Friday , October 22 2021
Breaking News
Home / ବିଶେଷ / ଗାଧୋଇଲା ବେଳେ କେନାଲରେ ନିଖୋଜ ଯୁବକର ଶବ ମିଳିଲା

ଗାଧୋଇଲା ବେଳେ କେନାଲରେ ନିଖୋଜ ଯୁବକର ଶବ ମିଳିଲା

ସାଲେପୁର,୧୮/୧୦/୨୦୧୯(ଓଡ଼ିଶା ସମାଚାର /ଅଭୟ ଜେନା) : ସାଲେପୁର ବ୍ଲକ୍ ଚମ୍ପତି ପଂଚାୟତ ସାତବାଟିଆ ଗ୍ରାମରେ ଥିବା ମାମୁଁ ଘରକୁ ଯାଇଥିବା ଜନୈକ ଯୁବକ କେନ୍ଦ୍ରାପଡ଼ା କେନାଲରେ ଗାଧୋଇଲା ବେଳେ ଜଳର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିଲ । ଓଡ଼୍ରାଫ୍ ଟିମ୍ ବହୁ ଖୋଜାଖୋଜି କରିବା ପରେ ଗୁରୁବାର ଅପରାହ୍ନରେ ବାରବୋଡ଼ିଆ ଲକ୍ ନିକଟରେ ନିଖୋଜ ଯୁବକର ଶବକୁ ଠାବ କରିଥିଲେ । ଘଟଣାରୁ ପ୍ରକାଶ ସମ୍ବଲପୁରର ମୂଳ ବାସିନ୍ଦା ଦେବେନ୍ଦ୍ର ଜୟପୁରିଆ କଟକ ଜିଲ୍ଲାର ଜଗତପୁର ଥାନା ଅଧିନ ମହାଜନପୁର ପଂଚାୟତର ନୃସିଂହ ବଜାରରେ ଘରକରି ରହୁଛନ୍ତି । ତାଙ୍କର ସାନପୁଅ ଦେବବ୍ରତ ଜୟପୁରିଆ ଓରଫ୍ ଚନ୍ଦନ (୨୬) ଚମ୍ପତି ପଂଚାୟତ ସାତବାଟିଆ ଗ୍ରାମରେ ଥିବା ତାଙ୍କ ମାମୁଁ ଘରକୁ ଯାଇଥିଲେ । ମାମୁଁ ଘରୁ ଚନ୍ଦନ ଗାଧୋଇବା ପାଇଁ ନିକଟରେ ଥିବା କେନ୍ଦ୍ରାପଡ଼ା କେନାଲକୁ ଆସିଥିଲେ । କେନାଲ ବନ୍ଧରେ ନିଜର ବାଇକ୍ , ମୋବାଇଲ, ପ୍ୟାନ୍ଟସାର୍ଟ ରଖି କେନାଲରେ ଗାଧୋଉଥିବା ବେଳେ ପ୍ରଖର ସ୍ରୋତରେ ଗଭୀର ଜଳକୁ ଭାସିଯାଇ ନିଖୋଜ ହୋଇଯାଇଥିଲେ । ଖବର ପାଇ ଦମକଳ କେନ୍ଦ୍ରକୁ ଲୋକମାନେ ଜଣାଇଥିଲେ । ଘଟଣା ସ୍ଥଳରେ ଓଡ଼୍ରାଫ୍ ଟିମ୍ ଦୁର୍ଘ ସମୟ ଧରି ଖୋଜାଖୋଜି କରିଥିଲେ ମଧ୍ୟ ଭାସିଯାଇଥିବା ଚନ୍ଦନ ମିଳିନଥିଲା । ତେବେ ଅପରାହ୍ନରେ ବାରବୋଡ଼ିଆ ଲକ୍ ପାଖରେ ଚନ୍ଦନର ଶବ ଭାସୁଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଜଗତପୁର ପୋଲିସ୍ ସେଠାରେ ପହଂଚିି ଶବକୁ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରୀ ରଖିଛି । ମୃତ ଚନ୍ଦନଙ୍କ ମୃତ୍ୟୁ ଯୋଗୁ ମହାଜନପୁର ଓ ଚମ୍ପିତି ପଂଚାୟତରେ ଗଭୀର ଶୋକ ପ୍ରକାଶ ପାଇଛି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡାରେ ୬୨ତମ ପୋଲିସ ସହିଦ ଦିବସ ପାଳିତ

କେନ୍ଦ୍ରାପଡ଼ା, ୨୧/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଜଝାଙ୍ଗସ୍ଥିତ ଜିଲ୍ଲା ପୋଲିସ ରିଜର୍ଭ ପଡିଆରେ ଗୁରୁବାର  ୬୨ତମ ପୋଲିସ ସହିଦ  ଦିବସ ପାଳିତ ହୋଇଯାଇଛି …

Leave a Reply

Your email address will not be published. Required fields are marked *