Monday , October 18 2021
Breaking News
Home / ବିଶେଷ / ଉଡ଼ାଜାହାଜରେ ଆସୁଥିବା ଯୁବକ ହଠାତ୍ ଅସୁସ୍ଥ -ଡ଼ାକ୍ତର କଲେ ମୃତ ଘୋଷଣା

ଉଡ଼ାଜାହାଜରେ ଆସୁଥିବା ଯୁବକ ହଠାତ୍ ଅସୁସ୍ଥ -ଡ଼ାକ୍ତର କଲେ ମୃତ ଘୋଷଣା

ସାଲେପୁର,୧୮/୧୦/୨୦୧୯(ଓଡ଼ିଶା ସମାଚାର /ଅଭୟ ଜେନା) : ସାଲେପୁର ବ୍ଲକ୍ର କିଶନନଗର ଥାନା ଅଧିନ ସୋଗଲ ଗ୍ରାମର ବିଜୟ ମହାପାତ୍ରଙ୍କ ଦୁଇ ପୁଅ ବିଜ୍ଞାନ ମହାପାତ୍ର ଓ ଜିବନଜ୍ୟୋତି ମହାପାତ୍ର କୈାଣସି ଏକ କାମରେ ଗୁଜୁରାଟ ଯାଇଥିଲେ । ଗୁଜୁରାଟରେ କାମ ସାରି ସେଠାରୁ ଉଡ଼ାଜାହାଜ ଯୋଗେ ଦିଲ୍ଲୀ ଏୟାର ପୋର୍ଟ କୁ ଆସୁଥିବା ବେଳେ ହଠାତ୍ ଜାହାଜ ଭିତରେ ବିଜ୍ଞାନ ଅସୁସ୍ଥ ହୋଇପଡ଼ିଥିଲେ । ଉଡ଼ାଜାହାଜ ଦିଲ୍ଲୀ ଏୟାର ପୋର୍ଟ ରେ ପହଂଚିିଲା ପରେ ଅସୁସ୍ଥ ବିଜ୍ଞାନକୁ ତୁରନ୍ତ ଦିଲ୍ଲୀର ରାମମନୋହର ଲୋହିଆ ହସ୍ପିଟାଲକୁ ନିଆଯାଇଥିଲା । ତେବେ ସେଠାରେ ପହଂଚିବା ପରେ ମେଡ଼ିକାଲର ଡ଼ାକ୍ତର ବିଜ୍ଞାନକୁ ମୃତ ଘୋଷଣା କରିଥିଲେ । ତେବେ ଏଭଳି ଦୁଃଖଦ ଘଟଣା ଘଟିବା ଯୋଗୁ ଖବର ପାଇ ପରିବାର ଲୋକ ସେଠାରେ ପହଂଚିିଥିଲେ । ଦିଲ୍ଲୀର ଏକ ଶ୍ମଶାନରେ ତାଙ୍କର ଶବ ସତ୍କାର କରାଯାଇଥିଲା । ଏଭଳି ଦୁଃଖଦ ଘଟଣା ଯୋଗୁ ନିଜଗ୍ରାମ ତଥା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ବିଜ୍ଞାନ ଜଣେ ପରୋପକାରୀ ଯୁବକ ଭାବେ ସ୍ଥାନୀୟ ଅଂଚଳରେ ପରିଚିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବାଇକ୍ ଧକା ରୁ ରଘୁନାଥପୁର ଅଂଚଳରେ ଜଘନ୍ୟ ହତ୍ୟାକାଣ୍ଡ

ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟିପିଟି ହତ୍ୟା, ୪ ଗଲେ ଜେଲ – ଅନ୍ୟମାନେ ଫେରାର ରଘୁନାଥପୁର ୧୮/୧୦/୨୦୨୧(ଓଡ଼ିଶା ସମାଚାର)- ଯୁବକଙ୍କୁ …

Leave a Reply

Your email address will not be published. Required fields are marked *