Wednesday , October 27 2021
Breaking News
Home / ରାଜନୀତି / ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ପରିଦର୍ଶନ ଓ କାର୍ଯ୍ୟାନୁଷ୍ଠାନ ଯଥାର୍ଥ : ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି

୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ପରିଦର୍ଶନ ଓ କାର୍ଯ୍ୟାନୁଷ୍ଠାନ ଯଥାର୍ଥ : ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି

ଭୁବନେଶ୍ୱର,୧୭/୧୦/୨୦୧୯ ( ଓଡ଼ିଶା ସମାଚାର)-ଓଡ଼ିଶା ସରକାରଙ୍କ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ବିଭିନ୍ନ ହସ୍ପିଟାଲ ପରିର୍ଶନ ଓ ତକ୍ରାଳ କାର୍ଯ୍ୟାନୁଷ୍ଠାନକୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ସ୍ୱାଗତ କରିବା ସହିତ ଯଥାର୍ଥ ବୋଲି ଅଭିହିତ କରାଯାଇଛି ।

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ କାର୍ଯ୍ୟରତ ପ୍ରଶାସକମାନଙ୍କ ମଧ୍ୟରେ ଜଣେ ସର୍ବଶ୍ରେଷ୍ଠ ପ୍ରଶାସକ ଭାବେ ଶ୍ରୀ ଭି.କେ. ପାଣ୍ଡିଆନଙ୍କୁ ଓଡ଼ିଶାବାସୀ ଗ୍ରହଣ କରିଛନ୍ତି । ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ବିଜୁ ଜନତା ଦଳ ସରକାରର ପ୍ରାୟ ସମସ୍ତ କାର୍ଯ୍ୟକ୍ରମକୁ ସମାଲୋଚନା ଓ ବିରୋଧ କରେ କିନ୍ତୁ ୫-ଟି କାର୍ଯ୍ୟକ୍ରମକୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ସମର୍ଥନ କରୁଛି ବୋଲି ସଭାପତି ଆଡ଼ଭୋକେଟ ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ୍ ବିବୃତିରେ କହିଛନ୍ତି ।

ଶ୍ରୀ ଭି.କେ. ପାଣ୍ଡିଆନ ଜଣେ ବିଚକ୍ଷଣ ରାଜନୈତିକ ଧୀଶକ୍ତି ସମ୍ପନ୍ନ ସର୍ବଶ୍ରେଷ୍ଠ ପ୍ରଶାସକ ବୋଲି ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ୍ ବିବୃତିରେ କହିଛନ୍ତି । ଓଡ଼ିଶା ସରକାର ଶ୍ରୀ ପାଣ୍ଡିଆନଙ୍କୁ ଅଧିକ କ୍ଷମତା ଓ ସ୍ୱାଧୀନତା ଦେଲେ ଓଡ଼ିଶା ଏକ ସର୍ବଶ୍ରେଷ୍ଠ ରାଜ୍ୟରେ ପରିଣତ ହୋଇପାରିବ ବୋଲି ଶ୍ରୀ ରାଉତ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସାଲେପୁର  କଂଗ୍ରେସଦଳ  ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କର ଙ୍କ ବହିଷ୍କାର ଦାବି ରେ ବିକ୍ଷୋଭ

 ସାଲେପୁର,୨୫/୧୦/୨୦୨୧(ଓଡିଶା ସମାଚାର /ଅଭୟ ଜେନା )-ମମିତା ମେହେର ହତ୍ୟାକାଣ୍ଡର ପ୍ରତିବାଦରେ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର ଦାବିରେ …

Leave a Reply

Your email address will not be published. Required fields are marked *