ପାରାଦ୍ୱୀପ ୧୮/୧୦/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ର ଜାହାଜ ଚଳାଚଳ, ସାର ଓ ରସାୟନ ରାଷ୍ଟ୍ର ମନ୍ତ୍ରୀ, ମନସୁଖ ଲାଲ୍ ମଣ୍ଡଭିୟା ଗୁରୁବାର ପାରାଦ୍ୱୀପ ଗସ୍ତରେ ଆସି ପରିଦର୍ଶନ କରିଛନ୍ତି । ବନ୍ଦର ଭିତିରେ ବିଭିନ୍ନ ବର୍ଥର କାର୍ଯ୍ୟଧାରା ଓ କ୍ଷମତା ବୃଦ୍ଧି ସହିତ ନୂତନ ବର୍ଥ ନିର୍ମାଣର ଅଗ୍ରଗତି ସମ୍ପର୍କରେ ଅବଗତ କରାଯାଇଥିଲା । ବନ୍ଦର ପକ୍ଷରୁ ନିର୍ମାଣ କରାଯାଇଥିବା ଏକ କଲ୍ୟାଣ ମଣ୍ଡପର ଉଦଘାଟନ କରିବା ସହିତ ମଣ୍ଡପ ପରିସରରେ ବୃକ୍ଷ ରୋପଣ କରିଥିଲେ । ସାରା ଦେଶରେ ପ୍ଳାଷ୍ଟିକ୍ ବର୍ଜନ ପାଇଁ ଆହ୍ୱାନ ଦିଆଯାଇଥିବା ବେଳେ ଏହାକୁ ପାଳନ କରିବା ସହିତ ସ୍ଥାନୀୟ ଲୋକମାନଙ୍କୁ ସୂତା ବ୍ୟାଗ ବଂଟନ କରିଥିଲେ । ପରେ ଫିଟ୍ ଇଣ୍ଡିଆ ସାଇକେଲ ରାଲିର ଉଦଘାଟନ କରିଥିଲେ । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ସେ ନିଜେ ମଧ୍ୟ ସାଇକେଲ ଚଳାଇ ପାର୍ଲାମେଂଟକୁ ଆସିଥିବା କହିଥିଲେ । ଏହାପରେ କଲ୍ୟାଣ ମଣ୍ଡପ ଠାରୁ ସାଇକେଲ ରାଲି ଯୋଗେ ବନ୍ଦର ପ୍ରଶାସନିକ ଭବନ ପରିସରକୁ ଯାଇଥିଲେ । ସେଠାରେ ସମୀକ୍ଷା ବୈଠକରେ ଯୋଗଗ ଦେଇଥିଲେ । ପାରାଦ୍ୱୀପ ବନ୍ଦର ସହିତ ପଣ୍ୟ କାରବାରରେ ଜଡିତ ଥିବା ବିଭିନ୍ନ କମ୍ପାନୀ ଓ ସଂସ୍ଥା ମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ସମୀକ୍ଷା ବୈଠକରେ ପାରାଦ୍ୱୀପ ବନ୍ଦରର ଅଧ୍ୟକ୍ଷ ଶ୍ରୀଯୁକ୍ତ ରିେଙ୍କଶ ରଏ, ସଚିବ ଉପ ସଂରକ୍ଷକ ସମେତ ବହୁ ବରିଷ୍ଠ ଅଧିକାରୀ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ । ବିଶେଷ କରି ପାରାଦ୍ୱୀପ ବନ୍ଦର ଚଳିତ ବର୍ଷ ପଣ୍ୟ କାରବାରରେ ଦେଶର ଦ୍ୱିତୟ ବୃହତମ ବନ୍ଦରର ମାନ୍ୟତା ପାଇଥିବା ବେଳେ ଏହାର ପଣ୍ୟ କାରବାର କିଭଳି ବୃଦ୍ଧି ହେବ ସେ ନେଇ ଆଲୋଚନା କରାଯାଇଥିଲା । ତେବେ ପାରାଦ୍ୱୀପ ବନ୍ଦରର ବିକାଶ ହେଲେ ଏହାର ପାରିପାଶ୍ୱର୍ିକ ଉନ୍ନତି ହେବ ଯାହାକି ଆଗାମୀ ଦିନରେ କେବକାର ଯୁବକ, ଯୁବତୀ ମାନଙ୍କୁ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ମଣ୍ଡୋଭିୟା ପ୍ରକାଶ କରିଥିଲେ । ଓଡ଼ିଶା ସମାଚାର
Home / ବ୍ୟବସାୟ ବାଣିଜ୍ୟ / କେନ୍ଦ୍ର ଜାହାଜ ଚଳାଚଳ, ସାର ଓ ରସାୟନ ରାଷ୍ଟ୍ର ମନ୍ତ୍ରୀ, ମନସୁଖ ଲାଲଙ୍କ ପାରାଦ୍ୱୀପ ଗସ୍ତ