ହାଟ”ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

“ହୁନର ହାଟ”ସ୍ୱଦେଶୀ ସାମଗ୍ରୀକୁ ବଡ ବ୍ୟବସାୟିକ ପେଣ୍ଠସ୍ଥଳିରେ ପରିଣତ କରିବ- ଧର୍ମେନ୍ଦ୍ର ପ୍ରଧାନ ଉତରପ୍ରଦେଶ/ଭୁବନେଶ୍ୱର, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-ସାରା ଭାରତବର୍ଷରେ ସ୍ୱଦେଶୀ …

Leave a Reply

Your email address will not be published. Required fields are marked *