Saturday , December 4 2021
Home / ବିଶେଷ / ଯାତ୍ରା ପାର୍ଟି ମାଲିକ କୃର୍ଷ୍ଣଚନ୍ଦ୍ର ବେଉରାଙ୍କ ପରଲୋକ

ଯାତ୍ରା ପାର୍ଟି ମାଲିକ କୃର୍ଷ୍ଣଚନ୍ଦ୍ର ବେଉରାଙ୍କ ପରଲୋକ

ତାରପୁର୧୭/୧୦/୨୦୧୯ (ଓଡ଼ିଶା ସମାଚାର)- ଓଡ଼ିଶା ଯାତ୍ରା ଜଗତର ଭୀଷ୍ମ ପିତାମହ ତଥା ଓଡ଼ିଶାରେ ସୁନାମ ଅର୍ଜନ କରିଥିବା ମା ସୁଦାମବତୀ ଅପେରା, ଉତରକୂଳ ର ମାଲିକ କୃର୍ଷ୍ଣଚନ୍ଦ୍ର ବେଉରାଙ୍କ ଗୁରୁବାର ସନ୍ଧ୍ୟା ୬ ଟା ସମୟରେ ପରଲୋକ ଘଟିଛି । ମୃତ୍ୟୁ ବେଳଙ୍କୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିବାବେଳେ ଦୀର୍ଘ ଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡ଼ିତ ଥିଲେ । ଜୀବନ କାଳ ମଧ୍ୟରେ ନିଶ୍ଚିନ୍ତକୋଇଲି ବ୍ଲକ୍ ଉତରକୂଳ ପଂଚାୟତର ୨ ଥର ସରପଂଚ ହୋଇଥିବାବେଳେ ସମାଜସେବାରେ ବ୍ରତୀଥିଲେ । ଜଣେ ଜ୍ଞାନୀ ଗୁଣି ଲୋକ ଭାବେ ଅଂଚଳରେ ତାଙ୍କ ନାମକୁ ଗ୍ରହଣ କରାଯାଏ । ହଠାତ ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ଦ୍ୱାରା ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ ଦେହକୁ ଏକ ଶୋଭାଯାତ୍ରାରେ ଅଂଚଳ ପରିକ୍ରମା କରାଯାଇ ଗ୍ରାମ ଶ୍ମଶାନରେ ସତକାର କରାଯାଇଥିବାବେଳେ ଏକମାତ୍ର ପୁଅ ସାରଦା ପ୍ରସାଦ ବେଉରା ମୁଖାଗ୍ନୀ ଦେଇଥିଲେ । ସ୍ଥାନୀୟ ସରପଂଚ ଦିଲିପ କୁମାର ବିଶ୍ୱାଳ ୨ ହଜାର ଟଙ୍କା ହରିଶ୍ଚନ୍ଦ୍ର ଯୋଜନାରେ ଯୋଗାଇ ଦେଇଥିବାବେଳେ ନିଜର ସବେଦନା ଜଣାଇଛନ୍ତି । ମୃତ୍ୟୁ ଶଯ୍ୟା ନିକଟରେ ଭାଣିଜି ସ୍ୱାଇଁ ତାକାକରନ୍ତ ଜେନା, ଜ୍ୱାଇଁ ଜୟରାମ ପରିଜା, ଭାଣିଜି ବିନୀ, ମିନା, ଙ୍କ ସମେତ ଜଳଧର ବେଉରା, ପ୍ରତାପ ଦାସ, ପ୍ରଫୁଲ ପରିଡ଼ା, ଅଭୟ ବେଉରା, ରବିନ୍ଦ୍ର ବେଉରା ପ୍ରମୁଖ ୁପସ୍ତିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ  …

Leave a Reply

Your email address will not be published. Required fields are marked *