Friday , October 29 2021
Home / ବିଶେଷ / ୧୭ ବର୍ଷ ଧରି ନିଖୋଜ ଥିବା ବ୍ୟକ୍ତି ମିଳିଲେ

୧୭ ବର୍ଷ ଧରି ନିଖୋଜ ଥିବା ବ୍ୟକ୍ତି ମିଳିଲେ

ସାଲେପୁ. ୧୭/୧୦/୨୦୧୯ ( ଓଡ଼ିଶା ସମାଚାର /ଅଭୟ ଜେନା ): ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୧୭ ବର୍ଷ ଧରି ନିଖୋଜ ହୋଇଥିବା ଜଣେ ବ୍ୟକ୍ତି ଆଜି ମିଳିଛନ୍ତି । ଖବରରୁ ପ୍ରକାଶ ସାଲେପୁର ଥାନା ଅଧିନ ଜୟୀରାମପୁର ପଂଚାୟତ କୁଦ ଗ୍ରାମର ସେକ୍ ଫୟାଜ ଉଦ୍ଧିନ୍ ଙ୍କ ପୁଅ ସେକ୍ କାମିର ଉଦ୍ଧିନ୍ ୨୦୦୨ ମସିହାରୁ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତା ମିଳିନଥିôଲା । ପରେ କାମିର ଉଦ୍ଧିନ୍ ଙ୍କ ପତ୍ନି ନିଜ ବାପ ଘର ଓଡ଼ାସିଂହ ପଂଚାୟତ ତିଳଦା ଗ୍ରାମ କେନାଲ ବନ୍ଧରେ ଯାଉଥିବା ବେଳେ ତାଙ୍କ ଶଳା ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ତାଙ୍କୁ ନିଜ ଘରକୁ ଡ଼ାକି ନେଇଥିଲେ । ଏତେ ବର୍ଷ ପରେ ସେ କେଉଁଠାରେ ଥିଲେ ତାହା ଅଦ୍ୟାବଧି ଜଣାପଡ଼ିନାହିଁ । ଓଡ଼ିଶା ସମାଚାର

About admin

Check Also

ବଣୁଆ ହାତୀକୁ ନେଇ ଗୁଆଳିପୁର ପଂଚାୟତବାସୀ  ଆତଙ୍କିତ 

ତାରପୁର ୨୮/୧୦/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ ବର୍ତି ଧାନ ବିଲ ଗହୀରରେ ଏକ ବଣୁଆ ହାତୀ ପସିଆସିଥିବାରୁ …

Leave a Reply

Your email address will not be published. Required fields are marked *