ପୋଲିସ୍ ପକ୍ଷରୁ ନିର୍ଯ୍ୟାତିତା ମହିଳା କର୍ମଚାରୀଙ୍କୁ କୋର୍ଟରେ ହାଜର କରାଗଲା
ସାଲେପୁର,୧୮/୧୦/୨୦୧୯(ଓଡ଼ିଶା ସମାଚାର /ଅଭୟ ଜେନା) : ସାଲେପୁର ସ୍ଥିତ ଏଚ୍ ଡ଼ି ଏଫ୍ ସି ବ୍ୟାଙ୍କ ଶାଖାରେ ଏସ୍ ଓ ଭାବେ କାର୍ଯ୍ୟକରୁଥିବା ଜଣେ ମହିଳା କର୍ମଚାରୀ ଙ୍କୁ ସେହି ବ୍ୟାଙ୍କର ଆର ଏମ୍ ମାନସ ରଂଜନ ମିଶ୍ର , ଦୟାନିଧି ସାହୁ, ସରିତା ସ୍ୱାଇଁ, ଘର ମାଲିକ କୁନୁ ଷଢ଼ଙ୍ଗୀ ଉଦ୍ଧେଶ୍ୟ ମୂଳକ ଭାବେ ହଇରାଣ କରିବା , ଅଶ୍ଳିଳ ଇଙ୍ଗୀତ ପ୍ରଦର୍ଶନ କରିବା ଓ ଘରମାଲିକ କୁନୁ ଷଢ଼ଙ୍ଗୀ ମାଡ଼ମାରି ଘରୁ ବାହାର କରିଦେଇଥିବା ବିଷୟରେ ସେ ସାଲେପୁର ଥାନାରେ ଏତାଲା ଦାଏର କରିଥିଲେ । ସାଲେପୁର ଥାନା ପକ୍ଷରୁ ୨୬୬/୧୯ ରେ ଏକ ମାମଲା ରୁଜୁ କରିଥିଲା । ତେବେ ସେହିଦିନ ଠାରୁ ତାଙ୍କ ଏତାଲାରେ ଥିବା ଲୋକ ମାନଙ୍କ ବୁରୁଦ୍ଧରେ ପୋଲିସ୍ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ସମ୍ପୃତ ନିର୍ଯ୍ୟାତିତା ମହିଳା ପ୍ରକାଶ କରିଛନ୍ତି । ସାଲେପୁର ଥାନା ପକ୍ଷରୁ ତଦନ୍ତକାରୀ ଅଧିକାରୀ ନିର୍ଯ୍ୟାତିତାଙ୍କୁ କୋର୍ଟରେ ହାଜର କରିଥିଲେ । କୋର୍ଟରେ ପିଡ଼ିତାଙ୍କ ଠାରୁ ୧୬୪ ଧାରାରେ ବୟାନ ରେକର୍ଡ଼ କରାଯାଇଥିଲା । ଏହି ଘଟଣାକୁ ପୋଲିସ୍ ଗୁରୁତ୍ୱ ଦେଉନଥିବା ଦର୍ଶାଇ ଆଜି ଆର୍ନ୍ତଜାତୀୟ ମାନବ ଅଧିକାର ପରିଷଦର ରାଜ୍ୟ ସଭାନେତ୍ରୀ ସସ୍ମିତା ଦାସ ସାଲେପୁରରେ ପହଂଚି ସାଲେପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ପରେ ଏଚ୍ ଡ଼ି. ଏଫ୍ ସି ବ୍ୟାଙ୍କ୍ ଓ ସାଲେପୁର ଥାନାକୁ ଯାଇ ଘଟଣା ବିଷୟରେ ପଚାରି ବୁଝିଥିଲେ । ପରେ ପିଡ଼ିତାଙ୍କୁ ତୁରନ୍ତ ନ୍ୟାୟ ଦେବାକୁ ଦାବି କରିଥିଲେ । ଓଡ଼ିଶା ସମାଚାର