କଳାହାଣ୍ଡି,୧୭/୧୦/୨୦୧୯ (ଓଡ଼ିଶା ସମାଚାର/ସଂଜୟ କୁମାର ସିଂହ)- ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ୭୪ ତମ ଜନ୍ମଦିନ ଅବସରରେ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମୂଖ୍ୟ ଚିକିତ୍ସାଲୟ ରକ୍ତଭଣ୍ଡାର ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲ। ସଦର ବ୍ଲକ ଉପାଧ୍ୟକ୍ଷ ସଚିଦାନନ୍ଦ ମଷକହୁଡ଼ ଙ୍କ ନେତୃତ୍ୱରେ। ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ବି ଜେ ଡ଼ି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ ,ସଦର ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ ଙ୍କ ସଯୋଗରେ କରାଯାଇଛି। ଆୟୋଜକ ସଦର ବ୍ଲକ ଉପାଧ୍ୟକ୍ଷ ସଚିଦାନନ୍ଦ ମହାଖୁଡ଼ । ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ବିଜୁ ଜନତା ଦଳ ର ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ,ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ ଙ୍କ ସହଯୋଗରେ ରକ୍ତଭଣ୍ଡାର ଠାରେ ରକ୍ତଦାନ ଶିବିର ଚାଲିଥିବା ବେଳେ କଳାହାଣ୍ଡି ଜିଲ୍ଲାପାଳ ଶ୍ରୀଯୁକ୍ତ ପରାଗ ହର୍ଷଦ ଗାବାଲି ଉପସ୍ଥିତ ରହି ଲୋକଙ୍କୁ ଉତ୍ସଛାହିତ କରିଥିଲେ।
ଭବାନୀପାଟଣା ସଦର ବ୍ଲକ ଉପାଧ୍ୟକ୍ଷ ସଚିଦାନନ୍ଦ ମହାଖୁଡ଼ ୩୨ ଥର ହେବ ମୁ ନିଜେ ରକ୍ତ ଦେଇ ଆସୁଛି ଓ ବ୍ୟକ୍ତିଗତ ଭାବରେ ବହୁ ରକ୍ତଦାନ ଶିବିର ଆୟୋଜନ କରି ଜିଲ୍ଲା ରେଡକ୍ରସ ଓ ରାଜ୍ୟ ରେଡକ୍ରସ ରୁ ପୁରସ୍କୃତ ହେଇଛି ବୋଲି କହିଛନ୍ତି । ରକ୍ତଦାତା ମାନେ ହେଲେ – ସଚିଦାନନ୍ଦ ମହାଖୁଡ଼, ସେନାପତି ନାଏକ, ଅଭିଷେଖ ମହାପାତ୍ର, ଉତର ମହଲ, ସୁମନ୍ତ ଦାସ, ପ୍ରଦୀପ ଘଡେଇ, ଶୁକ୍ରୁ ନାଏକ, ଲକ୍ଷ୍ମୀ ଧର କର, ଲଳିତା ନିଆଲ, ଅରୁପ ବିଶୋଇ ସହ ବହୁ ରକ୍ତଦାତା ଉପସ୍ଥିତ ରହି୧୦୨ ୟୁନିଟ ସଂଗ୍ରହ କରିଛନ୍ତି।ରକ୍ତଦାନ ସହ ହେଡକୁଅଟର ଭବାନୀ ପାଟଣା ଚିକିତ୍ସାଲୟରେ ଚିକିତ୍ସା ହେଉଥିବା ୪୫୦ ରୋଗୀ ମାନଙ୍କୁ ଫଳ ବଣ୍ଟନ ମଧ୍ୟ କରିଥିଲେ । ଓଡ଼ିଶା ସମାଚାର