Saturday , December 4 2021
Home / ବିଶେଷ / ପୁଅ ମଦ ପିଇ ବୃଦ୍ଧ ପିତାମାତାଙ୍କୁ ପିଟି କଲା ଲହୁ ଲୁହାଣ ,  ପିତାମାତାଙ୍କ ପକ୍ଷରୁ ଥାନାରେ ଏତାଲା

ପୁଅ ମଦ ପିଇ ବୃଦ୍ଧ ପିତାମାତାଙ୍କୁ ପିଟି କଲା ଲହୁ ଲୁହାଣ ,  ପିତାମାତାଙ୍କ ପକ୍ଷରୁ ଥାନାରେ ଏତାଲା

ସାଲେପୁ. ୧୭/୧୦/୨୦୧୯ ( ଓଡ଼ିଶା ସମାଚାର /ଅଭୟ ଜେନା ): ପୁଅ ନାମକ ନରକରୁ ଉଦ୍ଧାର ପାଇବା ପାଇଁ ବାପା ମାଆ ମାନେ ପୁତ୍ର ସନ୍ତାନ କାମନା କରିଥାନ୍ତି । ଯେତେ ଅସୁବିଧାରେ ପଡ଼ିଲେ ମଧ୍ୟ ମାଆ ସବୁବେଳେ ପୁଅକୁ ଆର୍ଶିବାଦ ଦେଇଥାଏ । ନିଜେ ନଖାଇ ପୁଅ ଝିଅକୁ ଖାଇବାକୁ ଦେଇଥାଏ । ପୁଅ ବଡ଼ ହୋଇ ବାପା ମାଆଙ୍କୁ ପୋଷିବ ବୋଲି ଆଶା କରନ୍ତି  । ମାତ୍ର ପୁଅ  ବାହା ସାହା ହୋଇ ମଦ୍ୟପାନ କରି ସ୍ତ୍ରୀ ସହିତ ମିଶି ବାପା ମାଆଙ୍କୁ ମାଡ଼ମାରି ଲହୁ ଲୁଡାଣ କରିବା ଓ ବାପା ମାଆ ସାଲେପୁର ମେଡ଼ିକାଲରେ ଚିକିସôା ହେବା ପରେ ସାଲେପୁର ଥାନାରେ ଏତାଲା ଦେବା ସ୍ଥାନୀୟ ଅଂଚଳରେ ଏକ ସମ୍ବୋଦନଶୀଳ ଘଟଣା ହୋଇଛି । ଏତାଲା ମୁତାବକ ଛାଣିପୁର ପଂଚାୟତ କରମୁଆଁ ଗ୍ରାମର କୃଷ୍ଣଚନ୍ଦ୍ର ଲେଙ୍କା ଓ ବିମଳି ଲେଙ୍କାଙ୍କ ଏକମାତ୍ର ପୁତ୍ର ଉମାକାନ୍ତ ଲେଙ୍କା ଅଟନ୍ତି । ଉମାକାନ୍ତ ପ୍ରତ୍ୟହ ମଦ୍ୟପାନ କରି ବୃଦ୍ଧପିତାମାତାଙ୍କୁ ବିନା କାରଣରେ ମାଡ଼ ମାରି ଅକଥନୀୟ ଅତ୍ୟାଚାର କରନ୍ତି । ଏହି ମାଡ଼ ମାରିବା ସମୟରେ ଉମାକାନ୍ତଙ୍କର ପତ୍ନି ମଧ୍ୟ ଉମାକାନ୍ତଙ୍କୁ ସାହାଯ୍ୟ କରିଥାନ୍ତି ବୋଲି ପିତାମାତା ପ୍ରକାଶ କରିଛନ୍ତି । ତେବେ ଗତକାଲି ରାତିରେ ଉମାକାନ୍ତ ଆକଣ୍ଠ ମଦପିଇ ପିତା କୃଷ୍ଣଚନ୍ଦ୍ର ଓ ମାତା ବିମଳିଙ୍କୁ ନିର୍ଯ୍ୟାତନା ଦେବା ସହ ପିଟି ଲହୁ ଲୁହାଣ କରିଥିଲେ । ଗ୍ୟାସ୍ ଟାଙ୍କି ଖୋଲି ନିଆଁ ଲଗାଇ ପୋଡ଼ି ଦେବା ପାଇଁ ଉଦ୍ୟମ କରିବା ବାପା ମାଆ ଅଭିଯୋଗରେ ଦର୍ଶାଇଛନ୍ତି । ପୁଅ ଠାରୁ ମାଡ଼ଖାଇ ରକ୍ତାକ୍ତ ହୋଇଥିବା କୃଷ୍ଣଚନ୍ଦ୍ର ଓ ବିମଳି ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସି ଚିକିସôା ହେବା ପରେ ନିଜ ସୁରକ୍ଷା ପାଇଁ ସାଲେପୁର ଥାନାରେ ଲିଖିତ ଏତାଲା ଦେଇଛନ୍ତି । ପୁଅ ଠାରୁ ମାଡ଼ ଖାଇ ଚିକିସôା ହେବା ବିଷୟ ଗଣମାଧ୍ୟମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ପିତାମାତାଙ୍କୁ ପୁଅମାନେ ଠିକ୍ ଭାବେ ଭରଣ ପୋଷଣ କରିବା ସହିତ ସେବା ଯତ୍ନ ନେବା ପାଇଁ ଆଇନ୍ ପ୍ରଣୟନ କରିଥିବା ବେଳେ ଉମାକାନ୍ତ ସରକାରଙ୍କ ଆଇନ୍ କୁ ଫୁ କରିଦେଇଛନ୍ତି । ଏହି ଘଟଣାରେ ସାଲେପୁର ପୋଲିସ୍ ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଦେଖିବା ପାଇଁ ବାକି ରହିଲା । ଓଡ଼ିଶା ସମାଚାର

About admin

Check Also

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ  …

Leave a Reply

Your email address will not be published. Required fields are marked *